ଓଡ଼ିଶା ବଜେଟ୍ : ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ବଜେଟ୍ ଆଗତ କରିଛନ୍ତି – ୨ ଲକ୍ଷ ୩୦ ହଜାର କୋଟି ଟଙ୍କା

୨୪ ଫେବୃଆରୀ ,ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ରାଜ୍ୟ ସରକାରଙ୍କ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ ଆକଳନ ରହିଛି ୨ ଲକ୍ଷ ୩୦ ହଜାର କୋଟି ଟଙ୍କା । ଗତବର୍ଷ ବଜେଟ୍ ଠାରୁ ଏହା ୧୫% ଅଧିକ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ବଜେଟ୍ ଆଗତ କରିଛନ୍ତି । ବଜେଟ୍ ରେ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି, କାର୍ଯ୍ୟକ୍ରମ ଖର୍ଚ୍ଚ ୧ ଲକ୍ଷ ୨୫ ହଜାରକୁ ବୃଦ୍ଧି । ପ୍ରଶାସନିକ ଖର୍ଚ୍ଚ(୮୯, ୫୯୦) ତୁଳନାରେ କାର୍ଯ୍ୟକ୍ରମ ଖର୍ଚ୍ଚ ଯଥେଷ୍ଟ ବୃଦ୍ଧି ପାଇଛି । ୨୦୦୦-୦୧ ଆର୍ଥିକ ବର୍ଷରେ କାର୍ଯ୍ୟକ୍ରମ ଖର୍ଚ୍ଚ ୩,୫୩୮ କୋଟି ଥିଲା । ୨୩ ବର୍ଷ ମଧ୍ୟରେ ଏହା ୩୫ ଗୁଣ ବୃଦ୍ଧି ପାଇଛି । ଚଳିତ ବଜେଟ୍ ରେ ବିପର୍ଯ୍ୟୟ ବିପଦ ପରିଚାଳନା ପାଣ୍ଠି ୩,୭୦୦ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତର ରାଶି ୭,୩୦୦ ଆକଳନ କରାଯାଇଛି ।

କୃଷି ବଜେଟ୍ ର ମୁଖ୍ୟାଶଂ :-

1- କୃଷି ପାଇଁ ବଜେଟରେ ୨୪ ହଜାର ୮୨୯ କୋଟି ବ୍ୟୟବରାଦ , 2- ଧାନ ସଂଗ୍ରହ କାର‌୍ୟ୍ୟକ୍ରମ ପାଇଁ ୨ ହଜାର କୋଟିର ରିଭଲିଂ ଫଣ୍ଡ , 3- କାଳିଆ ସହାୟତା ପାଇଁ ୧୮୭୯ କୋଟି ଟଙ୍କା ବ୍ୟୟବରାଦ, 4- ଓୟୁଏଟିରେ କୃଷି ଗବେଷଣା ପାଇଁ ୧୬୬ କୋଟି ଟଙ୍କା ଉଦ୍ୟାନ,  5- କୃଷିର ବିକାଶ ପାଇଁ ୩୮୧ କୋଟିର ବ୍ୟୟବରାଦ,6- କୃଷି କ୍ଷେତ୍ରରେ ମହିଳା SHGଙ୍କୁ ପ୍ରୋତ୍ସାହନ ପାଇଁ ସ୍ବତନ୍ତ୍ର ବ୍ୟୟବରାଦ , 7- କୃଷି କ୍ଷେତ୍ରରେ ମହିଳା ଝଐଏଙ୍କ ପାଇଁ ୫ ବର୍ଷରେ ୩୬୭ କୋଟି ଖର୍ଚ୍ଚ ହେବ , 8- ଛତୁ ମିଶନ ଓ ଫୁଲ ଚାଷ ମିଶନ ପାଇଁ ୧୦୦ କୋଟି , 9- ନଦୀ ଉପରେ ଏ ବର୍ଷ ଆଉ ୧୬ଟି ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ହେବ ,10- ନଦୀ ଉପରେ ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ପାଇଁ ୮୫୪ କୋଟି ,11- ଫୁପାର୍ବତୀ ଗିରି ବୃହତ ଉଠାଜଳସେଚନ ପ୍ରକଳ୍ପ ପାଇଁ ୫ ଶହ କୋଟି , 12- ୨୦୨୫-୨୬ ସୁଦ୍ଧା ଅତିରିକ୍ତ ୧ ଲକ୍ଷ ଗଭୀର ନଳକୂପ ପାଇଁ ୪୧୯୮ କୋଟି , 13- ବିଜୁ କୃଷକ ବିକାଶ ଯୋଜନାରେ ୧୫ଶହ ଉଠାଜଳସେଚନ ପ୍ରକଳ୍ପ ପାଇଁ ୪ ଶହ କୋଟି, 14- ଅଚଳ ଉଠାଜଳସେଚନ ପ୍ରକଳ୍ପ ପୁନରୁଦ୍ଧାର ପାଇଁ ୧୯୧ କୋଟି , 15-ଆଉ ୪୫୦ଟି ଚେକ୍ ଡ୍ୟାମ୍ ନିର୍ମାଣ ପାଇଁ ୧୮୧ କୋଟି , 16- ବ୍ୟୟବରାଦ ଲୁଣା ବନ୍ଧ ସୁଦୃଢ଼ୀକରଣ ପାଇଁ ବଜେଟରେ ୯୬୧ କୋଟି , 17- କାଳିଆ ଯୋଜନାରେ ଚାଷୀ ଋଣ ସୁଧ ରିହାତି ପାଇଁ ୮୩୬ କୋଟି , 18- ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରାପ୍ୟ ପ୍ରଦାନ ପାଇଁ ୬ଶହ କୋଟି, 19- ମିଲେଟ ମିଶନ ପାଇଁ ୪୯୭ କୋଟି ଟଙ୍କାର ବ୍ୟୟବରାଦ .

ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ କେତେ କୋଟି :-

1- ସ୍ୱାସ୍ଥ୍ୟ-୧୬,୦୪୮ (୨୭% ଅଧିକ) 2- ପାଇପ ପାଣି-୧୩,୨୧୫(୫୮% ଅଧିକ) 3- କୃଷି ଓ ଆନୁସଙ୍ଗିକ କ୍ଷେତ୍ର-୨୪,୮୨୯ (୨୧% ଅଧିକ) 4- ରାସ୍ତା, ପୋଲ, ବିମାନବନ୍ଦର, ରେଳ-୧୯, ୪୫୨(୩୪% ଅଧିକ) 5- ନଗର ଉନ୍ନୟନ-୭,୯୧୪(୯% ଅଧିକ) 6- ମିଶନ ଶକ୍ତି-୬,୨୨୪(୧୨% ଅଧିକ) 7- ଶିଳ୍ପ ଏବଂ ଏମଏସଏମଇ-୧,୩୫୮(୭% ଅଧିକ) 8- ବିପର୍ଯ୍ୟୟ ପରିଚାଳନା-୩,୭୦୦(୧୩%) 9 – ଶିକ୍ଷା ଏବଂ ଦକ୍ଷତା-୩୦,୦୩୦(୧୦% ଅଧିକ) 10 – ଅନୁସୂଚିତ ଜାତି/ଜନଜାତି ଉନ୍ନୟନ-୩୮, ୪୩୭(୧୮% ଅଧିକ) 11- ପର୍ଯ୍ୟଟନ-୬୮୦ କୋଟି(୧୫% ଅଧିକ) 12- କ୍ରୀଡ଼ା ବିକାଶ ପାଇଁ-୧,୨୧୭(୩୪% ଅଧିକ) 13- ଇଲେକଟ୍ରୋନିକ୍ସ ଆଣ୍ଡ ଆଇଟି-୩୫୬ କୋଟି(୧୮% ଅଧିକ) 14- ହସ୍ତତନ୍ତ, ବୟନଶିଳ୍ପ-୨୧୯ କୋଟି( ୮% ଅଧିକ) 16- ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ନ୍ୟାୟ ପାଇଁ-୮,୧୩୦(୮% ଅଧିକ) 17- ଲୋକାଲ୍ ବଡି-୭,୩୦୦ କୋଟି .