• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ପ୍ରତି ଅବଦାନରେ ପିନାକୀ ମିଶ୍ର ଅସହିଷ୍ଣୁ କାହିଁକି ..? : ସ୍ମୃତି ପଟ୍ଟନାୟକ

Proprietor Abhimanyu Maharana by Proprietor Abhimanyu Maharana
February 8, 2023
in ଓଡ଼ିଶା, ମହାନଗର, ରାଜନୀତି, ହୋମ୍
0
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ପ୍ରତି ଅବଦାନରେ ପିନାକୀ ମିଶ୍ର ଅସହିଷ୍ଣୁ କାହିଁକି ..? : ସ୍ମୃତି ପଟ୍ଟନାୟକ
Share on FacebookShare on TwitterWhatsapp

1.  ପିନାକୀ ବାବୁ ଲୋକସଭାରେ ଯେଉଁ ବକ୍ତବ୍ୟ ରଖିଛନ୍ତି, ତାହା ଆଉ କାହା ଲେଖାକୁ ପଢିଲା ଭଳି ମନେ ହେଉଛି

2.  କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରିଦୀପ୍ ସିଂହଙ୍କ ଟ୍ୱିଟରୁ ପିନାକୀ ମିଶ୍ରଙ୍କ ତଥ୍ୟରେ ସତ୍ୟତା କେତେ,ତାହା ସ୍ପଷ୍ଟ ଅନୁମେୟ

3.  ପିନାକୀ ମିଶ୍ର କେବଳ ଦିଲ୍ଲୀର ଅଫିସରେ ବସି ତୃଣମୂଳ ସ୍ତରରେ ହେଉଥିବା କାମକୁ ଅନୁଧ୍ୟାନ ନକରି ମିଥ୍ୟା ମନ୍ତବ୍ୟ ଦିଅନ୍ତୁ ନାହିଁ

4.  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ପିନାକୀ ମିଶ୍ର ଦେଇଥିବା ମନ୍ତବ୍ୟ ମିଛ କାହାଣୀ ସଦୃଶ

5.  ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଦେଶର ୯.୬ କୋଟି ଘରେ ଗ୍ୟାସ ସଂଯୋଗ ମହିଳାଙ୍କ ଜୀବନରେ ଅଭୂତପୂର୍ବ ପରିବର୍ତନ ଆଣିଛି

6.  ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାରେ ଏଲପିଜି ବ୍ୟବହାର ୨୨ ଲକ୍ଷରୁ ୯୬ ଲକ୍ଷରେ ପହଁଚିଛି

7.  ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଓଡ଼ିଶାରେ ୫୩ ଲକ୍ଷ ୨୫ ହଜାର ଗ୍ୟାସ ସଂଯୋଗୀକରଣ

8.  ମୋଦି ସରକାର ସବୁ କ୍ଷେତ୍ରରେ ମହିଳାଙ୍କୁ ଅଗ୍ରାଧିକାର ଦେଉଥିବା ବେଳେ ଓଡ଼ିଶା ଶାସନରେ ମହିଳା ନିର୍ଯ୍ୟାତିତ

୮ ଫେବୃଆରୀ, ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର  :- ବରିଷ୍ଠ ବିଜେଡ଼ି ସାଂସଦ ପିନାକୀ ମିଶ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ପ୍ରତି ଅବଦାନରେ ଅସହିଷ୍ଣୁ ହୋଇଯାଇଛନ୍ତି । ତେଣୁ ସେ ଲୋକସଭାରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଛନ୍ତି ବୋଲି ବୁଧବାର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ । ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, ଗତକାଲି ପୁରୀର ବିଜେଡ଼ି ସାଂସଦ ପିନାକୀ ବାବୁ ଲୋକସଭାରେ ଯେଉଁ ବକ୍ତବ୍ୟ ରଖିଛନ୍ତି, ତାହା ଆଉ କାହା ଲେଖାକୁ ପଢିଲା ଭଳି ମନେ ହେଉଛି । ସେ ଜଣେ ଭଲ ଓକିଲ ବୋଲି ପୂର୍ବରୁ ଆମର ଧାରଣା ଥିଲା, ମାତ୍ର ଗତକାଲିର ତାଙ୍କ ବକ୍ତବ୍ୟ ପରେ ସେହି ଧାରଣା ଆଜି ଦୂର ହୋଇଛି । ସେ ନିଜର ମନର କଥା ନ କହି ଆଉ କାହା ଲେଖାକୁ ପଢୁଛନ୍ତି,ଯେଉଁ ତଥ୍ୟ ସମ୍ପୂର୍ଣ୍ଣ ଅସତ୍ୟ ଓ ନିରାଧାର ।

