No Result
View All Result
୨୦ ଫେବୃଆରୀ,ସୋମବାର (ଓଡ଼ିଶା ତାଜାନ୍ୟୁଜ ) ଫୁଲବାଣୀ :- କନ୍ଧମାଳ ଜ଼ିଲ୍ଲା ଖଜୁରୀପଡା ବ୍ଲକ ଜାମଝରି ଠାରେ 1500 ଦକ୍ଷତା ବିଶିଷ୍ଟ ଅଣ୍ଡା ଦିଆ କୁକୁଡ଼ା ପାଳନ କେନ୍ଦ୍ରକୁ ଫୁଲବାଣୀର ମାନ୍ୟବର ବିଧାୟକ ଶ୍ରୀ ଯୁକ୍ତ ଅଙ୍ଗଦ କହଁର ଅନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଛନ୍ତି l ଆ. ଟି. ଡି. ଏ ଏଂବ ମିଶନ ଜୀବିକା ଯୋଜନା ଦ୍ୱାରା ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଫଳରେ ଜିଲ୍ଲା ର ଅଣ୍ଡା ଆବଶ୍ୟକ ପୂରଣ କରିବା ପାଇଁ କନ୍ଧମାଳ ଜିଲ୍ଲାପାଳ ଶ୍ରୀଯୁକ୍ତ ପାଟିଲ ଆଶିଷ ଇଶ୍ୱର ଙ୍କର ଏହା ଏକ ଅଭିନବ ପ୍ରୟାସ ଏହି କାର୍ଯ୍ୟ କ୍ରମରେ ଡୋକରା ସ୍ୱୟଂ ସହାୟକ ଗୋଷ୍ଟି ର ସମସ୍ତ ସଦସ୍ୟା ମାନେ ଏହି ଫାର୍ମ ର ପରିଚାଳନା ଦାଇତ୍ୱ ନେଇଥିବା ବେଳେ ସେମାଙ୍କର ଆର୍ଥୀକ ଉର୍ନ୍ନତି ହୋଇ ପାରିବ ବୋଲି ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ନରେଶ ଚନ୍ଦ୍ର ଶବର ପ୍ରକାଶ କରିଥିଲେ l
ଜିଲ୍ଲା ପ୍ରାଣୀ ଚିକିଛଙ୍କ ଦ୍ୱାରା ସମସ୍ତ ବୈଷୟିକ ଜ୍ଞାନ କୌଶଳ ଯୋଗାଇ ଦିଆଯିବ ବୋଲି ଡ଼ା. ଅଳକା ପଟ୍ଟନାୟକ.ସହକାରୀ ଜିଲ୍ଲା ପ୍ରାଣୀ ଚିକିତ୍ସାକ ଡ଼ା ସନ୍ତୋଷ ପଟ୍ଟନାୟକ କହିଥିଲେ. ଦୁତିପଡା ସରପଞ୍ଚ ଶ୍ରୀମତୀ ଜାନକୀ ଯାନୀ. ଖଜୁରୀପଡା ମିଶନ ଶକ୍ତି ସଂଯୋଜକ. ଏମବିକେ ଶ୍ରୀମତୀ କଲ୍ୟାଣୀ ଦାସ ବୈଠକରେ ନିଜ ନିଜ ବକ୍ତବ୍ୟ ରଖିଥିଲେ. ଏହି କାର୍ଯ୍ୟ କ୍ରମକୁ ଆଟିଡିଏ ର ଜୀବିକା ବିଶେଷଜ୍ଞ ଶ୍ରୀ ବୈଦ୍ୟନାଥ ଖଟୁଆ ସଭା ପରିଚାଳନା କରିଥିଲା ବେଳେ ନେତ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସାଙ୍ଗ କରିଥିଲେ l

No Result
View All Result