ଏହି ଚାଲୁଥିବା ପୁନଃ ନିର୍ମାଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ପୁରୀ ରେଳ ଷ୍ଟେସନରେ ଟିକେଟ୍ ବୁକିଂ ସିଷ୍ଟମକୁ ଏକ ନୂତନ ସ୍ଥାନ ଯଥା ଆରପିଏଫ୍ ଏବଂ ଜିଆରପି କାର୍ଯ୍ୟାଳୟ ନିକଟକୁ ସ୍ଥାନାନ୍ତରିତ କରାଯାଇଛି | ଆରପିଏଫ୍ ଏବଂ ଜିଆରପି କାର୍ଯ୍ୟାଳୟରେ ଅସ୍ଥାୟୀ ଟିକେଟ୍ ବୁକିଂ ସିଷ୍ଟମରେ ପାଞ୍ଚଟି ଅସଂରକ୍ଷିତ ଟିକେଟ୍ ବୁକିଂ କାଉଣ୍ଟର,ତିନୋଟି ଯାତ୍ରୀ ସଂରକ୍ଷଣ କାଉଣ୍ଟର,
ଗୋଟିଏ ଅନୁସନ୍ଧାନ କାଉଣ୍ଟର ଏବଂ ପାଞ୍ଚଟି ଅଟୋମେଟିକ୍ ଟିକେଟ୍ ଭେଣ୍ଡିଂ ମେସିନ୍ (ଏଟିଭିଏମ୍) ରହିଛି ଯାହା ପୁରୀ ରେଳ ଷ୍ଟେସନରେ ଯାତ୍ରୀଙ୍କ ଆବଶ୍ୟକତାକୁ ପୂରଣ କରାଯାଇପାରିବ ।ମାନ୍ୟବର ରେଳ ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ଓଡ଼ିଶାରେ ରେଳ ପ୍ରକଳ୍ପ ଓ ଭିତ୍ତିଭୂମି ବିକାଶ ପାଇଁ ଗୁରୁତ୍ୱାରୋପ କରୁଥିବା ବେଳେ ନିଜେ ଏହାର ଅଗ୍ରଗତି ସମ୍ବନ୍ଧରେ ନିୟମିତ ସମୀକ୍ଷା କରୁଛନ୍ତିl ପୁରୀ ରେଳ ଷ୍ଟେସନର ବିକାଶ କାର୍ଯ୍ୟ ଶ୍ରୀ ବୈଷ୍ଣବଙ୍କ ଓଡ଼ିଶାରେ ରେଳ ପ୍ରକଳ୍ପ ସମୀକ୍ଷା ମଧ୍ୟରୁ ଅନ୍ୟତମ ଅଟେ l

© 2023 Odisha Taza News.