୨୮ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ :- ଡ଼ି .ଏ .ଭି ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ମହୋତ୍ସବ ମହାଆଡ଼ମ୍ବରେ ନୟାଗଡ ପି.ଟି.ଏସ. ପଡ଼ିଆଠାରେ ଆୟୋଜନ କରାଯାଇଥିଲା . କାର୍ଯ୍ୟକ୍ରମର ପ୍ରାରମ୍ଭରେ ନିକଟସ୍ଥ ନାରାୟଣୀ ମନ୍ଦିର ରୁ ପାରମ୍ପରିକ ରୀତିରେ ଶିଶୁମାନଙ୍କ ଦ୍ୱାରା କ୍ରୀଡାଜ୍ୟୋତି ଅଣାଯାଇ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ବସନ୍ତ କୁମାର ନାୟକ ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବାସୁଦେବ ପାଣିଗ୍ରାହୀ ଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା
ପରବର୍ତ୍ତୀ ପର୍ଯ୍ୟୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର କ୍ରୀଡା ପ୍ରତିଯୋଗିତା କରାଯାଇଥିଲା . ସକାଳ ଘ୮:୦୦ ରେ ଆରମ୍ଭ ହୋଇ ଅପରାହଣ ଘ ୩:௦୦ ପର୍ଯ୍ୟନ୍ତ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ହେବଓ ପରେ ଉଦଯାପନ ଉତ୍ସବ ପାଳିତ ହୋଇଥିଲା .ଏଥିରେ ମୁଖ୍ୟ ଅତିଥି ଭାବରେ ମାନ୍ୟଵର ବିଧାୟକ ଡ଼.ଅରୁଣ କୁମାର ସାହୁ ଯୋଗଦାନ କରି କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ
ଚାମ୍ପିୟନ ଭାବରେ କୃତୀତ୍ୱ ଲାଭ କରିଥିବା ଶିଶୁ ସର୍ବ କନିଷ୍ଠ ବିଭାଗରେ ଆଦିତ୍ୟ ସାମନ୍ତରାୟ , କନିଷ୍ଠ ବିଭାଗରେ ଭାସ୍କର ସାହୁ ,ବରିଷ୍ଠ ବିଭାଗରେ ରିୟାନା ପରବୀନ ଙ୍କୁ ପୁରସ୍କୃତ କରାଯାଇଥିଲା. ବିଦ୍ୟାଳୟର କ୍ରୀଡା ଶିକ୍ଷକ ରାଜୀବ କୁମାର ନାୟକ, .ବିଭିନ୍ନ ବିଦ୍ୟାଳୟର କ୍ରୀଡା ଶିକ୍ଷକଙ୍କ ସହଯୋଗରେ ସମସ୍ତ ପ୍ରତିଯୋଗିତା ଗୁଡିକୁ ସୁଚାରୁ ରୂପେ ପରିଚାଳନା କରାଯାଇଥିଲା .ଶେଷରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷିକା ସସ୍ମିତା ପଟ୍ଟନାୟକ ଧନ୍ୟବାଦ ଦେଇ ସଭା ସାଙ୍ଗ ଘୋଷଣା କରିଥିଲେ .

© 2023 Odisha Taza News.