ପୁରୀ : ମହିଳା ମାନଙ୍କୁ ବସ୍ତ୍ର ବଣ୍ଟନ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପୁରୀ :- ଶ୍ରୀକ୍ଷେତ୍ର କଲୋନୀ ଠାରେ ଦିବା ଆଠ ଘଟିକା ସମୟରେ କିରଣଜ୍ୟୋତି ସଙ୍ଗୀତ ପରିଷଦ, ପୁରୀ ଓ ସେଣ୍ଟ ଜୋନ୍ ଜଗ୍ନାନାଥ ଧାମ ଆମ୍ବୁଲାନ୍ସ ଡ଼ିଭିଜନ ପୁରୀ ର ମିଳିତ ଆନୁକୂଲ୍ୟରେ ମହିଳା ମାନଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା l କିରନ ଯୋତି ସଙ୍ଗୀତ ପରିଷଦ ପ୍ରତିଷ୍ଠାତା ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ସିହ୍ନା ଙ୍କ ତତ୍ତ୍ଵଵଧାନରେ ପାୟ ଏକଶହ ଉର୍ଦ୍ଧ ନାରୀ ଜ୍ୟୋତି ଆଞ୍ଚଳିକ ମହିଳା ମହାସଙ୍ଘର ସଦସ୍ୟ ମାନଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା l ସୂଚନାଥାଉକି ମାଆ ଦକ୍ଷିଣ କାଳୀଙ୍କ ଲାଗି ହୋଇଥିବା ବସ୍ତ ସେବକ ଶ୍ରୀ ଜଗନ୍ନାଥ ପଣ୍ଡା ପଦlନ କରିଥିଲେ l ଚୈତ୍ର ମାସରେ ମlଙ୍କର ବସ୍ତ ଗୁଡ଼ିକୁ ଆଶ୍ରୀବଚନ ଭାବି ସମସ୍ତ ସଦସ୍ୟ ଆନନ୍ଦରେ ଗ୍ରହଣ କରିଥିଲେ l ଉକ୍ତ ସଭାର ସଭାପତି ନମିତା ବିଶୋଇ ଓ ସଂପାଦକ ମୀନାକ୍ଷୀ ବିଶ୍ଵାଳ ସମେତ ଏକଶହ ଉର୍ଦ୍ଧ ସଦସ୍ୟ ମାନେ ଉପସ୍ତିତ ଥିଲେ l ଉକ୍ତ କାର୍ଯ୍ଯକ୍ରମ ସେଣ୍ଟଜୋନ୍ ଆମ୍ବୁଲାନ୍ସ ଡ଼ିଭିଜନ କମାଣ୍ଡର ଶ୍ରୀ ଲାଲା ଅନନ୍ତ କୁମାର ସିଂହ ପରିଚାଲନା କରିଥିଲେ l