ୱ।ଡ଼ ମେମ୍ବର ଓ ଗ୍ରାମବାସୀ ଅଭିଯୋଗ ଅନୁସାରେ ପଞ୍ଚାୟତ ଆରମ୍ଭ ହେବା ଦିନଠାରୁ କାର୍ଯ୍ୟାଳୟ ପରିସରରେ ଶିଶୁ ଓ ଗମ୍ଭାରୀ ପରି ମୂଲ୍ୟବାନ ଗଛ ସହ ଅନ୍ୟାନ୍ୟ ଗଛ ଗୁଡ଼ିକ ଲଗାଯାଇଥିଲା ।ସରପଞ୍ଚ କସ୍ତୁରୀ ଭୋଇ ଓ ତାଙ୍କ ସ୍ଵାମୀ କିଶୋର ଚନ୍ଦ୍ର ଭୋଇ ମିଶି ପଞ୍ଚାୟତ ର ୱ।ଡମେମ୍ବର ଓ ଗ୍ରାମବାସୀ ଙ୍କ ଅଜାଣତ ସହ ସଭା ଖାତାରେ ଗଛ କଟା ସମ୍ପର୍କିତ କୌଣସି ରେଜୁଲେସନ କରି ନାହାନ୍ତି । ଏ ପରିକି କାର୍ଯ୍ୟାଳୟ ପରିସରରୁ ଗଛ କାଟା ବାବଦକୁ ନେଇ ପାଟଣାଗଡ଼ ବନବିଭାଗ କୁ କୌଣସି ଲିଖିତ କିମ୍ବା ମୌଖିକ ଭାବରେ ଜଣାଇନ ଥିବା ଅଭିଯୋଗ ହେଉଛି ।
ଗଛ କାଟା ସର୍ମ୍ପକ ରେ ୱ।ଡମେମ୍ବର ମାନଙ୍କ ଅଭିଯୋଗ ପରେ ଆଜି ଦିନ ୧୧ ଟା ସମୟରେ ବନ ବିଭାଗର ଏକ ସ୍ଵତନ୍ତ୍ରଟିମ ଫରେଷ୍ଟର ଗୁଣନିଧି ପରିଡ଼ା ଙ୍କ ନେତୃତ୍ବରେ ଉକ୍ତ ସ୍ଥାନରେ ଚଢାଉ କରିଥିଲେ । ଚଢାଉ ସମୟରେ କାର୍ଯ୍ୟାଳୟ ପରିସରରୁ ୪୧ ଗୋଟି ବିଭିନ୍ନ ପ୍ରକାର ଗଛ କାଟା ଯାଇଥିବା ବନବିଭାଗ ପକ୍ଷରୁ ଜଣାପଡିଛି । କଟା ଯାଇଥିବା କାଠ ଗଣ୍ଡି ଗୁଡ଼ିକୁ ବନବିଭାଗର କର୍ମଚାରୀ ମାନେ ଏକ ଟ୍ରାକ୍ଟର ଯୋଗେ କାର୍ଯ୍ୟାଳୟ କୁ ଆଣିଯାଇଥିଲେ ।
ସରପଞ୍ଚ ଙ୍କୁ ବନବିଭାଗ ବାରମ୍ବାର ତାଙ୍କ ସ୍ଵାମୀ ଙ୍କ ମାଧ୍ୟମରେ ଡାକିଥିଲେ ମଧ୍ୟ ସେ ଜାଣୁ ଶୁଣି ରେଞ୍ଜ କାର୍ଯ୍ୟାଳୟ କୁ ଆସି ନଥିଲେ । ଏହାପରେ ବନବିଭାଗ ସଂପୃକ୍ତ ସରପଞ୍ଚଙ୍କ ନାମରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ରେଞ୍ଜର ଶ୍ରୀ ବିଶି ଙ୍କ ଠାରୁ ଜଣାପଡିଛି । ଏହି ଚଢାଉ ସମୟରେ ଫରେଷ୍ଟର ଗୁଣନିଧି ପରିଡ଼ା ଙ୍କ ସମେତ ବନରକ୍ଷି ଜ୍ୟୋସ୍ନା ସଲତର , ପାରାଷ୍ଟାପ ହରିସାହୁ,ପୂର୍ଣ୍ଣ ଚନ୍ଦ୍ର ଥପା ପ୍ରମୁଖ ଉପସ୍ଥିତ ଥିଲେ ।

© 2023 Odisha Taza News.