No Result
View All Result
୨୧ଫେବୃଆରୀ ,ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ ,କଟକ :- କମିଶନରେଟ ବାରଙ୍ଗ ପୋଲିସ ଦୁଇ ଜଣ ଯୁବଙ୍କୁ ଧରି କୋର୍ଟ ଚାଲାଣ କରିଛି । ଧରାପଡିଥିବା ଯୁବକଙ୍କ ଠାରୁ ୬ ଚୋରା ଗାଡ଼ି ଜବତ କରିଛି । ରବିବାର ଦିନ ତ୍ରିଶୁଳିଆ ନିକଟରେ ଗଞ୍ଜାମ ଜିଲ୍ଲା ତାରାସିଂ ଗ୍ରାମର, ଦିପୁ ପ୍ରଧାନଙ୍କର ଏକ ବାଇକ ଚୋରି ହୋଇଥିଲା । ଦିପୁ ଏନେଇ ବାରଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।
ଅଭିଯୋଗ ଆଧାରରେ ବାରଙ୍ଗ ଥାନା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ, କଟକ ଜିଲ୍ଲା ବଡ଼ମ୍ବା ଥାନା ଅଞ୍ଚଳର ଦୁଇଜଣ , ଗାଡ଼ି ଚୋରଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଧରାପଡିଥିବା ଦୁଇ ଗାଡ଼ି ଚୋର ହେଲେ, ବଡ଼ମ୍ବା ସାନ ବାରାସିଙ୍ଗା ଗ୍ରାମର ବିଜୟ ପ୍ରଧାନ ଏବଂ ରତାପାଟ ଗ୍ରାମର ରଞ୍ଜିତ ବାରିକ । ପୋଲିସ ସେମାନଙ୍କ ନିକଟରୁ ୬ଟି ଚୋରା ଗାଡ଼ି ଜବତ କରିଛି ।
No Result
View All Result