ମଦ ପିଇ ରେଳ ରାସ୍ତାରେ ଶୋଇ ପଡିଥିବା ଜଣେ ଯୁବକ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡା ଜିଲ୍ଲା :- ଗୁଣପୁର ବ୍ଲକ୍ ର ଯୁବକ ଜଣକ(40)ବୟସର ଲୋକ ମଦ ପିଇ ରେଳ ରାସ୍ତା ନିକଟରେ ଶୋଇ ପଡିଥିବା ଜଣାପଡିଛି । ଏହି ସମୟରେ ପୁରୀ ଠାରୁ ଗୁଣପୁର ଆସୁଥିବା ବେଳେ କିଛି ବାଟ ଗୁଣପୁର ପହଞ୍ଚିବ ରାତ୍ରୀ ସମୟ 10 ଘଣ୍ଟିକା ବାଝିଲା । ଏହି ସମୟରେ ଯୁବକ ଜଣକ ଶୋଇ ପଡିଥିବା ଅଭିମୁଖେ ରେଳ କେତେକ 10/15 ସେକେଣ୍ଡ ସମୟ ଦରି ରହିଯିବା ଦେଖା ଦେଇଛି । ଏହି ସମୟରେ ଯାତ୍ରୀ ମାନେ ବହୁତ ବିରକ୍ତ ହେବାରେ ଲାଗିଥିଲେ ।ଏତ ଦ୍ବାରା ରେଳ ରଖିବା ଫଳରେ ସେହି ଯୁବକକୁ ଟାଣି ଟାଣି ଆଣିଥିବା ଦେଖା ଦେଇଛି । ଏହା ପରେ ଯୁବକକୁ ପଚାରିଲେ,କାହିଁକି ରେଳ ରାସ୍ତାରେ ଶୋଇଛୁ, କହିବାରୁ ସେହି ଲୋକଟି କହିଲା, ମୋ ଘରକୁ ଯିବା ବାଟ ଦେଇ ଗତି କରୁ ଥିଲି ।କିନ୍ତୁ ବହୁତ ନିଶା ହେବାରୁ ଶୋଇ ପଡିଲି ବୋଲି କହିଥିଲେ । ଯୁବକଟିର କୌଣସି ବାଦା ବିଘ୍ନ ହୋଇ ନାହାଁନ୍ତି । ଲୋକଟିର ସେହି ସମୟରେ ନିଶା ଭାଙ୍ଗି ଯାଇଥିଲା । ଯୁବକଟି ଜଣା ପଡିଲା କି କାମ୍ବାଗୁଡା ଗ୍ରାମର ଲୋକ ।