• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଶେଷରେ ଚନ୍ଦ୍ରଶେଖର ଭରସା, ଭାରତ ରାଷ୍ଟ୍ର ସମିତିରେ ଗମାଙ୍ଗ ପରିବାର ସହିତ ଜୟରାମ ପାଙ୍ଗି

Proprietor Abhimanyu Maharana by Proprietor Abhimanyu Maharana
January 30, 2023
in ଓଡ଼ିଶା, କୋରାପୁଟ, ରାଜନୀତି, ହୋମ୍
0
ଶେଷରେ ଚନ୍ଦ୍ରଶେଖର ଭରସା, ଭାରତ ରାଷ୍ଟ୍ର ସମିତିରେ ଗମାଙ୍ଗ ପରିବାର ସହିତ ଜୟରାମ ପାଙ୍ଗି
Share on FacebookShare on TwitterWhatsapp

୨୯ ଜାନୁଆରୀ,ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଲକ୍ଷ୍ମୀପୁର :- ଶେଷରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖରଙ୍କ ଭାରତ ରାଷ୍ଟ୍ର ସମିତି ପାର୍ଟିରେ ସାମିଲ ହୋଇଛନ୍ତି ଗମାଙ୍ଗ ପରିବାର । ଏକଦା ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦବଦବା ଥିଲା ପୁର୍ବତ୍ତନ ମୁଖ୍ୟ ମନ୍ତ୍ରୀ ଗିରିଧର ଗମାଙ୍ଗଙ୍କର । ଖାଲି ସେତିକି ନୁହେଁ ତାଙ୍କ ସହିତ ତାଙ୍କର ପତ୍ନୀ ହେମା ଗମାଙ୍ଗଙ୍କର ମଧ୍ୟ ମଧ୍ଯ କୋରାପୁଟ ଜିଲ୍ଲାରେ ପତିଆରା ରହିଥିଲା । ଗିରିଧର କୋରାପୁଟ ଲୋକସଭା ଆସନରୁ ଲଗାତାର ୮ ଥର ସହିତ ୯ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ସହିତ ବିଭିନ୍ନ ସମୟରେ ଟେଲି ଯୋଗାଯୋଗ ଠାରୁ ଆରମ୍ଭ କରି ଖାଦ୍ୟ ପ୍ରକ୍ରିୟାକରଣ ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗ ଦାଇତ୍ବ ସମ୍ଭାଳି ଥିଲେ ।

ଗାନ୍ଧୀ ପରିବାରର ଜଣେ ଅନୁଗତ ଭାବରେ କଂଗ୍ରେସରେ ତାଙ୍କର ସୁନାମ ରହିଥିଲା । ଏପରିକି ୧୯୯୮ ମସିହାରେ ଅଟଳ ବିହାରୀ ବାଜପେୟୀ କେନ୍ଦ୍ରରେ ଏନଡିଏର ପ୍ରଧାନମନ୍ତ୍ରୀ ଥିବାବେଳେ ଅଞ୍ଜନା ମିଶ୍ର ଘଟଣା କୁ ନେଇ ଓଡିଶା ରାଜନୀତି ହୁଲସ୍ତୁଲ ହେବା ସହିତ ତାହାକୁ ପ୍ରଶମିତ କରିବା ପାଇଁ ସେତେବେଳେ ସାଂସଦ ଥିବା ଗିରିଧର ଙ୍କୁ କଂଗ୍ରେସ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଆସୀନ କରିଥିଲା । ତେବେ ଆସ୍ଥାଭୋଟ ବେଳେ ବାଚସ୍ପତି ଗମାଙ୍ଗଙ୍କୁ ବିବେକା ମୋଦିତ ଭୋଟ ଦେବାପାଇଁ ସୁଯୋଗ ଦେଇଥିଲେ । ଯେଉଁ ଭୋଟ ବରାବର ହେବାରୁ ଗମାଙ୍ଗଙ୍କ ଗୋଟିଏ ଭୋଟରେ ବାଜପେୟୀଙ୍କ ସରକାର ଆସ୍ଥାଭୋଟରେ ହାରିଥିଲା ।