ତାଙ୍କ କଥାରେ କେତେ ସତ୍ୟତା ରହିଛି, ଏ ନେଇ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଆଜି ଟ୍ୱିଟ୍ ମଧ୍ୟ କରିଛନ୍ତି । ସେ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ ମାନ୍ୟବର ସାଂସଦ ପିନାକୀ ମିଶ୍ରଙ୍କୁ ମନେ ପକାଇଦେବାକୁ ଚାହୁଁଛି ଯେ, ୨୦୧୪ ପର ଠାରୁ ରାଷ୍ଟ୍ରାୟତ ଉଦ୍ୟୋଗ ଅଏଲ ମାର୍କେଟିଂ କମ୍ପାନୀ (ଓଏମସି) ଏପ୍ରିଲ ୧୪ରୁ ଡିସେମ୍ବର ୨୨ ମଧ୍ୟରେ ୧୯ କୋଟିରୁ ଉର୍ଦ୍ଧ୍ୱ ଏଲପିଜି ସଂଯୋଗ ପ୍ରଦାନ କରିଛନ୍ତି । ଗତ ୮ ବର୍ଷ ମଧ୍ୟରେ ବର୍ଷକୁ ୩୬୫ ଦିନ ହିସାବରେ ନେଇ ହାରାହାରି ଭାବରେ ଦେଖିଲେ ହାରାହାରି ଦୈନିକ କନେକ୍ସନ ସଂଖ୍ୟା ପ୍ରତି ଦିନ ୬୦,୦୦୦ କନେକ୍ସନରୁ ଅଧିକ । ନିୟନ୍ତ୍ରିତ କରିବା ସହ ଅଭାବୀ ବିକ୍ରି କରି ରାଜନୀତି କରୁଥିବା ଦଳ ଗୁଡିକ ୨୦୧୩-୧୪ରେ ଏଲପିଜିକୁ ବିଳାସପୂର୍ଣ୍ଣ ସାମଗ୍ରୀ ଭାବରେ ରଖିଥିଲେ ।

ଉଜ୍ଜଳା ସିଲିଣ୍ଡର ରିଫିଲ ହେବା ଦିଗରେ ମାନ୍ୟବର ସାଂସଦ ଜାଣିରଖିବା ଆବଶ୍ୟକ ଯେ ମୋଦି ସରକାର କୋଭିଡ୍ ସମୟରେ ସମସ୍ତ ହିତାଧିକାରୀଙ୍କୁ ମାଗଣାରେ ୩ଟି ଉଜ୍ଜ୍ୱଳା ସିଲିଣ୍ଡର ରିଫିଲ କରାଇଥିଲେ । ତଥ୍ୟ ଅନୁସାରେ କେବଳ ୧୦ ପ୍ରତିଶତ ହିତାଧିକାରୀ କୌଣସି ନିର୍ଦ୍ଦିଷ୍ଟ ବର୍ଷରେ ରିଫିଲ କରିନାହାନ୍ତି, ଏହାର ଅର୍ଥ ୯୦ ପ୍ରତିଶତ ବାସ୍ତବରେ ଅତି କମରେ ୧ଟି ରିଫିଲ କରିଛନ୍ତି, ଏହା ଉଜ୍ଜ୍ୱଳାର ବିଫଳତା ନୁହେଁ ବରଂ ଏକ ଅଭୂତପୂର୍ବ ସଫଳତାକୁ ପ୍ରମାଣିତ କରୁଛି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ପିନାକୀ ମିଶ୍ର ଦେଇଥିବା ମନ୍ତବ୍ୟ ଗପ ସଦୃଶ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶା ଓ ଭାରତବର୍ଷରେ ପେଟ୍ରୋଲିୟମ ସମେତ ଦକ୍ଷତା ବିକାଶ ଓ ଅନ୍ୟାନ୍ୟ କ୍ଷେତ୍ରରେ ଯେତେ କାମ ହୋଇଛି ଏବଂ କୋଭିଡ ସମୟରେ ତାଙ୍କର ସକ୍ରିୟ ଭୂମିକାକୁ ଗଣନା ଓ ତୁଳନା କରିବା ଅସମ୍ଭବ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ କାର୍ଯ୍ୟରେ ଅସହିଷ୍ଣୁ ହୋଇ ସେ ଏଭଳି ମନ୍ତବ୍ୟ ରଖିଛନ୍ତି । ସେ କେଉଁ ଗାଁ ବୁଲି ତଦାରଖ କରିଥିବେ କି ନାହିଁ ତାହା ସନ୍ଦେହ ହେଉଛି । ଶ୍ରୀ ପ୍ରଧାନ ଓଡ଼ିଶା ପାଇଁ କଣ କରିଛନ୍ତି, ଓଡ଼ିଶାବାସୀ ସବୁ ଜାଣିଛନ୍ତି ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଭାରତ ସରକାରଙ୍କ ଏକ କଲ୍ୟାଣକାରୀ ଯୋଜନା ମଧ୍ୟରୁ ଅନ୍ୟତମ ।

