କୋଟଗଡ ଠାରେ ଶିଶୁ ମଙ୍ଗଳ ସମିତିର ଭ୍ରାମ୍ୟମାଣ ଅଦାଲତ ଅନୁଷ୍ଠିତ

୨୬ ଫେବୃଆରୀ,ରବିବାର (ଓଡ଼ିଶା ତାଜାନ୍ୟୁଜ ) କନ୍ଧମାଳ :- କନ୍ଧମାଳ ଜ଼ିଲ୍ଲା କୋଠଗଡ ଠାରେ , ଶିଶୁ ମଙ୍ଗଳ ସମିତି, ଶିଶୁ ସୁରକ୍ଷା କମିଟି କନ୍ଧମାଳ, ଶିଶୁ ବିକାଶ ସମନ୍ନିତ ପ୍ରକଳ୍ପ କୋଟଗଡ ଓ ସାହାରା ସ୍ୱେଛାସେଵି ଅନୁଷ୍ଠାନ ର ଆନୁକୁଲ୍ୟରେ ସ୍ଥାନୀୟ ପଞ୍ଚାୟତ ସମିତି ସଭାଗୂହ ରେ ସେବା ଓ ଯନ୍ତ୍ର ଆଵଶ୍ୟକ କରୁଥିଵା ଶିଶୁ ମାନଙ୍କ ପାଇଁ କନ୍ଧମାଳ ଶିଶୁ ମଗଂଳ ସମିତିର ଭ୍ରାମ୍ୟମାଣ ଅଦାଲତ କ୍ୟାମ୍ପ୍ ଅନୁଷ୍ଠିତ ହୋଇଯାଇଛି ।ଏହି କ୍ୟମ୍ପ୍ ରେ କୋଠଗଡ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତ 81 ଜଣ ସେବା ଓ ଯନ୍ତ୍ର ଆବଶ୍ୟକ କରୁଥିବା ଶିଶୁ ସେମାନଙ୍କ ର ଅଭିଭାଵକଙ୍କ ସହ ଯୋଗ ଦେଇଥିଲେ । ଏହି କ୍ୟମ୍ପରେ 81 ଜଣ ଶିଶୁଙ୍କୁ ଜଲ୍ଲା ଶିଶୁ ମଗଂଳ ସମିତି ଚିହ୍ନଟ କରି ସେମାନଙ୍କୁ ସରକାରଙ୍କର ଵିଭିନ୍ନ ଯୋଜନା ଯଥା । ଆଶୀର୍ବାଦ ଯୋଜନା, ଭିନ୍ନକ୍ଷମ ଯୋଜନା, ସ୍ପନ୍ସସରସିଫ୍ ଯୋଜନା, ଏହିପରି ଅନେକ ଯୋଜନା ରେ ଅନ୍ତର୍ଭୁକ୍ତ କରିଥିଲେ ।ଏହିକାର୍କ୍ରମରେ ଶିଶୁ ମଗଂଳ କମିଟି ର ଅଧ୍ୟକ୍ଷ ରଜତ କୁମାର ଦିଗାଳ ଓ କମିଟିର ସଦସ୍ୟ ସଦାସିବ ପାତ୍ର , ରାମ ଚଦ୍ର ପରିଢା, ଓ କମିଟିର ସଦସ୍ୟା ମମତା ଦାସ ଏଡିଇଓ ଅନିଲ କୁମାର ଵେହେରା ଉପସ୍ଥୀତ ଥାଇ ସମସ୍ଥ କାର୍ଯ୍ୟକ୍ରମ ତୁଲାଈଥିଲେ । ଏହି କାର୍ଯ୍ୟକ୍ରମ କୁ କୋଠଗଡ ଗୋଷ୍ଠିଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅର୍ଜୁନ ପ୍ରଧାନ ଉଦଘାଟନ କରି ପ୍ରଶାସନ ସଵୁଵେଳେ ଶିଶୁ ଓ ଲୋକଙ୍କ ସେଵାରେ ଅଛନ୍ତି କହିଥିଲେ ଓ ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଵା ଵଳେ ସାହାରା ସ୍ୱେଛାସେଵି ଅନୁଷ୍ଠାନର ସମ୍ପାଦକ ସୁକାନ୍ତ ନାୟକ କନ୍ଧମାଳ ଜଲ୍ଲା ଶିଶୁ ମଗଂଳ ସମିତି ଓ ଶିଶୁ ସୁରକ୍ଷା ୟୁନିଟର ପଦକ୍ଷେପକୁ ପ୍ରଶଂସା କରି ଆଗାମି ଦିନରେ ଏହିଭଳି କାର୍ଯ୍ୟକ୍ରମ କଲେ ସାହାରା ଅନୁଷ୍ଠାନ ସହଯୋଗ କରିଵେ ବଲି ପ୍ରତିଶ୍ରୁତି ଦେଈଥିଲେ । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଗ୍ରଣି ସମାଜସେବୀ ମନୋଜ ସାଵତ ଓ ସାହାରା ଅନୁଷ୍ଠାନର ସଂଯୋଜକ ଡି ବାଦଳ ଦେଵ୍ , ମିରା ପ୍ରଧାନ ଓ ସୁକାନ୍ତ ଵଳିୟାର ସିଂ ଓ ସୁପରଭାଇଜର ସଵିତା ଜେନା, ଶିଶୁ ସୁରକ୍ଷା ୟୁନିଟର ସୁନିଲ ପ୍ରଧାନ, ସରଜ କହଁର, ଵଭ୍ରୁ ମହନ ମାଝୀ, ଵନଵାସି ଅନୁଷ୍ଠାନର ଆଲୋକ, ସିସିଆଇ ର ନିରମଳା ରାଉତ ଓ ଅଘଂନଔଡି କରମୀ ସମ୍ଫୁଣ୍ଣ ସହଯୋଗ କରିଥିଲେ ।