ଯାଞ୍ଚବେଳେ ଆମ୍ବୁଲାନ୍ସ ରେ ୮ କେଜି ଗଞ୍ଜେଇ ଥିବା ଜଣାପଡିଥିଲା l କେଶରୀଗୁଡା ପଞ୍ଚାୟତ ଢେକାବନ୍ଧ ର ମିଖାଏଲ ରାଇତ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ତାଙ୍କ ଭଣଜା ଏବଂ ସମ୍ପର୍କୀୟ ସହ ବ୍ରହ୍ମପୁର ଯାଉଥିଲେ, କୌଣସି ସୂତ୍ର ରୁ ଖବର ପାଇ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ ଆମ୍ବୁଲାନ୍ସ ଟିକୁ ଯାଞ୍ଚ କଲାବେଳେ ତା ମଧ୍ୟରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା l
ଏହି ଗଞ୍ଜେଇ ବ୍ରହ୍ମପୁର ଚାଲାଣ ହେଉଥିବା ସୂଚନା ମିଳିଛି l ଜବତ ଆମ୍ବୁଲାନ୍ସ ଟିରେ ବ୍ରହ୍ମପୁର ଖ୍ରୀଷ୍ଟିଆନ ହସ୍ପିଟାଲ ର ନାମ ଫଳକ ଥିବା ଦେଖା ଯାଇଛି l ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଡ୍ରାଇଭର କରଞ୍ଜସାହି ର ପ୍ରଶାନ୍ତ ମାଝୀ, କଣ୍ଟାସାରୁ ର ଜିଖରୀୟ ମଳିକ ଏବଂ ଡେକାବନ୍ଧ ଗ୍ରାମର ରୋଗୀ ମିଖାଏଲ ର ଭଣଞ୍ଜା ପାଉଲ ଦଳେଇ କୁ ଗିରଫ କରି କୋର୍ଟ ଚାଲାଣ କରିଛି l

© 2023 Odisha Taza News.