ଅଙ୍ଗନବାଡ଼ି କର୍ମୀଙ୍କ କହିବା ମୁତାବକ ବାକ୍ସରେ ତିନି ହଜାର ଟଙ୍କା, ଶାଲ, ବେଡ୍ ସିଟ୍, ଦୁଇହଳ ପୋଷାକ ଥିଲା କିନ୍ତୁ ଏସବୁ ଜିନିଷ ତାଙ୍କର ଚୋରି ହୋଇଛି । ଗାଁର କିସନ ସୁନାଙ୍କ ଘର ବାରଣ୍ଡାରେ ଥୁଆହୋଇଥିବା ଏକ ସାଇକେଲ, ପର୍ଶୁ ଭୋଇଙ୍କ ଖଳାରୁ ଦୁଇ ବସ୍ତା ଧାନ ଓ ଝଜ ସାଙ୍କ ଘରୁ ପ୍ୟାଣ୍ଟ୍,ସାର୍ଟ ଭରା ହୋଇଥିବା ବ୍ୟାଗ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି ।
ଗାଁ ଶେଷ ମୁଣ୍ଡ ଧାନ ଉପମଣ୍ଡିରେ ହଜାର ହଜାର ବସ୍ତା ଧାନ ଶୀତ କାକରରେ ପଡ଼ି ରହିଛି ପୁଣି ମକର ସଂକ୍ରାନ୍ତି ପର୍ବ ପାଇଁ ମନ୍ଦିର ଚଳଚଞ୍ଚଳ ଓ ଗାଁ ପରିବେଶ ଶୂନଶାନ ପରିବେଶ ସୃଷ୍ଟି ହୋଇଛି । ଏପରି ମୁହୂର୍ତ୍ତରେ ଚୋରି ବୃଦ୍ଧି ପାଇବ ବୋଲି ଗାଁ ଲୋକଙ୍କ ମନରେ ଛନକା ପଶିଯାଇଛି । ଚୋରି ସମ୍ପର୍କରେ ଥାନାରେ କୈାଣସି ଏତଲା ହୋଇ ନଥିବା ଗାଁ ଲୋକଙ୍କ ଠାରୁ ଜଣାପଡିଛି ।

© 2023 Odisha Taza News.