ଛତିଆ ରାଜଦୋଳ ମିଳନ ମହୋତ୍ସବ ଉଦଘାଟିତ

୨୮ ଫେବୃଆରୀ ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ଛତିଆ  :- ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ଠାରେ ପ୍ରସିଦ୍ଧ ଛତିଆ ରାଜ ଦୋଳ ମିଳନ ମହୋତ୍ସବ ମଙ୍ଗଳ ବାର ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗ ଦେଇ ଉଦଘାଟନ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ମିହିର ପ୍ରତାପ ଦାସ ସଭା ପରିଚାଳନା କରିଥିଲା ବେଳେ ଛତିଆ ପଞ୍ଚାୟତ ସମିତି ସଭ୍ଯ ଦୀପକ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବଡ଼ଚଣା ବ୍ଲକ ଅଧ୍ୟକ୍ଷା ମୀନତି ସେନାପତି. ସ୍ତାନୀୟ ସରପଞ୍ଚ ରମେଶ ପୃଷ୍ଟି. ଜିଲା ପରିଷଦ ସଭ୍ଯ ଯତୀନ୍ଦ୍ର ପ୍ରସାଦ ନାୟକ. ନେଳିଆ ସରପଞ୍ଚ ଜୟନ୍ତୀ ସ୍ଵାଇଁ. ମାଧବାନନ୍ଦ ମହାପାତ୍ର. ଆତ୍ମା ଅଧ୍ୟକ୍ଷ ନିରଞ୍ଜନ ସେନାପତି. ପ୍ରମୁଖ ଯୋଗ ଦେଇଥିଲେ ।  ହସ୍ତଶିଳ୍ପ ପ୍ରଦର୍ଶନୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ରାଜଦୋଳ ମିଳନ ମହୋତ୍ସବ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକଙ୍କ ପକ୍ଷରୁ ଜଣାପଡିଛି ।ପ୍ରତେକ ସନ୍ଧ୍ୟାରେ ଲୋକ ନୃତ୍ୟ ପାଲା. ଦାସକାଠିଆ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହିତ ମେଳା ପଡିଆ ମୀନା ବଜାର ପଡିଥିବା ଦେଖବାକୁ ମିଳିଛି ଯାଜପୁର ଜିଲା ସମେତ ବାହାର ୧୦ ଟି ଜିଲାରୁ ହସ୍ତତନ୍ତ ଶିଳ୍ପ ର ବିଭିନ୍ନ କାରିଗର ଆସି ନିଜ ନିଜ ହସ୍ତ ଶିଳ୍ପ ପଦର୍ଶନୀ କରିଛନ୍ତି । ଆରମ୍ଭ ରୁ ମେଳା ପଡିଆ ରେ ପ୍ରଥମ ସନ୍ଧ୍ୟାରୁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା