୪ ଫେବୃଆରୀ,ଶନିବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଜଟଣୀ ଥାନା କନ୍ତିଆ ଗ୍ରାମରେ ବୋମାମାଡ ହୋଇଛି । ବୋମା ମାଡରେ ରଚିତ୍ରା ନନ୍ଦ ସାମନ୍ତରାୟ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଦୁଇଜଣ ସାମାନ୍ୟ ଆହତ ହୋଇଛନ୍ତି । ଆଜି ଶନିବାର ସକାଳ ୬.୩୦ ସମୟରେ ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅନ୍ତର୍ଗତ କନ୍ତିଆ ଗ୍ରାମରେ ଜମିବାଡି ବିବାଦ ଏବଂ ପୂର୍ବ ଶତୃତାକୁ କେନ୍ଦ୍ର କରି ଏକାଧିକ ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି । ଚାରିଜଣ ଦୁର୍ବୃତ ଆସି ସେହି ଗ୍ରାମର ରଚିତ୍ରା ନନ୍ଦ ସାମନ୍ତରାୟଙ୍କ ଉପରକୁ ବୋମାମାଡ କରିଥିଲେ । ଅଭିଯୁକ୍ତ ମାନେ ୭ ଗୋଟି ବୋମା ଫୋପାଡି ଥିବାବେଳେ ୪ଟି ବୋମା ଫୁଟିଥିଲା ।
ସେଥିରୁ ଗୋଟିଏ ବୋମା ରଚିତ୍ରାନନ୍ଦଙ୍କ ଗୋଡରେ ବାଜିଥିବା ବେଳେ ସେ ଗୁରୁତର ଆହତ ହୋଇ ଭୂବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଜଟଣୀ ଥାନାରେ ଏସଂକ୍ରାନ୍ତରେ ୪୫/୨୩ରେ ଏକ ମାମଲା ରୁ୍ଜୁକରି ପୋଲିସ ସାଇନଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଘଟଣା ସ୍ଥଳରୁ ତିନଟି ଅଫୁଟା ବୋମା ଜବତ୍ କରିବା ସହିତ ୪ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ଅଧିକ ଗଣ୍ଡଗୋଳ ତଥା ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣା ସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି । ସୁଚନା ଯୋଗ୍ୟ ଅଭିଯୁକ୍ତ ମାନଙ୍କ ବିରୋଧରେ ପୂର୍ବରୁ ଏକାଧିକ ମାମଲା ରହିଛି ବୋଲି ଏସିପି ରଜତ ରାୟ କହିଛନ୍ତି ।

© 2023 Odisha Taza News.