• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସରେ ମାହାଙ୍ଗାରେ ପ୍ରତାପଙ୍କ ଶକ୍ତି ପ୍ରଦର୍ଶନ !

Proprietor Abhimanyu Maharana by Proprietor Abhimanyu Maharana
January 4, 2023
in ଓଡ଼ିଶା, କଟକ, ରାଜନୀତି, ହୋମ୍
0
ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସରେ ମାହାଙ୍ଗାରେ ପ୍ରତାପଙ୍କ ଶକ୍ତି ପ୍ରଦର୍ଶନ !
Share on FacebookShare on TwitterWhatsapp

ବିଧାୟକ ପ୍ରତାପ ଜେନା କହିଲେ -ମାହାଙ୍ଗାର ସର୍ବାଙ୍ଗୀନ ବିକାଶ ପାଇଁ ଆମେ ନିଜକୁ ନେତା ବୋଲି ପରିଚୟ ଦେବା ଅପେକ୍ଷା, କିପରି ଅଧିକରୁ ଅଧିକ ବିକାଶ ମୂଳକ କାର୍ଯ୍ୟ ହୋଇପାରିବା, ସେ ଦିଗରେ ଅଧିକ ଧ୍ୟାନ ଦେବାକୁ ପଡିବ ବୋଲି ଶ୍ରୀ ଜେନା ଯୁବକ ମାନଙ୍କୁ ଆହ୍ୱାନ ଦେଇଥିଲେ l 

୪ ଜାନୁଆରୀ ବୁଧବାର୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ମାହାଙ୍ଗା :-ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ବିଜୁ ଜନତା ଦଳ ଶ୍ରୀକ୍ଷେତ୍ର ପୁରୀ ଠାରେ ଦଳର ୨୫ ତମ ପ୍ରତିଷ୍ଠା ଦିବସ ଆୟୋଜନ କରିସାରିଛି  l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶଙ୍ଖ କ୍ଷେତ୍ରରୁ ନିର୍ବାଚନୀ ବିଗୁଲ ବଜେଇ ସାରିଥିବା ବେଳେ,ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଜବାହରଲାଲ ନେହେରୁ କଲେଜ ପଡିଆରେ ଆଜି ଦଳର ଏକ ବିଶାଳ ଜନସଭା ଅନୁଷ୍ଠିତ ହୋଇଯାଇଛି lଏହି ସଭାରେ ଦଳର ରାଜ୍ୟ ସ୍ତରୀୟ ବହୁ ବରିଷ୍ଠ ନେତୃ ମଣ୍ଡଳୀ ଯୋଗଦେଇ ନବୀନ ବାବୁଙ୍କୁ ରାଜ୍ୟର ଅଦ୍ୱିତୀୟ ଜନପ୍ରିୟ ନେତା ଭାବେ ପ୍ରଶଂସା କରିବା ଶହ ତାଙ୍କୁ ବିକାଶ ପୁରୁଷ ଭାବେ ଚିତ୍ରଣ କରିବା ଦେଖିବାକୁ ମିଳିଥିଲା l ମାହାଙ୍ଗା ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ ସଭାରେ ପୂର୍ବତନ ସାଂସଦ ପ୍ରସନ ପାଟ୍ଟସାହାଣୀ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ,ବିଧାୟକ ପ୍ରଶାନ୍ତ କୁମାର ବେହେରା, ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନା ପ୍ରମୁଖ ବରିଷ୍ଠ ନେତାମାନେ ଯୋଗଦେଇ ନବୀନ ବାବୁଙ୍କ ନେତୃତ୍ୱରେ ବିଜୁ ଜନତା ଦଳର 25 ବର୍ଷର ବିକାଶ ମୂଳକ ଶାସନ ଇତିହାସ ସୃଷ୍ଟି କରିଛି ବୋଲି କହିଥିଲେ l ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ବିଜୁଳୀ,ପିଇବା ପାଣି,କୃଷି ଓ କୃଷକର ଉନ୍ନତି ସାଙ୍ଗକୁ ମହିଳା ସଶକ୍ତିକରଣ କ୍ଷେତ୍ରରେ ନବୀନ ବାବୁଙ୍କ ନିରବଛିନ୍ନ ସଫଳତା ତା’ଙ୍କୁ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ସ୍ୱୀକୃତି ଦେଇଛି ବୋଲି ଦଳର ବରିଷ୍ଠ ନେତାମାନେ ମତବ୍ୟକ୍ତ କରିଥିଲେ lମାହାଙ୍ଗାର ଅଦ୍ୱିତୀୟ ନେତା ତଥା ସର୍ବାଧିକ ଭୋଟ ବ୍ୟବଧାନରେ ଲଗାରତ ୩ ଥର ଜିତି ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବାରେ ଓ ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସ ଜିଣି ଦଳର ସାଙ୍ଗଠନିକ ଦାୟୀତ୍ୱ ସଫଳତାର ସହିତ ନିର୍ବାହ କରିଆସୁଥିବା ବିଧାୟକ ପ୍ରତାପ ଜେନାଙ୍କ ପଛରେ ମାହାଙ୍ଗାବାସୀଙ୍କ ଦୃଢ ଭାବେ ଛିଡା ହେବା ଓ ତାଙ୍କ ପ୍ରତି ବିପୁଳ ସମର୍ଥନ ରହିବା ଆଜିର ଜନ ସମାବେଶରୁ ବାରିହୋଇ ପଡିବା କୁହାଯାଉଛି l  ମାହାଙ୍ଗାରେ ବିରୋଧୀ ବିଜେପି ଓ କଂଗ୍ରେସର  ଦୁର୍ବଳ ନେତୃତ୍ବ ସାଙ୍ଗକୁ, ସେମାନଙ୍କ ପ୍ରସଙ୍ଗହୀନ ରାଜନୀତି ଠାରୁ ଲୋକେ ମୁହଁ ଫେରାଇ ନେଉଥିବାରୁ ଏହା ବିଜେଡ଼ିକୁ ବେଶ ମଜଭୁତ ସ୍ଥିତିରେ ରଖିବା କଥା ଦଳର ବରିଷ୍ଠ ନେତାମାନେ କହିଥିଲେ lମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ପ୍ରତାପ ଜେନାଙ୍କ ସାଙ୍ଗଠନିକ ବିଚକ୍ଷଣତା ସାଙ୍ଗକୁ,ସବୁ ବର୍ଗର ଲୋକଙ୍କ ଦ୍ୱାରା ସେ ଗ୍ରହଣୀୟ ହୋଇପାରିବା ଯେତିକି ଗୁରୁତ୍ୱପୂର୍ଣ୍ଣ,ବିଜୁ ବାବୁଙ୍କ ପଟ୍ଟଶିଷ୍ୟ ଭାବେ ଶ୍ରୀ ଜେନା ନବୀନ ପଟ୍ଟନାୟକଙ୍କ ଆସ୍ଥା ଓ ବିଶ୍ୱାସ ଜିତିବାରେ ବିଜେଡିରେ ଚର୍ଚ୍ଚିତ ଯୁବ ଚେହେରା ବୋଲି ଦଳର ପୁରୁଖା ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ମତବ୍ୟକ୍ତ କରିଥିଲେ lଦଳୀୟ ପ୍ରତିଷ୍ଠା ଦିବସ ପାଳନ ନାଆଁରେ ମାହାଙ୍ଗାରେ ପ୍ରତାପଙ୍କ ନିର୍ବାଚନୀ ରଣ ହୁଙ୍କାର ବିରୋଧୀଙ୍କ ପାଇଁ ଖୋଲା ଆହ୍ୱାନ ସୃଷ୍ଟି କରିବା ବକ୍ତାମାନେ ଆହ୍ୱାନ ଦେଇଥିଲେ l ଏହି ସମାବେଶରେ ହଜାର ହଜାର ମହିଳା,ଛାତ୍ର,ଯୁବକ, କୃଷକ, ବୁଦ୍ଧିଜୀବୀ ଓ ସାଧାରଣ ଜନତାଙ୍କ ଯୋଗଦାନ ନବୀନ ପଟ୍ଟନାୟକଙ୍କ ପ୍ରତି ସେମାନଙ୍କ ଅତୁଟ ଜନ ସମର୍ଥନ ବୋଲି ପୂର୍ବତନ ସାଂସଦ ତଥା ଦଳର ପୁରୁଖା ନେତା ଡକ୍ଟର ପ୍ରସନ୍ନ ପାଟ୍ଟସାହାଣୀ କହିଥିଲେ l