ତେବେ ୧୯୭୨ ମଶିହାରୁ ୧୯୮ ମଶିହା ପର୍ଯ୍ୟନ୍ତ ଲଗାତର ୮ ଥର ଜିତିଥିଲା ବେଳେ ୧୯୯୯ ମଶିହାରେ ତାଙ୍କ ପତ୍ନୀ ହେମା ଗମାଙ୍ଗ ଜିତିଥିଲେ । ସେହିପରି ୨୦୦୪ ପୁଣି ଗିରିଧର ଗମାଙ୍ଗ ଲୋକସଭାକୁ ନିର୍ବାଚିତ ହୋଇ ୯ ଥର ଲୋକସଭାକୁ ନିର୍ବାଚିତ ହେବାର ସୌଭାଗ୍ଯ ଲାଭ କରିଥିଲେ । ତେବେ ୨୦୦୯ ନିର୍ବାଚନରେ ବିଜୁ ଜନତାଦଳର ପ୍ରାର୍ଥୀ ଜୟରାମ ପାଙ୍ଗିଙ୍କ ଠାରୁ ଗିରିଧର ଗମାଙ୍ଗ ପରାଜୟ ବରଣ କରିଥିଲେ । ସେହିପରି ୨୦୧୪ ଲୋକସଭା ନିର୍ବାଚନରେ ମଧ୍ୟ ଗମାଙ୍ଗ ବିଜେଡିର ଝିନ ହିକକାଙ୍କ ଠାରୁ ପରାଜିତ ହୋଇଥିଲେ । ପରବର୍ତ୍ତୀ ନିର୍ବାଚନ ୨୦୧୯ ରେ ଦଳ ତାଙ୍କୁ ଟିକେଟ୍ ନଦେଇ ନବାଗତ ପ୍ରାର୍ଥୀ ପୁର୍ବତ୍ତନ ମନ୍ତ୍ରୀ ରାମଚନ୍ଦ୍ର ଉଲାକାଙ୍କ ପୁଅ ସପ୍ତଗିରି ଉଲାକାଙ୍କୁ ଟିକେଟ୍ ଦେଇଥିଲା ବେଳେ ସେ ବିଜୁଜନତା ଦଳର ପ୍ରାର୍ଥୀ କୌଶଲ୍ୟା ହିକକାଙ୍କୁ ପରାସ୍ତ କରି ପ୍ରଥମ କରି ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

ଦିନ ଥିଲା ଗମାଙ୍ଗ ଓ ଜୟରାମ ପାଙ୍ଗିଙ୍କ ଆଦିବାସୀ ନେତା ଭାବରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦବଦବା ଥିଲା । ଜୟରାମପାଙ୍ଗି ପାଙ୍ଗି ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀ ୪ଥର ବିଧାନସଭା କୁ ନିର୍ବାଚିତ ହୋଇଛନ୍ତି । ସେ ଶିକ୍ଷକ ଚାକିରୀ କରିଥିଲେ । ଚାକିରୀ ଛାଡ଼ି ରାଜନୀତି କ୍ଷେତ୍ରରେ ପାଦଥାପିଥିଲେ । ପ୍ରଥମେ ସେ ଜନତା ପାର୍ଟି ରୁ୧୯୭୭ ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ପୁଣି ୧୯୯୦ ରେ ବିଜୁପଟ୍ଟନାୟକଙ୍କ ସମୟରେ ଜନତା ଦଳରୁ ଜିତିଥିଲେ । ସେହିପରି ବିଜେଡ଼ିରୁ ଲଗାତର ୨୦୦୦ ଓ ୨୦୦୪ ରେ ଜିତିଥିଲେ । ସେ ସମବାୟ ଓ ଅବକାରୀ ମନ୍ତ୍ରୀ ଦାୟିତ୍ବରେ ଥିଲେ ।

ତେବେ ଉଭୟ ସେମାନଙ୍କ ମୂଳ ଦଳ ଛାଡ଼ି ଅନ୍ୟ ଦଳରେ ମିଶିଥିଲେ । ଗିରିଧର ଗମାଙ୍ଗ ତାଙ୍କର ମୂଳ ଦଳ ଯେଉଁ ଦଳରୁକି ୯ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା କଂଗ୍ରେସ ଦଳ ତ୍ଯାଗ କରି ବିଜେପିରେ ଯୋଗ ଦେଇଥିଲେ । ସୂଚନା ଯୋଗ୍ଯ ତାଙ୍କ ପାଇଁ ହିଁ ୧୦୯୮ ରେ ଭାଜପା ପ୍ରାର୍ଥୀ ଏନଡିଏର ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପାୟୀ ସରକାର ପତନ ହୋଇଥିଲା । ସେ ଓ ତାଙ୍କ ପୁତ୍ର ଶିଶିର ଗମାଙ୍ଗ ବିଜେପିରେ ମିଶିଥିଲେ । ପାଙ୍ଗି ମଧ୍ୟ ରାଜ୍ୟରେ ସମବାୟ ଓ ଅବକାରୀ ମନ୍ତ୍ରୀ ଦାୟିତ୍ବରେ ରହିଥିଲେ । ସେହିପରି ବିଜେଡ଼ିରୁ ନିଲମ୍ବିତ ହେବାପରେ ଭାଜପାରେ ସାମିଲ୍ ହୋଇଥିଲେ ।

