ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଙ୍କ ମନମୁଖୀ ତଥା ଏହିଭଳି ଆକ୍ରୋଶ ମୂଳକ ଭାବ ରଖି ସ୍ଥାନୀୟ କଳାକାର ଙ୍କୁ ସୁଯୋଗ ଦେଉ ନଥିବା ଅଭିଯୋଗ ହେଉଛି l ବରିଷ୍ଠ କଳାକାର ଜଳନ୍ଧର ବେହେରା କହିଛନ୍ତି ଯେ ମହୋତ୍ସବ ରେ କିଛି ଅଣ କଳାକାର ପ୍ରବେଶ କରି ମନମୁଖି ଶାସନ କରୁଛନ୍ତି l ଏହି କିଛି ଅଣ କଳାକାର ବ୍ୟକ୍ତିଙ୍କ ମନମୁଖୀ ଶାସନରେ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ପରିଚାଳିତ ହେଉଛନ୍ତି l ଯାହା ଦ୍ଵାରା କି ପ୍ରକୃତ କଳାକାର ଙ୍କୁ ଉପଯୁକ୍ତ ସମ୍ମାନ ମିଳୁନାହିଁ। ସ୍ଥାନୀୟ କଳାକାର ଜ଼ିଲ୍ଲା ବାହାରେ କନ୍ଧମାଳ ର ଆଦିବାସୀ ନୃତ୍ୟ କୁ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂଶିତ ହୋଇ ଥିବାବେଳେ କାହିଁକି ଜ଼ିଲ୍ଲା ର ବିଭିନ୍ନ ବ୍ଲକରେ ଥିବା କଳାକାର ଙ୍କୁ ସୁଯୋଗ ଦିଆଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି l
ବାହାରୁ କଳାକାର ଆମଦାନୀ କରାଯାଇ ଆବଶ୍ୟକତା ରୁ ଅଧିକ ଅର୍ଥ ପ୍ରଦାନ କରି ମହୋତ୍ସବ ରେ ସୁଯୋଗ ଦିଆଯାଉଛି ଏହାକୁ ବଲିଉଡ କଳାକାର ଯଦୁ ନନ୍ଦନ ବେହେରା ଏବଂ ଓଲିଉଡ଼ କଳାକାର ଏବଂ ସଂଗୀତଜ୍ଞ ଜଳନ୍ଧର ବେହେରା ତୀବ୍ର ବିରୋଧ କରିଛନ୍ତି l ଆଦିବାସୀ କଳା ଓ ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ଜ଼ିଲ୍ଲା ପ୍ରଶାସନ କୁଣ୍ଠାବୋଧ କରୁଛି କାହିଁକି l ଏହାର ଅତିଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ଜ଼ିଲ୍ଲା ର ସମସ୍ତ ଲୋକକଳାକାର ରାଜ ରାସ୍ତାକୁ ଓଲ୍ହାଇବାକୁ ଜ଼ିଲ୍ଲାର ବିଭିନ୍ନ କଳା ସଂଗଠନ ଚେତାବନୀ ଦେଇଥିବା ଜଣାପଡିଛି l

© 2023 Odisha Taza News.