ଯେଉଁ ଯୋଜନା ଦେଶର ୯.୬ କୋଟିରୁ ଉର୍ଦ୍ଧ୍ୱ ମହିଳା ହିତାଧିକାରୀ ଏବଂ ସେମାନଙ୍କ ପରିବାରର ଜୀବନଶୈଳୀ ପରିବର୍ତନ କରିଛି ସେହି ଯୋଜନାକୁ ନେଇ ସାଂସଦ ପିନାକୀ ମିଶ୍ର ଭୁଲ ତଥ୍ୟ ପ୍ରଦାନ କରିବା ବନ୍ଦ କରନ୍ତୁ । ୨୦୧୪ ମସିହାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ବିଭାଗରେ ଦାୟିତ୍ୱ ନେବା ପୂର୍ବରୁ ଓଡ଼ିଶାରେ ଏଲପିଜି ବ୍ୟବହାର ସଂଖ୍ୟା ଥିଲା ୨୨ ଲକ୍ଷ, ମାତ୍ର ତାହା ବଢି ୯୬ ଲକ୍ଷରୁ ଉର୍ଦ୍ଧ୍ୱରେ ପହଁଚିସାରିଛି । ଅର୍ଥାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ କେନ୍ଦ୍ରମନ୍ତ୍ରୀଙ୍କ ନେତୃତ୍ୱରେ ୭୪ ଲକ୍ଷରୁ ଉର୍ଦ୍ଧ୍ୱ ଗ୍ୟାସ କନେକ୍ସନ କରାଯାଇଛି ।

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଓଡ଼ିଶାରେ ୫୩ ଲକ୍ଷ ୨୫ ହଜାର ଗ୍ୟାସ ସଂଯୋଗୀକରଣ ହୋଇଛି । ୨୦୧୪ରେ ରାଜ୍ୟରେ କେବଳ ୩୮୭ ଏଲପିଜି ଡିଷ୍ଟ୍ରିବୁଟର ଥିଲେ, ଯାହା ୨୦୨୩ରେ ବଢି ୯୫୭ରେ ପହଞ୍ଚିଛି । ପୂର୍ବରୁ ଦେଖିବାକୁ ଗଲେ ସମଗ୍ର ଭାରତ ବର୍ଷରେ ଚୁଲିର ବିଷାକ୍ତ ଧୂଆଁ କାରଣରୁ ପ୍ରତିବର୍ଷ ୫ ଲକ୍ଷ ମହିଳାଙ୍କ ମୃତ୍ୟୁ ଘଟୁଥିଲା । ମାତ୍ର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର କ୍ରିୟାନ୍ୱୟନ ପରେ ଏହି ସମସ୍ୟା ଦୂର ହୋଇଛି । କେନ୍ଦ୍ରମନ୍ତ୍ରୀଙ୍କ ଏହି ସଫଳ ଯୋଜନା ପାଇଁ ତାଙ୍କୁ ଉଜ୍ଜ୍ୱଳା ମ୍ୟାନ ଭାବରେ ଅଭିହିତ କରାଯାଇଛି । ଅପରପକ୍ଷରେ ଓଡ଼ିଶା ସରକାର ମହିଳା ଓ ଶିଶୁ ସୁରକ୍ଷା ଏବଂ ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟସେବାର ଦାୟିତ୍ୱ କଥା ନ କହିଲେ ଭଲ ।

