୧୬ ଫେବୃଆରୀ ,ଗୁରୁବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କହିଛନ୍ତି ଯେ କୃଷି କ୍ଷେତ୍ରରେ ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ବିକାଶ ଉପରେ ସରକାର ଧ୍ୟାନ ଦେଉଛନ୍ତି । କୃଷି କ୍ଷେତ୍ରରେ ବୈଷୟିକ ହସ୍ତକ୍ଷେପ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଏବଂ କହଛନ୍ତି ଯେ ସରକାର କୃଷି କ୍ଷେତ୍ରରେ ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ବିକାଶ ଉପରେ ଧ୍ୟାନ ଦେଉଛନ୍ତି । ସେ କୃଷକମାନଙ୍କୁ କୃଷି କାର୍ଯ୍ୟରେ ନୂତନ କୃଷି ଯନ୍ତ୍ରପାତି ଏବଂ ଉପକରଣ ବ୍ୟବହାର କରିବା ପାଇଁ ଅନୁରୋଧ କରିଛନ୍ତି । ଯାହାଦ୍ୱାରା ଓଡ଼ିଶା ଏକ କୃଷି ବିକଶିତ ରାଜ୍ୟ ହୋଇପାରିବ ।
ସେ ଏହା ମଧ୍ୟ କହିଛନ୍ତି ଯେ ଗତ କିଛି ମାସ ଭିତରେ ସଫଳତାର ସହ ବିଭିନ୍ନ ଜିଲ୍ଲାରେ କୃଷି ମେଳା ଆୟୋଜନ କରିବା ପରେ ଆଗାମୀ ଦିନରେ ବ୍ଲକ୍ ସ୍ତରରେ ସେଭଳି ମେଳା ଆୟୋଜନ କରିବାର ଯୋଜନା ରହିଛି । ଆସନ୍ତା ବର୍ଷ ମଧ୍ୟ ଏହି ମେଳା ଆୟୋଜନ କରାଯିବ । ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଚାଷୀମାନେ ବିଶେଷ ଭାବେ ଉପକୃତ ହେବେ ଯାହା ସେମାନଙ୍କ ଆୟ ବଢ଼ାଇବାରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଦଶନ୍ଧି ପୂର୍ବରୁ ଚାଉଳ କ୍ଷେତ୍ରରେ ଓଡ଼ିଶା ଏକ ବଳକା ରାଜ୍ୟ ହୋଇସାରିଥିବା ବିଷୟରେ ସୂଚନା ଦେଇ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ଶ୍ରୀ ଅରବିନ୍ଦ ପାଢ଼ୀ କହିଛନ୍ତି ଯେ ଉଦ୍ୟାନ କୃଷି, ମୃତିକା ସଂରକ୍ଷଣ ଓ ଜଳବିଭାଜିକା ପରିଚାଳନା କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ପ୍ରଗତି କରିଥିବାରୁ ପରିବେଶ ଅନୁକୂଳ ଓ ନିରନ୍ତର ଚାଷକୁ ନିଶ୍ଚିତ କରାଯାଇପାରିବ । ସରକାର ଏବେ କୃଷି ଯାନ୍ତ୍ରିକୀକରଣ, ସଫଲରେ ବିବିଧତା, କୃଷି ଉଦ୍ୟୋଗ ଓ ଉଦ୍ୟୋଗୀ, ପ୍ରାଣିଧନ ଓ ମତ୍ସ୍ୟଚାଷ ଉପରେ ଗୁରୁତ୍ୱ ଦେଉଛନ୍ତି । ମିଲେଟ୍ ମିସନକୁ ସମସ୍ତ ୩୦ଟି ଜିଲ୍ଲାରେ ପହଂଚାଇବାକୁ ଯୋଜନା ରହିଛି ବୋଲି ସେ ସୂଚନା ଦେଇଛନ୍ତି ।

© 2023 Odisha Taza News.