ଏହି ସଭାରେ ବିଧାୟକ ପ୍ରତାପ ଜେନା କହିଲେ -ମାହାଙ୍ଗାର ସର୍ବାଙ୍ଗୀନ ବିକାଶ ପାଇଁ ଆମକୁ ସଂକଳ୍ପ ନେବାକୁ ପଡିବ l ବିଜୁ ଜନତା ଦଳରେ ଜଣେ ସମର୍ପିତ ସେବକ ଭାବେ କାର୍ଯ୍ୟ  କରିବାରେ ମୁଁ’ ବିଶ୍ୱାସ କରେ ବୋଲି ସେ କହିଥିଲେ l ନବୀନ ବାବୁ ଆମ ନେତା, ସାଢେ ଚାରି କୋଟି ଓଡିଶା ବାସୀଙ୍କ ସାମୁହିକ ବିକାଶ ପାଇଁ ଯେଉଁ ମୁଖ୍ୟମନ୍ତ୍ରୀ ଅନବରତ କାର୍ଯ୍ୟ କରୁଛନ୍ତି, ତା’ଙ୍କ ବାପା ପ୍ରବାଦ ପୁରୁଷ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ରଜୀବନରୁ ସମାଜସେବା ଓ ରାଜନୀତିରେ ରହିବା ମୋ’ ପାଇଁ ପରମ ସୌଭାଗ୍ୟ ବୋଲି ପ୍ରତାପ କହିଥିଲେ l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

September 27, 2026
କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

September 27, 2026
କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍‌, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ

କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍‌, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ

September 27, 2026
ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ

ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ

September 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

September 27, 2026
କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

September 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version