ବ୍ଲେଶର ପ୍ରଥମ ବର୍ଷ ବାର୍ଷିକ ଉତ୍ସବ ଅନୁଷ୍ଠିତ

୦୮ ମାର୍ଚ୍ଚ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପୁରୀ :- ବ୍ଲେଶର ପ୍ରଥମ ବର୍ଷ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଶିଶୁ ସାହିତିକ ଡକ୍ଟର ଶ୍ରୀ ହେମନ୍ତ କୁମାର ଛୋଟରାୟ ଯୋଗଦାନ ଦେଇଥିଲେ l ବ୍ଲେଶ ସଭାପତି ଶ୍ରୀ ଦିଲୀପ କୁମାର ସାମନ୍ତରାୟ , ମୁଖ୍ୟ ଉପଦେଷ୍ଟା ଶ୍ରୀ ନାରାୟଣ ଚନ୍ଦ୍ର ସିଂହ୍ନା l ଉପ ସଭାପତି ଶ୍ରୀ ଦେବେନ୍ଦ୍ର କୁମାର୍ ସାମନ୍ତରାୟ, ସମ୍ପାଦକ ଶ୍ରୀ ଲାଲା ଅନନ୍ତ କୁମାର୍ ସିଂହ l ଅଡିଟ ମୁଖ୍ୟ ସୁଶିଲ କୁମାର ଦାସ, କୋଷାଧ୍ୟକ୍ଷ ଶ୍ରୀ ଅଶୋକ କୁମାର ରଥ, ସହ ସମ୍ପାଦକ ଶ୍ରୀ ମାଧବ କୁମାର ମହାନ୍ତି, ସଭ୍ୟ ମେମ୍ବର ବେମକେଶ ଚିନୀରା , ଶ୍ରୀ ଉମାକାନ୍ତ ମହାନ୍ତି ଯୋଗଦାନ ଦେଇଥିଲେ l ପୁରସ୍କୃତ ହୋଇଥିଲେ ପ୍ରଫୁଲ୍ଲ କୁମାର ମିଶ୍ର, ନାରାୟଣ ଚନ୍ଦ୍ର ସିଂହ୍ନା, ଦେବେନ୍ଦ୍ର କୁମାର୍ ସାମନ୍ତରାୟ, ଲାଲା ଅନନ୍ତ କୁମାର ସିଂହ, ଅଶୋକ କୁମାର ରଥ, ବିଜୟ କୁମାର ମିଶ୍ର , ଗୋରୀ ରଞ୍ଜନ ବାରିକ ପୁରସ୍କୃତ ହୋଇଥିଲେ l ବ୍ଲେଶ ଆଇନ ସେବା ଓ ପଶୁ ତଥା ଗାଈ, କୁକୁର,

ମାଙ୍କଡ ମାନଙ୍କୁ ଖାଦ୍ୟ ଯୋଗାଣ କରୁଅଛି l  ଆଗମୀ ଦିନରେ ବ୍ଲେଶ କିଛି ଭଲ କାର୍ଯ୍ୟପାଇଁ ପଦକ୍ଷେପ ନେଉଛି ବୋଲି ସଭାପତି ଶ୍ରୀ ଦିଲ୍ଲୀପ କୁମାର ସାମନ୍ତରାୟ ସୂଚନା ଦେଇଛନ୍ତି l ସଭାକୁ ପରିଚାଳନା କରିଥିଲେ ସମ୍ପାଦକଶ୍ରୀ ଲାଲା ଅନନ୍ତ କୁମାର ସିଂହ l