୧୧ ଜାନୁଆରୀ ବୁଧବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ନୂଆଗଡ ବ୍ଲକ ସଦର ମହକୁମା ଠାରେ ଶତାଧିକ ପୁରୁଷ ଓ ମହିଳା ସ୍ଥାନୀୟ ବିଡ଼ିଓ ଓ ତହସିଲଦାର ଙ୍କ ବିରୋଧରେ ବିଭିନ୍ନ ନାରାବାଜି କରି ଏକ ଶୋଭାଯାତ୍ରା ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଠାରୁ ବାହାରି ମୁଖ୍ୟ ବଜାର ଦେଇ ବ୍ଲକ କାର୍ଯ୍ୟାଳୟ ସମୁଖରେ ପହଞ୍ଚି ଜିଲ୍ଲାପାଳଙ୍କ ଉଦ୍ଧଶ୍ୟରେ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି,
ପୂର୍ବବର୍ଷ ମାନଙ୍କରେ ନୂଆଗଡ ସଦର ମହକୁମା ସ୍ଥିତ ଲକ୍ଷ୍ମୀନୃସିଂହ ବିଦ୍ୟାପୀଠ ପରିସରରେ ବ୍ଲକ ସ୍ତରୀୟ ଗଜପତି ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା, କିନ୍ତୁ କୋଭିଡ ମହାମାରୀ ଯୋଗୁଁ ଗତ ଦୁଇବର୍ଷ କାର୍ଯ୍ୟକ୍ରମ ହୋଇପାରିନଥିଲା
ଚଳିତ ବର୍ଷ ଜିଲ୍ଲା ପ୍ରଶାସନର ନିର୍ଧେଶ କ୍ରମେ ଏହି ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଗତ ତା ୫/୧ /୨୩ ରିଖଗୁରୁବାର ଦିନ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ନୂଆଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅଧ୍ୟକ୍ଷତାରେ ଗଜପତି ଉତ୍ସବ ସମ୍ବନ୍ଧରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା,
ଏହି ବୈଠକରେ ବିଡ଼ିଓ, ତହସିଲଦାର ପୋଲିସ ଏସ.ଆଇ,ବ୍ଲକର ୧୯ ଗୋଟି ଗ୍ରାମପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ନିର୍ବାହୀ ଅଧିକାରୀଙ୍କ , ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ଉପସ୍ଥିତି ରହିଥିବା ବେଳେ
ନୂଆଗଡ ଠାରେ ଏହି କାର୍ଯ୍ୟକ୍ରମ କରିବା ନିମନ୍ତେ ଉପଯୁକ୍ତ ଭିତ୍ତିଭୂମି ନଥିବା କାରଣରୁ ନୂଆଗଡ ବ୍ଲକ ଏକ ଦୁର୍ଗମ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବା ଯୋଗୁଁ ଯାତାୟତ ଓ ସମସ୍ତ ପ୍ରକାରର ସୁବିଧା ଦୃଷ୍ଟିରୁ ଖଜୁରିପଦା ବାବା ସାହେବ ଆମ୍ବେଦକର ଜୁନିଅର କଲେଜ ପରିସରରେ କାର୍ଯ୍ୟକ୍ରମ କରିବା ପାଇଁ ସର୍ବ ସମ୍ମତି କ୍ରମେ ଧର୍ଯ୍ୟ କରାଯାଇଥିଲା, ତାହା ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ
କିଛି ଲୋକ ଏହାକୁ ବିରୋଧ କରି ବ୍ୟକ୍ତିଗତ ଫାଇଦା ପାଇଁ ବେଳେ କଳେ କୌଶଳେ ନୂଆଗଡ ଠାରେ କାର୍ଯ୍ୟକ୍ରମ କରିବା ପାଇଁ ପ୍ରୟାସ ଜାରି ଗତ ସୋମବାର ଦିନ ଆର. ଉଦୟଗିରି ଅନ୍ତର୍ଗତ ପୁରୁଣାପାଣି ଠାରେ ଅନୁଷ୍ଠିତ ହୋଇଥିବା ଜନ ଅଭିଯୋଗ ଶୁଣାଣି ରେ ଜିଲ୍ଲା ପାଳଙ୍କଠାରେ ଅଭିଯୋଗ କରିଥିଲେ, କିନ୍ତୁ ସମସ୍ତ ଜନ ପ୍ରତିନିଧି ମାନଙ୍କ ନିଷ୍ପତିକୁ ସମ୍ମାନ ଦେଇ ବାବା ସାହେବ ଆମ୍ବେଦକର କଲେଜ ପରିସରରେ ପ୍ରଥମ ଦିନର ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।

© 2023 Odisha Taza News.