• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରୁଦ୍ଧ ଦ୍ୱାର ଭିତରେ ଓଡ଼ିଶା ଶାସନ : ଜନତାଙ୍କ ସ୍ୱର ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଂଚିପାରୁନାହିଁ – ବିଜୟ ପଟ୍ଟନାୟକ

Proprietor Abhimanyu Maharana by Proprietor Abhimanyu Maharana
February 14, 2023
in ଓଡ଼ିଶା, ମହାନଗର, ରାଜନୀତି, ହୋମ୍
0
ରୁଦ୍ଧ ଦ୍ୱାର ଭିତରେ ଓଡ଼ିଶା ଶାସନ : ଜନତାଙ୍କ ସ୍ୱର ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଂଚିପାରୁନାହିଁ – ବିଜୟ ପଟ୍ଟନାୟକ
Share on FacebookShare on TwitterWhatsapp

ବିଜୟ ପଟ୍ଟନାୟକଙ୍କ ଯୋଗଦାନ ଦଳକୁ ଉତ୍ସାହିତ କରିଛି : ଶରତ ପଟ୍ଟନାୟକ

ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡ଼ି ରହିଥିବା ବି.ଜେ.ଡ଼ି ଓ ବି.ଜେ.ପି ଦଳରେ ଯୋଗ ଦେବାକୁ ସେ ପସନ୍ଦ କଲେ ନାହିଁ । କଂଗ୍ରେସ ଦଳର ନୀତି, ଆଦର୍ଶ ଓ ଦେଶ ପ୍ରତି ତ୍ୟାଗ ଓ ତିତୀକ୍ଷା ଏବଂ ବିଶେଷ କରି ଗାନ୍ଧୀବାଦ ଉପରେ ପ୍ରଗାଢ଼ ବିଶ୍ୱାସ ରଖି ସେ କଂଗ୍ରେସ ଦଳରେ ଯୋଗଦେଇଛନ୍ତି ।