ଅନ୍ଯପକ୍ଷରେ ଗମାଙ୍ଗଙ୍କ ପତ୍ନୀ ହେମା ଗମାଙ୍ଗ ମଧ୍ଯ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ତେବେ ବିଜେପିରେ ଉଭୟ ଗମାଙ୍ଗ ଓ ଜୟରାମ ପାଙ୍ଗି ଏକ ପ୍ରକାର ଅଲୋଡ଼ା ଅନୁଭବ କରିବା ସହିତ ନିଜକୁ ଖାପ ଖୁଆଇ ପାରିଲେ ନାହିଁ । ଏପରିକି ହେମା ମଧ୍ୟ ବିଜେଡିରେ ବେଶୀଦିନ ରହି ପାରିଲେ ନାହିଁ । ଏକଦା ଗମାଙ୍ଗ ଓ ପାଙ୍ଗି ଉଭୟ ପରସ୍ପର ରାଜନୈତିକ ଶତୃ ଥିବା ବେଳେ ବର୍ତ୍ତମାନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ର ସମିତିର ମୁଖ୍ୟ କେ. ଚନ୍ଦ୍ରଶେଖର ରାଓଙ୍କ ପାର୍ଟିରେ ମିଶିଛନ୍ତି । କୋରାପୁଟ ଜିଲା ଯେହେତୁ ଦକ୍ଷିଣ ଭାରତକୁ ଲାଗିଛି ଏବଂ ଏହି ଜିଲ୍ଲାର ନେତାମାନେ ମଧ୍ୟ ତେଲୁଗୁ ଭାଷା ସହିତ ପରିଚିତ ।

ଏଠାରେ ଦଳର ମୂଳଦୁଆ ପକାଇବା ପାଇଁ ଚନ୍ଦ୍ରଶେଖର ଆଶାବାଦୀ ଥିବା ଅନୁମାନ କରାଯାଉଛି । ସେହିପରି ଉଭୟ ନେତା ମାନେ ବିଜେପିରେ ଅଣ ନିଶ୍ବାସ ହେବା ସହିତ ଅଲୋଡ଼ା ଅନୁଭବ କରି ଭାରତ ରାଷ୍ଟ୍ର ସମିତିର ପାର୍ଟି କୁ ଦକ୍ଷିଣ ଓଡିଶା ଅବିଭକ୍ତ କୋରାପୁଟ ଓ ଅବିଭକ୍ତ ଗଞ୍ଜାମ ଜିଲ୍ଲାରେ ପାର୍ଟି କୁ ଆଗକୁ ନେବା ପାଇଁ ମଙ୍ଗୁଆଳ ଭୂମିକା ନିଭାଇବେ ବୋଲି ଅନୁମାନ କରାଯାଉଛି । ତେବେ ଆଗାମୀ ସମୟ କହିବ ଚନ୍ଦ୍ରଶେଖର ପାର୍ଟି ଏହି ନେତାମାନଙ୍କ ଦ୍ବାରା କେତେକ ଆଗକୁ ବଢିବ ଓ ଏମାନେ ଭାରତ ରାଷ୍ଟ୍ର ସମିତି ପାର୍ଟିକୁ ପାଇଁ କେତେ ଦୂର ନିଜ ନିଜର ରାଜନୈତିକ ପତିଆରାକୁ ପୁଣି ଫେରାଇ ଆଣିବାକୁ ସଫଳ ହେଉଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜ୍ୟସଭା ନିର୍ବାଚନ ପାଇଁ ନିଦ ହଜିଯାଇଛି ଦିଲ୍ଲୀପ ରାୟ ଙ୍କ ର – ଚାଲିଛି ଏବେ ଘୋଡ଼ା ବେପାର

ରାଜ୍ୟସଭା ନିର୍ବାଚନ ପାଇଁ ନିଦ ହଜିଯାଇଛି ଦିଲ୍ଲୀପ ରାୟ ଙ୍କ ର – ଚାଲିଛି ଏବେ ଘୋଡ଼ା ବେପାର

March 13, 2026
ଦଳିତ ପରିବାର ବ୍ୟକ୍ତିଙ୍କୁ ମାଡ ପୋଲିସ୍ ନିରବ

ଦଳିତ ପରିବାର ବ୍ୟକ୍ତିଙ୍କୁ ମାଡ ପୋଲିସ୍ ନିରବ

March 13, 2026
ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

March 13, 2026
Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

March 12, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜ୍ୟସଭା ନିର୍ବାଚନ ପାଇଁ ନିଦ ହଜିଯାଇଛି ଦିଲ୍ଲୀପ ରାୟ ଙ୍କ ର – ଚାଲିଛି ଏବେ ଘୋଡ଼ା ବେପାର

ରାଜ୍ୟସଭା ନିର୍ବାଚନ ପାଇଁ ନିଦ ହଜିଯାଇଛି ଦିଲ୍ଲୀପ ରାୟ ଙ୍କ ର – ଚାଲିଛି ଏବେ ଘୋଡ଼ା ବେପାର

March 13, 2026
ଦଳିତ ପରିବାର ବ୍ୟକ୍ତିଙ୍କୁ ମାଡ ପୋଲିସ୍ ନିରବ

ଦଳିତ ପରିବାର ବ୍ୟକ୍ତିଙ୍କୁ ମାଡ ପୋଲିସ୍ ନିରବ

March 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version