ସବୁଦିନ ପରି ମନ୍ଦିରର ପୂଜାରୀ ପୂଜାକରି କବାଟ ବନ୍ଦକରି ଯାଇଥିଲେ । ସକାଳୁ ପୂଜା କରିବାପାଇଁ ଆସିଥିବାବେଳେ ଦେଖିଲେ ସବୁ ମନ୍ଦିରର ତାଲା ଭାଙ୍ଗି ତଳେ ପଡିଛି ଏବଂ ସବୁ ଅଳଙ୍କାର ଚୋରି ହୋଇଯାଇଛି ।
ଏ ସମ୍ପର୍କରେ ପୂଜାରୀ ମନ୍ଦିର ପରିଚାଳନା କମିଟିକୁ ଜଣାଇଥିଲେ । ଏହି ଖବର ଶୁଣିବା ପରେ ଗ୍ରାମବାସୀ ବେଶ ଦୁଃଖ ପ୍ରକାଶ କରିଛନ୍ତି l ପରିଚାଳନା କମିଟି ତରଫରୁ ନାଚୁଣି ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି ଏବଂ ନାଚୁଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛନ୍ତି ।

© 2023 Odisha Taza News.