ଅନ୍ତର୍ଜାତୀୟ ସଂସଦୀୟ ସଙ୍ଘ ଦ୍ୱିତୀୟଦିନ – ବୈଠକ  

୧୦ ମାର୍ଚ୍ଚ ଶୁକ୍ରବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଭୁବନେଶ୍ୱର ସାଂସଦ, ରାଷ୍ଟ୍ରୀୟ ପ୍ରବକ୍ତା ଏବଂ ଆନ୍ତର୍ଜାତୀୟ IPU କାର୍ଯ୍ୟବାହୀ ସଦସ୍ୟ ଅପରାଜିତା ଷଡ଼ଙ୍ଗୀ ମହୋଦୟା ବିଦେଶ ଗସ୍ତରେ ମଧ୍ୟ ପୂର୍ଵ ଦେଶ ବାହାରିନର ମାନାମା ଠାରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି l ଏହି ଅବସରରେ ଆଜି ବିଶ୍ୱ ଶାନ୍ତି, ବିକାଶ ଏବଂ ସୁରକ୍ଷା ବିଶୟ ନେଇ ବିଭିନ୍ନ ବିଷୟ ଉତ୍ଥାନ କଲେ ଏହି ଅବସରରେ ଅନ୍ତର୍ଜାତୀୟ ସଂସଦୀୟ ସଙ୍ଘ Inter Parliamentary Union (IPU) ରେ ଭାରତ ତରଫରୁ ଯୋଗ ଦେଇ ଭାରତର ପ୍ରତିନିଧିତ୍ୱ କରିବା ସହ ପରିଚାଳନା କାର୍ଯ୍ୟାବlହୀ ସଦସ୍ୟ ଦାୟିତ୍ୱ ନିର୍ବାହ କରୁଛନ୍ତି lଉଲ୍ଲେଖ ଯୋଗ୍ୟ ଯେ ସାଂସଦ ଅପରାଜିତା ଷଡ଼ଙ୍ଗୀ ମହୋଦୟା ଗତ ଅକ୍ଟୋବର 12 ତାରିଖରେ ଭାରତର ପାର୍ଥୀ ଭାବେ ନିର୍ବାଚନରେ ବିଜୟୀ ହୋଇଥିଲେ l ସମସ୍ତ ବିଷୟ ପାଇଁ ସାଂସଦ ମହୋଦୟା ପ୍ରଧାନମନ୍ତ୍ରୀ Narendra Modi ଙ୍କୁ କୃତଜ୍ଞତା ଏବଂ ଧନ୍ୟବାଦ ଜ୍ଞାପନ କରିଛନ୍ତି l