୧୩ ଫେବୃଆରୀ ସୋମବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ବିଜୟ ପଟ୍ଟନାୟକଙ୍କୁ ବିମାନ ବନ୍ଦର ଠାରେ କଂଗ୍ରେସ ଓ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିପୁଳ ସମର୍ଦ୍ଧନ ଦିଆଯାଇ କଂଗ୍ରେସ ଭବନ ପର୍ଯ୍ୟନ୍ତ ଏକ ବିଶାଳ ମଟର ସାଇକେଲ ଶୋଭା ଯାତ୍ରାରେ ଅଣାଯାଇଥିଲା । କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଏବଂ ପି.ସି.ସି. ସାଧାରଣ ସମ୍ପାଦକ ରଜତ ଚୌଧୁରୀଙ୍କ ନେତୃତ୍ୱରେ ବହୁ ଛାତ୍ର କଂଗ୍ରେସ କର୍ମକର୍ତା ଏବଂ କଂଗ୍ରେସ ନେତୃବର୍ଗ ଏହି ଶୋଭା ଯାତ୍ରାରେ ସାମିଲ ଥିଲେ । କଂଗ୍ରେସ ଭବନରେ ଶ୍ରୀ ପଟ୍ଟନାୟକଙ୍କୁ ପି.ସି.ସି. ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏବଂ ଅନ୍ୟ ବରିଷ୍ଠ କଂଗ୍ରେସ ନେତୃବର୍ଗ ଏବଂ କର୍ମିମାନେ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ।ଏଠାରେ ଗଣମାଧ୍ୟମକୁ ଶ୍ରୀ ଶରତ ପଟ୍ଟନାୟକଙ୍କୁ କହିଥିଲେ ଯେ, ଶ୍ରୀ ବିଜୟ ପଟ୍ଟନାୟକ ଏ ରାଜ୍ୟରେ ଜଣେ ଉଚ୍ଚ ପଦସ୍ଥ ଅଫିସର ଭାବରେ ସାଧୁତା, ନିଷ୍ଠାର ସହ ୪୦ ବର୍ଷ କାର୍ଯ୍ୟ କରିଛନ୍ତି । ତମାମ ପ୍ରଶାସନିକ ସେବାରେ ସେ ଦୁର୍ନୀତି, ଭ୍ରଷ୍ଟାଚାର ଓ ଶାସନ କ୍ଷେତ୍ରରେ ଅପାରଗତା ଓ ନିଷ୍ପ୍ରିୟତାକୁ ତୀବ୍ର ବିରୋଧ କରିଆସିଛନ୍ତି । ସେ ନତମସ୍ତକ ନୁହେଁ ବରଂ ଉନ୍ନତଶୀର ଭାବରେ ନିଜର ବ୍ୟକ୍ତିତ୍ୱର ପରିପ୍ରକାଶ କରିବାକୁ ସାରା ଜୀବନ ଚେଷ୍ଟା କରିଛନ୍ତି । ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡ଼ି ରହିଥିବା ବି.ଜେ.ଡ଼ି ଓ ବି.ଜେ.ପି ଦଳରେ ଯୋଗ ଦେବାକୁ ସେ ପସନ୍ଦ କଲେ ନାହିଁ । କଂଗ୍ରେସ ଦଳର ନୀତି, ଆଦର୍ଶ ଓ ଦେଶ ପ୍ରତି ତ୍ୟାଗ ଓ ତିତୀକ୍ଷା ଏବଂ ବିଶେଷ କରି ଗାନ୍ଧୀବାଦ ଉପରେ ପ୍ରଗାଢ଼ ବିଶ୍ୱାସ ରଖି ସେ କଂଗ୍ରେସ ଦଳରେ ଯୋଗଦେଇଛନ୍ତି । ତାଙ୍କର କାର୍ଯ୍ୟଦକ୍ଷତା, ବିଶାଳ ଅନୁଭବ ଏବଂ ସହଯୋଗକୁ କଂଗ୍ରେସ ଦଳ ଆଗାମୀ କାର୍ଯ୍ୟକ୍ରମରେ ସଠିକ୍ ବିନିଯୋଗ କରିବ । ଏଠାରେ ଗଣମାଧ୍ୟମକୁ ଶ୍ରୀ ବିଜୟ ପଟ୍ଟନାୟକ ସମ୍ବୋଦିତ କରି କହିଥିଲେ ଯେ, ସେ ଶେଷ ଜୀବନ ପର୍ଯ୍ୟନ୍ତ କଂଗ୍ରେସ ଦଳରେ କାର୍ଯ୍ୟ କରିବା ପାଇଁ ସଂକଳ୍ପ ନେଇଛନ୍ତି । ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ଯାତ୍ରା ଦେଶରେ ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ପରିବର୍ତନ ପାଇଁ ଯେଉଁବାର୍ତା ଦେଇଛନ୍ତି ସେଥିରେ ଦେଶବାସୀ ପ୍ରଭାବିତ ହୋଇଛନ୍ତି । ନିଜର ଅତୀତକୁ ମନେପକାଇ ସେ କହିଛନ୍ତି ଯେ, ଗତ ୧୦ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଭାବ ଶୂନ୍ୟ ହୋଇପଡ଼ିଛନ୍ତି । ତୃତୀୟ ମହଲା ଏବେ କିଛି ସ୍ୱାର୍ଥନେସୀ ବ୍ୟକ୍ତିଙ୍କ କବ୍‌ଜାରେ । ଜନତାର ସ୍ୱର ତୃତୀୟ ମହଲାରେ ପହଂଚିପାରୁ ନାହିଁ । ବ୍ଲକ ଠାରୁ ସଚିବାଳୟ ପର୍ଯ୍ୟନ୍ତ ସବୁଠାରେ ସାଧାରଣ ଜନତାର ଅଭିଯୋଗ ଓ ଅଳି ଅର୍ଦ୍ଧଳୀକୁ ଉପେକ୍ଷା କରାଯାଉଛି । ବିଜେଡ଼ି ସରକାରର ରୁଦ୍ଧ ଦ୍ୱାର ଶାସନରେ ଜନତାର ସ୍ୱାର୍ଥ ଲୁଣ୍ଠିତ, ଏହାର ପୁର୍ଣ୍ଣଚ୍ଛେଦ ପଡ଼ିଲେ ଲୋକେ ନ୍ୟାୟ ପାଇବେ । ଦାରିଦ୍ର‌୍ୟ ବେକାରୀ, ନାରୀ ନିର୍ଯ୍ୟାତନା, କୃଷି ଓ କୃଷକ ସମସ୍ୟା କ୍ଷେତ୍ରାରେ ଓଡ଼ିଶା ତଳୁ ୧ ନମ୍ବର ସ୍ଥାନ ଅଧିକାର କରିବାର ଅପବାଦ ମୁଣ୍ଡାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ସେ କହିଥିଲେ ଯେ, ଗୋପାଳ ସାହୁ ମାଧ୍ୟମରେ ଅନ୍ୟ କେହି ନବ ଦାସଙ୍କୁୂ ହତ୍ୟା କରିଛନ୍ତି । ଏହି ହତ୍ୟାକାଣ୍ଡ ଦିନକୁ ଦିନ ରହସ୍ୟମୟ ହୋଇପଡ଼ୁଛି । ଏଠାରେ ବେକାର ଯୁବକ ବଂଚିବା ପାଇଁ ନିଯୁକ୍ତି ଖୋଜୁଛି, କର୍ମସଂସ୍ଥାନ ନ ପାଇ ଦାଦନ ଖଟିବା ପାଇଁ ଓଡ଼ିଆ ଯାଉଛି । ଓଡ଼ିଶାରେ ପ୍ରତିଷ୍ଠିତ ଶିଳ୍ପମାନଙ୍କରେ ଓଡ଼ିଆ ବେକାରଙ୍କ ନିଯୁକ୍ତିକୁ ଉପେକ୍ଷା କରାଯାଉଛି । ପ୍ରଶାସନ ନିରପକ୍ଷ ନାହିଁ । ଦଳୀୟଭିତିରେ ପ୍ରଶାସନିକ କାର୍ଯ୍ୟକ୍ରମ ଚାଲିଛି । ଓଡ଼ିଶାର ସ୍ୱାର୍ଥ ବା ଓଡ଼ିଶାର ଜନସାଧରଣଙ୍କର ଅଧିକାର ଉପେକ୍ଷିତ ହେଉଥିବାବେଳେ ଏଭଳି ସରକାର ରାଜ୍ୟରେ ରହିବାର ଅଧିକାର କ’ଣ ଅଛି । ରାଜ୍ୟରେ ଜନତାଙ୍କ ସରକାର ଆଣିବାକୁ ହେଲେ କଂଗ୍ରେସ ଦଳ ହିଁ ଏକମାତ୍ର ବିକଳ୍ପ । ଓଡ଼ିଶାରେ ଯାହା ସ୍ୱାଧୀନତା ପରଠାରୁ ବିକାଶ ହୋଇଛି ତା’ର ସିଂହ ଭାଗ ଶ୍ରେୟ କଂଗ୍ରେସର । ଅନ୍ୟପକ୍ଷରେ କ୍ଷମତାସିନ କେନ୍ଦ୍ର ଓ ରାଜ୍ୟ ସରକାରର ନୀତି ନିଷ୍ପତିରେ କିଛି ଫରକ ଅନୁଭବ ହେଉନାହିଁ । ଉଭୟ ଏନ୍‌.ଡି.ଏ ଓ ବି.ଜେ.ଡ଼ି. ସରକାର ବେକାରୀ, ଦାରିଦ୍ର‌୍ୟ, ହିଂସା, ନାରୀ ନିର୍ଯ୍ୟାତନା, କୃଷି ଓ କୃଷକ ସମସ୍ୟାକୁ ସମାଧାନ କରିବାରେ ବିଫଳ ହୋଇଛନ୍ତି । ମୋଦୀ ସରକାରଙ୍କ ବିକାଶ ଆହ୍ୱାନ ଛଳନାପୂର୍ଣ୍ଣ । ଅନ୍ୟପକ୍ଷରେ ୫ ଟି କେବଳ ଏକ ସ୍ଲୋଗାନ । ଯାହାର କାର୍ଯ୍ୟକାରିତା କିଛି ନାହିଁ । ଯଦି ଓଡ଼ିଶା ସରକାରର ସମସ୍ତ ବିଭାଗ ଠିକ୍‌ରେ ପରିଚାଳିତ ହେବ ତେବେ ୫ଟିର ଆବଶ୍ୟକତା କ’ଣ । ୫ ଟିର ଦକ୍ଷତା କ’ଣ ତାହା ଏବେ ରାଜ୍ୟର ବିଭିନ୍ନ ବିଭାଗରେ ହୋଇଥିବା ବିପର୍ଯ୍ୟସ୍ତ ଅବସ୍ଥାରେ ସ୍ପଷ୍ଟ ହୋଇପଡ଼ୁଛି । ସାମ୍ବାଦିକମାନଙ୍କ ପ୍ରତି ନବୀନ ସରକାର ଆଚରଣ ଓ ଉଚ୍ଚାରଣ ଅତ୍ୟନ୍ତ ଦୁଃଖ ଦାୟକ ।

