ଜାନୁଆରୀ ୧୮ ତାରିଖ, ବୁଧବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ବଡ଼ଚଣା :- ବଡ଼ଚଣା ଶିକ୍ଷା ମଣ୍ଡଳ ଅଧିନସ୍ଥ ନେଳିଆ ପଞ୍ଚାୟତ ଅନ୍ତର୍ଗତ ପଦ୍ମନାଭପୁର ୟୁଜିଏଇ ବିଦ୍ୟାଳୟ ରେ ଦ୍ଵିତୀୟ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଅବସର ପ୍ରାପ୍ତ ଶିକ୍ଷକ ରଜନୀକାନ୍ତ ପୃଷ୍ଟି ଏହି ସଭାରେ ସଭାପତିତ୍ୱ କରିଥିବା ବେଳେ,ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜିର ସମାଜରେ ଶିକ୍ଷକ ଶିକ୍ଷା ଓ ସଂସ୍କାର ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କ ଉତ୍ତମ ଚରିତ୍ର ଗଠନ କରିବା ସହିତ ଭଲ ମଣିଷ ତିଆରି ସମ୍ଭବ ବୋଲି ପ୍ରତିକ୍ରିୟାରେ କହିଥିଲେ ।
ପିଲାମାନେ କେବଳ ପାଠପଢିଲେ ହେବନାହିଁ ଏହା ସହିତ ଖେଳରେ ଆହୁରି ମନଦେଲେ ଆଗାମୀ ଦିନରେ ନିଜର ଭବିଷ୍ୟ ଗଠନ କରିପାରିବେ ବୋଲି କହିଥିଲେ । ସ୍କୁଲ ର ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ସବିତା ସାହୁ, ଅତିରିକ୍ତ ଶିକ୍ଷାଧିକାର ନିଳାମ୍ବର ମିଶ୍ର, ଯାଜପୁର ଜିଲ୍ଲା ପରିଷଦ ଉପ ସଭାପତି ଗଣେଶ୍ୱର ବରାଳ, ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ,
ଜାତୀନ୍ଦ୍ର ପ୍ରସାଦ ନାୟକ, ସସ୍ମିତା ମହାନ୍ତି, ସରପଞ୍ଚ ଜୟନ୍ତୀ ସ୍ୱାଇଁ, ସମିତି ସଭ୍ୟା ଗୀତାଞ୍ଜଳି ବେହେରା, ଆତ୍ମା ର ସଭାପତି ନିରଞ୍ଜନ ସେନାପତି, ଧୀରେନ୍ଦ୍ର ନାଥ, ବିଜୟ କୁମାର ସ୍ବାଇଁ , ଦୀପକ ସାହୁ ପ୍ରମୁଖ ଯୋଗଦେଇଥିଲେ । ସ୍କୁଲ ଶିକ୍ଷା କମିଟି ସଭାପତି ବାମଦେବ ରାଉତ ଧନ୍ୟବାଦ । ଏହି ଅବସରରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ବିଧାୟକ ମାନପତ୍ର ସହିତ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ ।

© 2023 Odisha Taza News.