୪ ଫେବୃଆରୀ,ଶନିବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ପାଟଣାଗଡ଼ ବ୍ଳକ ସ୍ଥିତ ତମିଆଁ ସରସ୍ବତୀ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ତ୍ରିଲୋଚନ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ରେ ପାଟଣାଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝୀ ମୂଖ୍ୟ ଅତିଥି, ପାଟଣାଗଡ଼ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଓଁକାର ମେହେର ମୂଖ୍ୟ ବକ୍ତା , ତମିଆଁ ପଞ୍ଚାୟତ ସମିତି ସଭ୍ୟ ଗୋବିନ୍ଦ ମେହେର, ସରପଞ୍ଚ ତେହେରା ବିବି , ସଭାପତି ଗୋପବନ୍ଧୁ ପଣ୍ଡା , କବି ଅର୍ଜୁନ ସାହୁ, ଅବସର ପ୍ରାପ୍ତ ଶିକ୍ଷକ କୃଷ୍ଣ ଚନ୍ଦ୍ର ସାହୁ, ଜିତ ବରିହା, ଆଲୋକ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ।
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଯେଭଳି ଭାବରେ ସଂସ୍କାରିତ ଶିକ୍ଷାଦାନ ଦିଆଯାଇଥାଏ ସେହି ଶିକ୍ଷା ହିଁ ଛାତ୍ର ଛାତ୍ରୀ ମାନଙ୍କୁ ଆଗକୁ ବଢ଼ିବାରେ ସହଯୋଗ କରିଥାଏ ବୋଲି ମୂଖ୍ୟ ଅତିଥି ଶ୍ର ମାଝୀ କହିବା ସହ ଗୁରୁଜୀ ଓ ଗୁରୁମା ଆଚାର୍ଯ୍ୟ ମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ଛାତ୍ର ଛାତ୍ରୀ ମାନେ ନିୟମିତ ସ୍କୁଲ ଆସିବା ମନଦେଇ ପାଠ ପଢିବା ସହ ବାପା ମାଁ ,ଓ ଗୁରୁଜୀ ଗୁରୁମା ଆଚାର୍ଯ୍ୟ ମାନଙ୍କ କଥା ମାନବା ବୋଲି ତାଙ୍କ ବକ୍ତବ୍ୟରେ ରେ କହିଥିଲେ । ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଦିଆଯାଇଥିବା ସହ ପୂର୍ବରୁ ଶିଶୁ ବିଦ୍ୟା ମନ୍ଦିରର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ବାର୍ଷିକ ଉତ୍ସବ ରେ ସମ୍ବର୍ଦ୍ଧିତ କରାଯାଇଥିଲା ।
ସଂପାଦକ ନବରତ୍ନ ସାହୁ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ଆଚାର୍ଯ୍ୟ ଆଶିଷ ସାହୁ ଓ ରାଜିବ ଲୋଚନ ପଣ୍ଡା ସଭା ପରିଚାଳନା କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଅନ୍ତର୍ନିହିତ ପ୍ରତିଭା କଳା କୁ ପ୍ରଦର୍ଶନ କରିଥିବା ସହ ଟିକିଟିକି ସୁନା ଫୁଲ ଆକାଶ ରେ ଉଡିବା ଗୀତ ରେ ସେମାନେ ନୃତ୍ୟ ପରିବେଷଣ କରି ଉପସ୍ଥିତ ଅଭିଭାବକ ଓ ଦର୍ଶକମାନଙ୍କ ମନ୍ତ୍ରମୁଗ୍ଧ କରିଥିଲେ । ସଭାପତି ଶ୍ରୀପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଅଭିଭାବକ ଯୋଗଦେଇଥିଲେ । ଏଥିରେ ବିଦ୍ୟା ମନ୍ଦିର ଗୁରୁଜୀ ସୁରଥ ମଲ୍ଲିକ,ଗଦନ ଭୋଇ,ଗୁରମା ମିନସୀ ପୁରୋହିତ, ଗୀତାଞ୍ଜଳି ମେହେର, ଯୁଗେସ୍ବରୀ ପ୍ରଧାନ,ସଞ୍ଜିବନୀ ମେହେର, ଆରତୀ ଭାଟି,ସେବିକା ବିଜିଳି ମେହେର ଓ ସେବକ ଗୌରାଙ୍ଗ ରଣା ଉପସ୍ଥିତ ରହି ସହଯୋଗ କରିଥିଲେ ।

© 2023 Odisha Taza News.