No Result
View All Result
୨୫ ଜାନୁଆରୀ,ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଢ଼େଙ୍କାନାଳ :- ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ସାତମାଇଲ ବାରିଆଗୁଡି ନିକଟ ଜଙ୍ଗଲରେ କଲରାପତରିଆ ବାଘ ର ମୃତ ଦେହ ଠାବ ହୋଇଛି । ସୂଚନା ମୁତାବକ ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ସାତମାଇଲ ବାରିଆଗୁଡି ନିକଟ ଜଙ୍ଗଲରେ କଲରାପତରିଆ ବାଘ ର ମୃତ ଦେହ ପଡ଼ି ରହିଥିବା ଦେଖିବାକୁ ମିଳିଛି । ହିନ୍ଦୋଳ ବନବିଭାଗ ଉକ୍ତ ସ୍ଥାନରେ ପହଞ୍ଚି ତଦନ୍ତ ଚଳାଇଛି ।
କଲରାପତରିଆ ବାଘ ମରିବା କାରଣ ଅସ୍ପଷ୍ଟ ରହିଥିବା ବେଳେ କିଭଳି ମୃତ୍ୟୁ ହେଲା ତାକୁ ନେଇ ସାଧାରଣରେ ଏବଂ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବନବିଭାଗ ର ଏଭଳି ଅବହେଳା କାରଣରୁ ଜଙ୍ଗଲୀ ଜୀବଜନ୍ତୁ ଶିକାରୀ ର ଶିକାର ହେଉଛନ୍ତି । ତେବେ ଏଠି ଜଙ୍ଗଲୀ ଜୀବଜନ୍ତୁ ଙ୍କ ସୁରକ୍ଷା ପାଇଁ ସରକାର କ’ଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାକୁ ଦେଖିବାକୁ ବାକି ରହିଲା ।

No Result
View All Result