ସାଧାରଣ ଜନତାର ସ୍ୱର ଓ ପ୍ରଶାସନର ଅପାରଗତା ଗଣମାଧ୍ୟମରେ ପ୍ରକଟିତ ହୋଇଥାଏ । ମାତ୍ର ଆମ ରାଜ୍ୟରେ ସାମ୍ବାଦିକଙ୍କୁ ସଚ୍ଚିବାଳୟ ବାରଣ କରିବା ସହ ଦୁବ୍ୟବହାର କରିବା ଅଗଣତାନ୍ତ୍ରିକ ଏବଂ ଦୁଃଖଦାୟକ । ଆଜିର କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ୍ ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପୂର୍ବତନ ପି.ସି.ସି. ସଭାପତି ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ସନ୍ତୋଷ ସିଂ ସାଲୁଜା, ପଂଚାନନ କାନୁନ୍‌ଗୋ, ଶିବାନନ୍ଦ ରାୟ, ଜାନକୀବଲ୍ଲଭ ପଟ୍ଟନାୟକ, ବିଭୂତି ମିଶ୍ର, ଜିଆଉଲ୍ଲ ହକ୍‌, ବନ୍ଦିତା ପରିଡ଼ା, ମନୋରଞ୍ଜନ ଦାସ, ବିଷ୍ମୟ ମହାପାତ୍ର, ରଜନୀ ମହାନ୍ତି, ବିଶ୍ୱଭୂଷଣ ଦାସ, ଚିନ୍ମୟ ପ୍ରଶାଦ ବେହୁରା, ଦେବାଶିଷ ପଟ୍ଟନାୟକ, ପଦ୍ମାକର ଗୁରୁ, ପ୍ରକାଶ ମିଶ୍ର, ଅମିୟ ପାଣ୍ଡବ, ମାନସ ଆଚାର୍ଯ୍ୟ, ଚିନ୍ମୟ ସୁନ୍ଦରଦାସ, ରଞ୍ଜିତ ପାତ୍ର, ଦୀପକ ମହାପାତ୍ର, ରଶ୍ମି ମହାପାତ୍ର, ଦୁର୍ଗା ପାଢ଼ୀ, ଯୋଗୀ ବାହୁବଳେନ୍ଦ୍ର, କୈଳାସ ସାହୁ,କୁସୁମ ପ୍ରଧାନ, ପମୀ ମିଶ୍ର, ତରୁଣ ମିଶ୍ର, ମହମ୍ମଦ ଗୁଲଫାମ୍‌, ମିହିର ଆଚାର୍ଯ୍ୟ, ୟାକୁବ୍‌ ଖାନ୍‌, ଏମ୍‌.ଡ଼ି. ସାହାଦୁଲ୍ଲା, ସାଗର ପଟ୍ଟନାୟକ,ଅଜୟ ସାହୁ, ନଳୀନିକାନ୍ତ ନାୟକ, ଆଲୋକ ଲେଙ୍କା, ସତ୍ୟସ୍ମିତ ମହାନ୍ତି, ବିପ୍ଳବ ଶିଳାଦିତ୍ୟ, ରାଜଲକ୍ଷ୍ମୀ ସାହୁ, ସୌରଭ ପଟ୍ଟନାୟକ, ଦୁର୍ଗା ପାଢ଼ୀ, ଜଗଦିଶ ଗଜେନ୍ଦ୍ର, ବଳରାମ ନନ୍ଦ, ବିରଂଚି ବାରିକ, ବିଶ୍ୱଭୂଷଣ ମହାପାତ୍ର, ରଣଜୀତ ସେନାପତି, ବଟକୃଷ୍ଣ ରାଉତରାୟ, ସୁରଜ ରାଉତ, ରମେଶ ଚନ୍ଦ୍ର ପଣ୍ଡା, ସୁଶାନ୍ତ ତ୍ରିପାଠୀ, ଜ୍ଞାନ ପଟ୍ଟନାୟକ, ଗୀତାଞ୍ଜଳୀ ମହାନ୍ତି, କନକଲତା ମଲ୍ଲିକ, ଶିଳ୍ପିଶ୍ରୀ ହରିଚନ୍ଦନ, ତାପସ ସେଠୀ, ଶାରଦା ପ୍ରଧାନ, ପଙ୍କଜୀନି ପତି, ପିୟୁସ ଜେନା, ଶ୍ରୀ ମହାନ୍ତି ଓ ଜୟକୃଷ୍ଣ ସୁବୁଧି ପ୍ରମୁଖ ଯୋଗ ଦେଇଥିଲେ । ଦିପକ କୁମାର ମହାପାତ୍ର, ଗଣମାଧ୍ୟମ ସଂଯୋଜକ, ଓ.ପି.ସି.ସି

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

May 15, 2026
ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

May 15, 2026

Recent News

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

May 15, 2026
ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

May 15, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version