Home ଓଡ଼ିଶା ଫିରିଙ୍ଗିଆରେ ରାଜ୍ୟସ୍ତରୀୟ ଲୋକ କଳା ମହୋତ୍ସବ by Proprietor by Abhimanyu Maharana 1 year ago Share on FacebookShare on TwitterWhatsapp ୨୫ ଫେବୃଆରୀ,ଶନିବାର (ଓଡ଼ିଶା ତାଜାନ୍ୟୁଜ ) କନ୍ଧମାଳ :- କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରାଜ୍ୟସ୍ତରୀୟ ଲୋକ କଳା ମହୋତ୍ସବ ୨୦୨୩ ଅନୁଷ୍ଠିତ ହୋଇଛି । ଅକ୍ଷୟ କର୍ଣ୍ଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ କଳା କାର ସଂଘ ସଭାପତି ପ୍ରଭାତ ବିଶ୍ବାଳ ଯୋଗ ଦେଇ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର , ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନ ମଲିକ , ବିଜେଡି ଜିଲା ସଭାପତି ପୂନମ୍ କହଁର , ଫିରିଙ୍ଗିଆ ବ୍ଲକ ଅଧ୍ୟକ୍ଷା ନମିତା କହଁର, ବ୍ଲକ ସଭାପତି ବିଷ୍ଣୁ ଚରଣ ମଲିକ, ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ସହ ବିଭିନ୍ନ ଅଞ୍ଚଳରୁ ଅତିଥିମାନେ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମରେ ସ୍ଥାନୀୟ ଗାୟତ୍ରୀ ମନ୍ଦିରରୁ ବାହାରି ପିତାବଳୀ ମନ୍ଦିର ଠାରୁ ମଶାଲ ଶୋଭାଯାତ୍ରା ପରେ ସ୍ଥାନୀୟ ଖେଳ ପଡ଼ିଆରେ ମହୋତ୍ସବ ଅନୁଷ୍ଠିତ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା କଳାକାର ସଂଘ ସଂଯୋଜକ ସନ୍ତୋଷ କୁମାର ପାତ୍ର, କୁଇ ସମାଜ ସେବା ସମିତି ସଭାପତି ଫୁଲବାଣୀ ସୁଦର୍ଶନ କହଁର, ମୌସୁମୀ ପ୍ରଧାନ, ଲକ୍ଷ୍ମୀଧର ସାହୁ, ରବୀନ୍ଦ୍ର କହଁର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କଂସଦେବ ସାହୁ , ସଞ୍ଜୟ ଦୀଗାଳ, ପୂର୍ଣ୍ଣ ଦିଗାଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ନବୀନ ସରକାର କୁଶାସନର କିର୍ତ୍ତୀମାନ ସ୍ଥାପନ କରିଛନ୍ତି : ପୁରନ୍ଦର ମିଶ୍ର by Proprietor by Abhimanyu Maharana May 18, 2024 ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ ୬୮ତମ ରେଳ ସପ୍ତାହ ପୁରସ୍କାର ବିତରଣ ଉତ୍ସବ-"ରେଳ ସେବା ପୁରସ୍କାର-୨୦୨୩"ଆୟୋଜିତ by Proprietor by Abhimanyu Maharana May 18, 2024 खोरधारोड मंडल द्वारा ६८वां रेल सप्ताह पुरस्कार समारोह-"रेल सेवा पुरस्कार"-२०२३. ६५रेलवे कर्मचारियों को रेल सेवा पुरस्कार-२०२३से सम्मानित किया गया by Proprietor by Abhimanyu Maharana May 18, 2024 ବିଶାଳ ଶୋଭାଯାତ୍ରାରେ ନାମାଙ୍କନ ପତ୍ର ଦାଖଲ କଲେ ନିଆଳିର କଂଗେସ ବିଧାୟକ ପ୍ରାର୍ଥୀ ଜ୍ୟୋତି ରଞ୍ଜନ ମଲ୍ଲିକ by Proprietor by Abhimanyu Maharana May 18, 2024 ଓଡିଶାର ପୁର୍ବତନ ମନ୍ତ୍ରୀ ତଥା ଅବିଭକ୍ତ କୋରାପୁଟ ଜିଲ୍ଲାର ଜଣେ ଟାଣୁଆ ନେତା ଡମ୍ବରୁଧର ଉଲ୍ଲାକା ଙ୍କ ବିୟୋଗ by Proprietor by Abhimanyu Maharana May 18, 2024 ଖପ୍ରାଖୋଲ ବ୍ଲକ ସ୍ତରୀୟ ଲକ୍ଷେଘର ଗଣ୍ଡାସମାଜ ର ନୂତନ କର୍ମକର୍ତ୍ତା ଚୟନ by Proprietor by Abhimanyu Maharana May 18, 2024