୧୯ ଫେବୃଆରୀ ,ରବିବାର (ଓଡ଼ିଶା ତାଜାନ୍ୟୁଜ ) କଟକ :- କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :-କଟକ ସଦର ଥାନା ଅନ୍ତର୍ଗତ ବାରଙ୍ଗ ବ୍ଲକ ନଗରୀ ପଞ୍ଚାୟତର, ଅରିଲୋ ଗ୍ରାମରେ ଥିବା ଶ୍ରୀ ଜନାର୍ଦ୍ଦନ ଦେବଙ୍କ ପ୍ରସିଦ୍ଧ ଅରିଲୋ ମେଲଣ ଅନୁଷ୍ଠିତ ହେବ । ଏହି ପୁରାତନ ଦୋଳମେଳନରେ ୬୦ରୁ ଉର୍ଦ୍ଧ୍ବ ଦୋଳ ବିମାନ ମେଳଣରେ ଯୋଗ ଦେଇଥାନ୍ତି ।
ଚଳିତ ବର୍ଷ ମେଳଣକୁ ପରିଚାଳନା କରିବା ପାଇଁ , ରବିବାର ଦିନ ଜନାର୍ଦ୍ଦନଙ୍କ ପୀଠରେ ଶାନ୍ତି କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଆମଣ ଗ୍ରାମର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଯୁଧିଷ୍ଟିର ଭୋଳ ଅଧ୍ୟକ୍ଷତା କରିଥିଲେ ।
ଏଥିରେ କଟକ ସଦର ଥାନାର ଆଇଆଇସି ରଶ୍ମୀ ରଞ୍ଜନ ମହାପାତ୍ର,ଏ ସି ପି ଚନ୍ଦନ ଘଡାଇଙ୍କ ସମେତ, ଆଖପାଖ ୪୦ ରୁ ୫୦ ଗ୍ରାମର ଦୋଳବିମାନ ଗୁଡିକର ମାର୍ଫତଦାର ଓ ମହନ୍ତ ମାନେ ଯୋଗ ଦେଇଥିଲେ । ଚଳିତ ବର୍ଷ ଏହି ମେଳଣରେ କେବଳ ପାରମ୍ପରିକ ବାଦ୍ୟ ପରିବେଷଣ, ରାସ୍ତାରେ ଆଲୋକ କରଣ,
ବାଣ ଓ ମିନା ବଜାର କରିବା ପାଇଁ ଅନୁମତି ଦିଆଯାଇଛି । ଏହି ଅବସରରେ ଆରିଲୋ ମେଲଣ ସାରସ୍ଵତ କମିଟି ପକ୍ଷରୁ, ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଉକ୍ତ ବୈଠକରେ ଆଖ ପାଖ ଅଞ୍ଚଳରୁ ଶତାଧିକ ଦୋଳ କମିଟିର ସଦସ୍ୟ, ମାର୍ଫତଦାର ଓ ମହନ୍ତ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
© 2023 Odisha Taza News.