No Result
View All Result
୧୧ ଜାନୁଆରୀ ବୁଧବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) କନ୍ଧମାଳ :- ଚିକିତ୍ସା ଅଭାବ ରୁ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି କନ୍ଧମାଳ ଜ଼ିଲ୍ଲା ଚକାପାଦ ବ୍ଲକ ଅଧିନସ୍ଥ ପସରା ପଂଚାୟତ ର ବରଡ଼ିକିଆ ଗ୍ରାମର ରମାକାନ୍ତ କହଁର!ତାଙ୍କ ସ୍ତ୍ରୀ ଗାୟତ୍ରୀ ଙ୍କ କହିବା ନୁସାରେ ରମାକାନ୍ତ ଭୁବନେଶ୍ୱର ରେ ଏକ ଘରୋଇ ବରଫ ଫ୍ୟାକଟେରୀ ରେ ଶ୍ରମିକ ଭାବେ କାମ କରୁଥିଲେ ଏଂବ ପରିବାର ର ଗୁଜୁରାଣ ମେଣ୍ଟାଉ ଥିଲେ, ପରିବାର ବେଶ ହସ ଖୁସି ରେ ଚଳିଯାଉଥିଲା କିନ୍ତୁ ଭାଗ୍ୟ ର ବିଡମ୍ବନା ଏମିତି ଯେ ବରଫ ଫ୍ୟାକଟେରୀରେ କାମ କରୁଥିବା ସମୟରେ ବରଫ ତିଆରି ପାଇଁ ଯେଉଁ କ୍ୟାମିଲା ବ୍ୟବହାର ହୁଏ ତାହା ତାଙ୍କ ଗୋଡ଼ ରେ ପଡିଯିବାରୁ ଘା ହୋଇ ସଂକ୍ରମଣ ହୋଇ ଯାଇଥିଲା ଏଂବ ସେ ଭୁବନେଶ୍ୱର ର ଏକ ସରକାରୀ ଡାକ୍ତର ଖାନାରେ ଚିକିତ୍ସା ପାଇଁ ଯାଇଥିଲେ ଡାକ୍ତର ତାଙ୍କୁ ଔଷଧ ଦେଇଥିଲେ କିନ୍ତୁ କୌଣସି ସଫଳ ପାଇନ ଥିଲେ
ଏଂବ ନିଜ ଗାଁ କୁ ଆସି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ କୁ ଯାଇ ଥିଲେ କିନ୍ତୁ ତାଙ୍କୁ ବ୍ରହ୍ମପୁର ଏମ କେ ଏସ ଜି ମେଡିକାଲ କୁ ରେଫର କରାଯାଇଥିଲା, ବ୍ରହ୍ମପୁର ମେଡିକାଲ ରେ ତାଙ୍କ ଡାହାଣ ଗୋଡ଼ ର ତିନୋଟି ଆଙ୍ଗୁଠି ଅସ୍ତ୍ରପ୍ରଚାର କରି କାଢି ଦିଆଯାଇଥିଲା କିନ୍ତୁ ସମ୍ପୂର୍ଣ ଆରୋଗ୍ୟ ନ ହେବାରୁ ଡାକ୍ତର ଙ୍କ ପରାମର୍ଶ କ୍ରମେ ଏକ ଘରୋଇ ଡାକ୍ତର ଖାନା ରେ ତାଙ୍କର ଡାହାଣ ଗୋଡ଼ ର କିଛି ଅଂଶ କାଟିଦିଆଗଲା ହେଲେ ମଧ୍ୟ୍ୟ ଚିକିତ୍ସା ରେ କୌଣସି ସୁଫଳ ମିଳିଲା ନାହିଁ ଏଂବ ସଂକ୍ରମଣ ବୃଦ୍ଧି ପାଉଥିବା ରୁ ସେ ବିଞ୍ଚଣାରେ ପଡ଼ିରହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ଦେଖିବାକୁ ମିଳିଛି ! ତାଙ୍କ ବୟସ ମାତ୍ର 35 ତାଙ୍କ ତିନୋଟି ପୁଅଝିଅ ତାଙ୍କ ଉପରେ ପୁରା ପରିବାର ନିର୍ଭରଶିଳ !
ଚିକିତ୍ସା ପାଇଁ ସ୍ତ୍ରୀ ଗାୟତ୍ରୀ ନିଜର ଜମି ବାଡ଼ି ବିକ୍ରି କରି ଚିକିତ୍ସା ପାଇଁ ଡାକ୍ତର ଙ୍କ ପରାମର୍ଶ କ୍ରମେ ବିଭିନ୍ନ ମେଡିକାଲ କୁ ନେଇ ଥିଲେ କିନ୍ତୁ ସ୍ୱାମୀ ର ଉର୍ନତମାନ ର ଚିକିତ୍ସା ହୋଇପାରିଲା ନାହିଁ ଏଂବ ସମ୍ପୂର୍ଣ ଦୁଃଖ ରେ ଭାଙ୍ଗିପଡିଛନ୍ତି ପୁରା ପରିବାର ! ସ୍ୱାମୀ ର ଉର୍ନତ ମାନ ର ଚିକିତ୍ସା ନିମନ୍ତେ ଅତ୍ୟାଧୁନିକ ଚିକିତ୍ସା ପାଇଁ ସ୍ତ୍ରୀ ଗାୟତ୍ରୀ ଜ଼ିଲ୍ଲା ପ୍ରଶାସନ ଓ ସରକାର ଙ୍କ ନିକଟରେ ଆକୁଳ ନିବେଦନ କରି ଗୁହାରି କରିଛନ୍ତି ! ଦେଖିବା କୁ ବାକି ରହିଲା ଜ଼ିଲ୍ଲାପ୍ରଶାସନ ଓ ସରକାର ଉର୍ନତମାନ ର ଚିକିତ୍ସା ପାଇଁ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଚକାପାଦ ଅଞ୍ଚଳ ର ରମାକାନ୍ତ କହଁର ଙ୍କୁ କେବେ ସାହାର୍ଯ୍ୟ ଓ ସହଯୋଗ ର ହାତ ବଢ଼ାଉଛନ୍ତି !

No Result
View All Result