ଏହା କନ୍ଧମାଳ ପାଇଁ ଏକ ଗର୍ବ ଓ ଗୌରବ ର କଥାବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ଏବଂ ଓଡ଼ିଶୀ ନୃତ୍ୟରେ ସଫଳତାର ଆଉ ଏକ ପାହାଚ ଅତିକ୍ରମ କରିଛନ୍ତି ,ଏଥିପାଇଁ କନ୍ଧମାଳ ବାସୀ ଅନୁଷ୍ଠାନର ଶୀଳ୍ପି ଓ ଗୁରୁଙ୍କୁ ଶୁଭେଛା ଓ ଶୁଭକାମନା ଜଣାଇଛନ୍ତି । କନ୍ଧମାଳ ଜିଲ୍ଲାର କଳାର ବିକାଶ କ୍ଷେତ୍ରରେ ଯଦି ଜିଲ୍ଲାର କଳା ଓ ସଂସ୍କୃତି ବିଭାଗ ଦ୍ୱାରା ଉପଯୁକ୍ତ ଭାବେ ଆର୍ଥିକ ଓ ସହଯୋଗୀତା ଭାବ ରକ୍ଷା କରାଯାଇ ପାରନ୍ତା ତାହେଲେ ଓଡିଶୀ ନୃତ୍ୟ ସହିତ କନ୍ଧମାଳ ଜିଲ୍ଲାର ଲୋକ କଳା, ସଂସ୍କୃତି ର ପୁନଃରୁଦ୍ଧାର କରାଯିବା ସହିତ ଜିଲ୍ଲାର ବିଭିନ୍ନ ବର୍ଗର କଳାକାର,
ନୃତ୍ୟ ଶିଳ୍ପୀ ମାନେ ନିଜର କଳା ର ଦକ୍ଷତା ବିକାଶ କରିବା କ୍ଷେତ୍ରରେ ସଫଳତା ହାସଲ କରିବା ସହିତ ଜୀବନ ଜୀବିକା ନିର୍ବାହ କ୍ଷେତ୍ରରେ ମଧ୍ୟ ସହାୟକ ହୋଇପାରନ୍ତା ବୋଲି କନ୍ଧମାଳ ଜିଲ୍ଲାର ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ଓ ସ୍ୱତନ୍ତ୍ର ଭାବେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଦୃଷ୍ଟି ଦିଅନ୍ତୁ ବୋଲି ସାଧାରଣ ରେ ଅନୁରୋଧ କରିବା ସହିତ ଜିଲ୍ଲାର ପ୍ରଥମ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଭାବେ ସର୍ବ ପ୍ରଥମେ ଦୂରଦର୍ଶନ ରେ ନୃତ୍ୟ ପରିବେଷଣ କରିଥିବା ସମସ୍ତ ନୃତ୍ୟ ଶିଳ୍ପୀ ମାନଙ୍କୁ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ସମ୍ମାନିତ କରାଯାଉ ବୋଲି ସାଧାରଣ ରେ ଦାବି ହେଉଛି |

© 2023 Odisha Taza News.