ଜୁହାର ପରିବାର ୟୁକେ ତରଫରୁ ଗରିବ ରୋଗୀ ମାନଙ୍କୁ ଆର୍ଥିକ ସହାୟତା

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବଲବସପୁର ଗ୍ରାମ ନିବାସୀ ଯୋଗେଶ୍ୱର ସାହୁ(୫୦) କର୍କଟ ରୋଗରେ ଦୀର୍ଘ ଦିନ ହେଲା ଭୁବନେଶ୍ୱର ସ୍ଥିତ ସମ୍ ଅଲଟିମେଟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ରହିବା ଖାଇବା ପାଇଁ ଆର୍ଥିକ ସ୍ଥିତି ଦୁର୍ବଳ ଥିଲା । ତା ପରେ ଏହି ଖବର ନର୍ଲା ବ୍ଲକର ସରିଆଁ ଗ୍ରାମର ଯୁବ ସ୍ବେଚ୍ଛାସେବୀ ମିଲନ କୁମାର ଭୋଇ ଜୁହାର ପାରିବାର ୟୁକେ ଟିମକୁ ଜଣାଇ ଥିଲେ । ଏହା ପରେ ଫେବୃଆରୀ ୮ ତାରିଖରେ ୧୦୦୦୦ ଟଙ୍କା ରହିବା ଖାଇବା ପାଇଁ ଏବଂ ମାର୍ଚ୍ଚ ୧୪ ତାରିଖ ରେ ବ୍ରେନ ଏମ ଆର ଆଇ ପାଇଁଁ ୮୦୦୦ ଟଙ୍କାର ଆର୍ଥିକ ସହାୟତା କରିଛନ୍ତି । ପୂର୍ବରୁ ମଧ୍ୟ ଜୁହାର ପରିବାର ୟୁକେ ଟିମ ସରିଆଁର କିଡନୀ ରୋଗୀ ଗୋବିନ୍ଦ ଗୌଡ଼(୧୨) ଙ୍କୁ ୧୦୦୦୦, ବ୍ରେନ ହେମରେଜ ରୋଗୀ ଅଚିନ ମାଝୀଙ୍କୁ ୫୦୦୦ ଟଙ୍କା , ସାନଗୁଣ୍ଡୁରୀ କର୍କଟ ରୋଗୀ ଅଞ୍ଜଳି ରଣାଙ୍କୁ ୧୦୦୦୦ ଟଙ୍କା, ଯମୁନାବହାଲ ର ରକ୍ତ କର୍କଟ ରୋଗୀ ହୋଲିକା ଭୋଇଙ୍କୁ ୬୦୦୦ ଟଙ୍କା , ଲାଞ୍ଜିଗଡ଼ର ରକ୍ତ କର୍କଟ ରୋଗୀ ପ୍ରଜ୍ଞାନିସି ବାଗଙ୍କୁ ୫୦୦୦ ଟଙ୍କା, ଭୁବନେଶ୍ୱର ରୋଗୀ ଆଦିତ୍ୟ ଜେନା(୬) ଙ୍କୁ ୧୦୦୦୦ ଟଙ୍କା , ଭଦ୍ରକ ଜିଲ୍ଲା ର ରୋଗୀ ସୁବୋଧ ସାହୁଙ୍କୁ ୧୦୦୦୦ ଟଙ୍କା ଏବଂ କୋଭିଡ ସମୟରେ ୧୨୦୦୦ ଟଙ୍କା ଶୁଖିଲା ଖାଦ୍ୟ ବାଣ୍ଟିବା ପାଇଁ ଆର୍ଥିକ ସହାୟତା ଦେଇଥିଲେ । ଜୁହାର ପରିବାର ୟୁକେର ମୁଖ୍ୟ ସଦସ୍ୟ ଦେବାଶିଷ ମିଶ୍ର , ଉତ୍ତମ ତ୍ରିପାଠୀ , ଅଙ୍କନ ନାଏକ ଓ ଶ୍ରୀରାମ ପଣ୍ଡାଙ୍କ ସହଯୋଗ ରେ ସମସ୍ତ ରୋଗୀ ସହାୟତା ପାଇଛନ୍ତି । ଜୁହାର ପରିବାର ୟୁକେ ନିରୀହ ରୋଗୀଙ୍କୁ ସହାୟତା କରୁଥିବା ଏପରି ମହତ କାର୍ଯ୍ୟ ପାଇଁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।