No Result
View All Result
0୮ ଫେବୃଆରୀ, ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆନ୍ଧ୍ରପ୍ରଦେଶର ତିରୁପତି :- ଆନ୍ଧ୍ରପ୍ରଦେଶର ତିରୁପତିସ୍ଥିତ ରାଷ୍ଟ୍ରିୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ୱାମୀ ନାରାୟଣ ଭାଷ୍ୟ ସମର୍ପିତ କରା ଯାଇ ଅଛି । ସ୍ୱାମୀ ନାରାଯଣ ସଂସ୍ଥା, ଗୁଜରାଟର ରାଜକୋଟରେ ଥିବା ସ୍ୱାମୀ ନାରାୟଣ ଗୁରୁକୁଳର ଶ୍ରୀଗୋପାଳ ନନ୍ଦ ସ୍ୱାମୀ ଏବଂ ମୁକ୍ତାନନ୍ଦ ସ୍ୱାମୀ ଏହି ଭାଷ୍ୟକୁ ରଚନା କରି ଥିଲେ । ଆଜି ସ୍ୱାମୀ ସ୍ୱରୁପା ନନ୍ଦ ଦାସ, ପ୍ରଭୁ ଚରଣ ସ୍ୱାମୀ, ମଧୁସୁଦନ ସ୍ୱାମୀ, ହରିକୃଷ୍ଣ ସ୍ୱାମୀ ବିଶ୍ୱ ବିଦ୍ୟାଳୟ ସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଏକ ଶୋଭା ଯାତ୍ରାରେ ପହଂଚି ଥିଲେ । ବିଶ୍ୱ ବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ହରେକୃଷ୍ଣ ନାମ ସଂକିର୍ତନ କରି କୁଳପତିଙ୍କ ନିବାସ ଠାରୁ ଶୋଭା ଯାତ୍ରା ଆରମ୍ଭ କରି ଜଗନ୍ନାଥ ମନ୍ଦିର ଯାଏ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରି ଯାଇ ଥିଲେ ।
ଏହି ଆଧ୍ୟାତ୍ମିକ ଶୋଭା ଯାତ୍ରାରେ ବିଶ୍ୱ ବିଦ୍ୟାଳୟର ମାନନୀୟ କୁଳପତି ମହାମହୋପାଧ୍ୟାୟ ପ୍ରୋଫେସର ଜିଏସ୍ଆର କୃଷ୍ଣ ମୁର୍ତି ମୁଖ୍ୟ ଭାବରେ ନେତୃତ୍ୱ ନେଇ ଅନ୍ୟ ସନ୍ଥ ମାନଙ୍କୁ ମଧ୍ୟ ଉତ୍ସାହିତ କରି ଥିଲେ । ବିଶ୍ୱବିଦ୍ୟାଳୟର ଅନେକ ପ୍ରୋଫେସର ଯଥା ଡା. ଭାରତ ଭୁଷଣ ରଥ, ଡା. ତପନ କୁମାର ଘଡାଇ, ଡା. ପ୍ରସନ୍ନ କୁମାର ପଣ୍ଡା, ଡା.ଦୁର୍ଗା ଶରଣ ରଥ, ଡା. ଭେଂକଟା ଚାରୀ, ଏବଂ ଶତାଧିକ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରି ଥିଲେ ।
ସକାଳ ନଅ ଘଟିକା ସମୟରେ ଏହି ଶୋଭା ଯାତ୍ରା ଆରମ୍ଭ ହୋଇ ଜଗନ୍ନାଥ ମନ୍ଦିର ଯାଏ ଆସି ଏକ ବିଶେଷ ପୁଜା ଆରମ୍ଭ କରି ଥିଲେ। ବୈଦିକ ରୀତିରେ ପୁଜାର୍ଚନା କରି ଗୀତା –ବ୍ରହ୍ମ ସୁତ୍ର- ବୃହଦଆରଣ୍ୟକ ଉପନିଷଦ, ଛାନ୍ଦୋଗ୍ୟ ଉପନିଷଦ, ଇଷାଦି ଅଷ୍ଟୋପନିଷଦ ଭାଷ୍ୟ ଗ୍ରନ୍ଥ ମାନଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରି ଥିଲେ । ସ୍ୱାମୀ ସ୍ୱରୁପା ନନ୍ଦ ଦାସ ଏବଂ ଅନ୍ୟ ସନ୍ଥ ମାନେ ଭାଷ୍ୟ ଗ୍ରନ୍ଥର ମାହାତ୍ମ୍ୟ ବିଷୟରେ ଭକ୍ତ ମାନଙ୍କୁ ଅବଗତ କରାଇ ଥିଲେ ।
ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ପ୍ରତିଷ୍ଠାପିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିବିଧ ବେଶ ପ୍ରଦର୍ଶନୀକୁ କୁଳପତି ସମେତ ଅନେକ ଅତିଥି ପରିଦର୍ଶନ କରି ଥିଲେ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ମହନୀୟତା ବିଷୟରେ ନିର୍ଦେଶକ ଡା.ଜ୍ଞାନରଂଜନ ପଣ୍ଡା ଅତିଥି ମାନଙ୍କୁ ଅବଗତ କରାଇ ଥିଲେ । ଏହି ଅଧ୍ୟାତ୍ମ କାର୍ୟ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅନେକ ଛାତ୍ର ଛାତ୍ରୀ କାର୍ୟ୍ୟକ୍ରମକୁ ସଫଳ କରିଥିଲେ । ଅଖଣ୍ଡ ନାମସଙ୍କୀର୍ତ୍ତନରେ ଶ୍ରୀ ସାଇରାମ ପାଢୀ, ନରେନ୍ଦ୍ର, ମନୋଜ, ବୈଭବୀ, ଶୁଚିସ୍ମିତା ଇତ୍ୟାଦି ଅନେକ ଓଡିଆ ଏବଂ ଅଣ ଓଡିଆ ଛାତ୍ର ଛାତ୍ରୀ ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ । ଶ୍ରୀ ପ୍ରଭାତ କୁମାର ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ ।

No Result
View All Result