ନୟାଗଡ ଜିଲ୍ଲା ରଣପୁର : ଦାବି ପୂରଣ ନ ହେଲେ -୧୫ରୁ ସାମୁହିକ ଛୁଟିରେ ଯିବେ ଶିକ୍ଷକ

ଆସନ୍ତା ୧୪ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଏନ.ପି.ଏସ. ଶିକ୍ଷକ ସଙ୍ଘ ରାଜ୍ୟ ସଙ୍ଘ ଡାକରାରେ ସାମୁହିକ ଛୁଟିରେ ଯିବା ପାଇଁ ନିଷ୍ପତ୍ତି ନେଇଛି |

୧୦ ମାର୍ଚ୍ଚ ଶୁକ୍ରବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ଦାବି ପୂରଣ ନ ହେଲେ ସାମୁହିକ ଛୁଟିରେ ଯିବେ ଏନ.ପି.ଏସ. ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘ | ପ୍ରାଥମିକ ବିଦ୍ୟାଳୟରେ ଠିକା ନିଯୁକ୍ତି ଉଚ୍ଛେଦ ସହ ସେମାନଙ୍କୁ ତୁରନ୍ତ ନିୟମିତ କରିବା, ସମସ୍ତ ଏନ.ପି.ଏସ.ଶିକ୍ଷକ ଶିକ୍ଷୟତ୍ରୀଙ୍କ ୬ ବର୍ଷ ଠିକା କାର୍ଯ୍ୟ କାଳକୁ ମୂଳ ଚାକିରୀରେ ଗଣନା କରିବା, ୬ଟି ଇନକ୍ରିମେଣ୍ଟ ପ୍ରଦାନ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ପୁରୁଣା ପେନସନ ପ୍ରଦାନ ଆଦି ଦାବି ଉପସ୍ଥାପନା କରାଯାଇଛି |

ଆସନ୍ତା ୧୪ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଏନ.ପି.ଏସ. ଶିକ୍ଷକ ସଙ୍ଘ ରାଜ୍ୟ ସଙ୍ଘ ଡାକରାରେ ସାମୁହିକ ଛୁଟିରେ ଯିବା ପାଇଁ ନିଷ୍ପତ୍ତି ନେଇଛି | ଏ ନେଇ ଆଜି ରଣପୁର ଏନ.ପି.ଏସ. ଶିକ୍ଷକ ସଙ୍ଘର ସଭାପତି ଅନିଲ କୁମାର ପାଇକରାୟ ଓ ସମ୍ପାଦକ ଜ୍ୟୋତି ରଞ୍ଜନ କରଙ୍କ ନେତୃତ୍ୱରେ ସମସ୍ତ ସଂଘୀୟ କର୍ମକର୍ତ୍ତା, ଶିକ୍ଷକ ଶିକ୍ଷୟତ୍ରୀମାନେ ମୁଖ୍ୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଗଣ ଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରଣପୁର ଶିକ୍ଷା ଅଧିକାରୀ ବନଲତା ବେହେରାଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି |