ନୃତ୍ୟ ଆରମ୍ଭ କରିବା ଆଗରୁ ସମୟ ସମୟ ସରିଯାଉଛି କହି କଳାକାର ମାନଙ୍କୁ ଟେଜ ଛାଡି ଦେବାକୁ ଅନୁରୋଧ କରୁଥୁବାରୁ ବହୁ କଳାକାର ଆମେ କଣ ବ୍ଲକ କୁ ଭାତ ଖାଇବାକୁ ଆସିଛୁ କହି ଅସନ୍ତୋଷ ପ୍ରକାଶ କରିଛନ୍ତି | ଅନ୍ୟପଟେ ଅଂଚଳ ର ଜଣାଶୁଣା କଳାକାର ମାନଙ୍କୁ ଉପଯୁକ୍ତ ସାମ୍ମନ ଦିଆ ଯାଉନଥିବା ବେଳେ ଗଛ ମୂଳେ ବସି ସମୟ କଟୁଥୁଲେ | ଅନ୍ୟପକ୍ଷେ ଭାତ ଖାଇବାକୁ ଦୁଇ ଟି ସ୍ଥଳ କରିଥିଲେ ହିଁ ମହିଳା ମାନେ ଙ୍କ ପାଇଁ ବ୍ୟବସ୍ଥା କରାଯାଇନଥିବାରୁ ବାଧ୍ୟ ପୁରୁଷ ମେଳିରେ ମହିଳା ମାନେ ଧାଡି ଲମ୍ବି ଭାତ ଖାଇଥିଲେ |
ସରକାର ତରଫରୁ ବ୍ଲକ ସ୍ତରରେ ଲୋକ ଉତ୍ସବ କରି ସ୍ଥାନୀୟ ଲୋକକଲା ର ପୁନଃ ଉଦ୍ଧାର କରି ଜୀବିତ ରଖିବାକୁ ପ୍ରାୟସ କରୁଥୁବା ବେଳେ ଦାୟିତ୍ୱ ରେ ଥିବା ଅଧିକାରୀ ମାନେ ଏହାର ବ୍ୟତିକ୍ରମ କରୁଛନ୍ତି | କେବଳ ଦୋଷ ହଟାଇବାକୁ ତରବରିଆ ଭାବେ ଲୋକ ଉତ୍ସବ କରି କାମ ସରି ଦେଉଥିବାରୁ ଲୋକ ଉତ୍ସବ କାହାପାଇଁ ବୋଲି ଚର୍ଚ୍ଚା ହେଉଛି ପ୍ରଚାର ପ୍ରସାର ସିମିତ ରହୁଥିବା ହେତୁ ସରକାରୀ ସ୍ତରରେ ଲୋକ ଉତ୍ସବ କଥା
ଜାଣି ନ ପାରିବାରୁ ବିଶେଷ କରି ଗ୍ରାମଞ୍ଚଳ ଅଂଚଳ ବହୁ କଳାକାର ବଞ୍ଚିତ ହେଉଥିବା ହେତୁ କଳାକାର ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏଥିରେ ବିଡ଼ିଓ ସୁମନ୍ତ କୁମ୍ଭାର , ବ୍ଳକ ଅଧ୍ୟକ୍ଷ ନୀଳକାନ୍ତ ବାଗ, ଉପାଧ୍ୟକ୍ଷ ସମାଜ ମଙ୍ଗଳ ଅଧିକାରୀ କମଳ କାନ୍ତ ବାରିକ ଙ୍କ ବ୍ଳକର ସମସ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

© 2023 Odisha Taza News.