ଏନସିଆରବି ରିପୋର୍ଟ ଅନୁଯାୟୀ ମହିଳାଙ୍କ ପ୍ରତି ଅଶାଳୀନ ବ୍ୟବହାରରେ ଓଡ଼ିଶା ଆଗରେ ରହିଛି । ପ୍ରତିଦିନ ନାବାଳିକା ଦୁଷ୍କର୍ମ, ଅସଦାଚରଣ, ହତ୍ୟା ଭଳି ଘଟଣା ବଢୁଛି । ମମିତା ମେହେର, ପରୀ, ବେବିନା, କୁନ୍ଦୁଲି, ଇତିଶ୍ରୀଙ୍କ ପରିବାର ଏବେ ବି ନ୍ୟାୟ ଅପେକ୍ଷାରେ ଅଛନ୍ତି ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି । ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, କୋଭିଡ୍ ସମୟରେ ଜନଧନ ଯୋଜନା, ତ୍ରିପଲ ତଲାକ, ଉଜ୍ଜ୍ୱଳା, ବେଟି ବଚାଓ ବେଟି ବଢାଓ ମହିଳା ସଶକ୍ତିକରଣର ଉଦାହରଣ । ପୋଷଣ ଅଭିଯାନ, ସୁକନ୍ୟା ସମୃଦ୍ଧି ଯୋଜନାରେ ଓଡ଼ିଶା ମଧ୍ୟ ଲାଭ ପାଇଛି । କେନ୍ଦ୍ର କ୍ୟାବିନେଟରେ ୧୧ ଜଣମହିଳାଙ୍କୁ ଅଗ୍ରାଧିକାର ଭଳି ସଶକ୍ତ ମହିଳା ନେତୃତ୍ୱ ଅତୀତରେ ଭାରତୀୟ ରାଜନୀତିରେ ଦେଖିବାକୁ ମିଳିନଥିଲା । ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନରେ ଓଡ଼ିଶା ପଂଚମ ବୃହତ ଲାଭାର୍ଥୀ ରାଜ୍ୟ ।

୮ଟି ପଛୁଆ ଜିଲ୍ଲା କନ୍ଧମାଳ, କଳାହାଣ୍ଡି, କୋରାପୁଟ, ଢେଙ୍କାନାଳ, ରାୟଗଡା, ବଲାଙ୍ଗୀର, ମାଲକାନଗିରି ଏବଂ ଗଜପତିରେ ମହିଳା ଶକ୍ତି କେନ୍ଦ୍ର ସ୍ଥାପନ କରାଯାଇଛିବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି । ଓଡ଼ିଶାରେ ମନରେଗାରେ ଭାରତ ସରକାର ବଜେଟରେ ପଇସା କମାଇ ଦେବା ନେଇ ଭ୍ରାନ୍ତ ଧାରଣା ତିଆରି କରାଯାଉଛି । ମୋଦି ସରକାରରେ ବିପୁଳ ଅର୍ଥ ୯ ବର୍ଷରେ ମନରେଗା ଯୋଜନାରେ ୬.୫ ଲକ୍ଷ କୋଟି ଟଙ୍କା ଅନୁଦାନ ଦିଆଯାଇଛି । ଏହି ଯୋଜନାରେ ୫.୭୭ କୋଟି ପରିବାର ଲାଭବାନ ହୋଇଛନ୍ତି । ଓଡ଼ିଶାର ୪.୫ କୋଟି ନାଗରିକମାନଙ୍କ ମଧ୍ୟରୁ ୩ କୋଟି ୨୫ ଲକ୍ଷ ନାଗରିକ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧା ପାଉଛନ୍ତି । ଗରିବ ଲୋକଙ୍କ ପାଇଁ ମୋଦି ସରକାର ସବୁବେଳେ କାର୍ଯ୍ୟ କରିଚାଲିଛନ୍ତି ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସହ ମୁଖ୍ୟ ସୁଜିତ୍ କୁମାର୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

May 15, 2026
ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

May 15, 2026

Recent News

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

May 15, 2026
ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

May 15, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version