No Result
View All Result
୨୮ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :- ବ୍ରହ୍ମପୁର ଭିଜିଲାନ୍ସ ଜଜ୍ ଡ.ଅରୁଣ କୁମାର ସାହୁ ପ୍ରାୟ ସାଢେ଼ ଛଅ ବର୍ଷ ତଳର ଏକ ଲାଞ୍ଚ ଗ୍ରହଣ ମାମଲାରେ ଶୁଣାଣି କରି ଚୁଡାନ୍ତ ରାୟ ପ୍ରକାଶ କରିଛନ୍ତି l ଆବଶ୍ୟକପ୍ରମାଣ ପତ୍ର ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିବା ଜଣାପଡ଼ିଛି ଅଭିଯୋଗ ଅନୁଯାୟୀ ୨୦୧୬ମସିହାରେ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁଙ୍କୁ ମାନଙ୍କୁ ଖାଦ୍ୟ ବଣ୍ଟନ ବାବଦରେ ମୋଟ ୨୮ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା କିନ୍ତୁ ବିଲ ପାସ କରିବା ପାଇଁ ସେ ସମସ୍ତ ଅଙ୍ଗନୱାଡ଼ି କର୍ମୀ (୪୪) ଙ୍କୁ କମିଶନ ମାଗିଥିଲେ l
ସେମାନଙ୍କ ମଧ୍ୟରୁ ଜଣେ ଅଙ୍ଗନୱାଡି କର୍ମୀଙ୍କୁ ୧୯ ଟି ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀଙ୍କ ଠାରୁ ୧,୧୬, ୬୦୦ଟଙ୍କାଆଦାୟ କରି ଆଣି ଦେବାକୁ କହିଥିଲେ ଏ ନେଇ ସେ ଭିଜିଲାନ୍ସ ବିଭାଗକୁ ଜଣାଇ ଥିଲେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିବା ପାଇଁ ଜାଲ ବିଛେଇ ଥିଲାଯୋଜନା ମୁତାବକ ଅଙ୍ଗନବାଡ଼ି କର୍ମୀ ଜଣଙ୍କ ସେହିବର୍ଷ ଜାନୁଆରୀ ୫ତାରିଖରେ ସୂପରଭାଇଜର ସୌଭାଗ୍ୟ ବତି ଜେନା ଙ୍କ ଚନ୍ଦ୍ରଗିରି ସ୍ଥିତ ବାସଭବନକୁ ଯାଇ ଦାବୀ ମୁତାବକ ଟଙ୍କା ପ୍ରଦାନ କଲାବେଳେ ପୂର୍ବରୁ ସେଠାରେ ଛକି ରହିଥିବା ଭିଜିଲାନ୍ସ ବିଭାଗର ଟିମ୍ ଚଢାଉ କରିଥିଲା ଏବଂ ଲାଞ୍ଚ ଟଙ୍କା ଜବତ କରିଥିଲେ l
ଏହାକୁ ନେଇ ଏକ ମକଦ୍ଦମା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l ତତ୍କାଳିନ ଇନ୍ସପେକ୍ଟର ଏସ.କେ ସାମନ୍ତରାକୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ ପରେ ଅଭିଯୁକ୍ତଙ୍କୁ ସ୍ୱର୍ତ୍ତମୂଳକ ଜମିନ ମିଳିଥିଲା l ୧୬ଜଣଙ୍କସାକ୍ଷ୍ୟଗ୍ରହଣ ପରେ ସ୍ଵତନ୍ତ୍ର ଭିଜିଲାନ୍ସ ଜଜ ତାଙ୍କର ଚୁଡାନ୍ତ ରାୟ ପ୍ରକାଶ କରିଥିଲେ l ମୁଦାଲଙ୍କ ପକ୍ଷରୁ ଆଇନ ଜିବୀ କିଶୋର ଚନ୍ଦ୍ର ମିଶ୍ର ମକଦ୍ଦମା ପରିଚାଳନା କରିଥିଲେ l ଲାଞ୍ଚ ନେବା ମାମଲାରେ ଖଲାସ ହେବା ପରେ ତାଙ୍କୁ ପୁନଃ ନିଯୁକ୍ତିମିଳବାନେଇଆଶାବ୍ୟକ୍ତ କରିଛନ୍ତି ସୌଭାଗ୍ୟବତି ଜେନା l

No Result
View All Result