୨୭ ଡିସେମ୍ବର ମଙ୍ଗଳବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ବିଶ୍ଵସ୍ତ ସୂତ୍ରରୁ ହସ୍ତଗତ ହୋଇଥିବା ଏକ ସୂଚନା ଆଧାରରେ ଇନଫୋଭ୍ୟାଲି ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ଯାଁଳା ଅନ୍ତର୍ଗତ ଲକ୍ଷ୍ମୀପୂଜା ମଣ୍ଡପ ନିକଟରେ ସଦଳବଳେ ଅତର୍କିତ ଚଢଉ କରିଥିଲେ । ଚଢଉ ବେଳେ ପୁଲିସ ସର୍ବ ସାଧାରଣ ସ୍ଥାନରେ ଲୋକଙ୍କୁ ବେଆଇନ ବ୍ରାଉନସୁଗାର ବିକ୍ରି କରୁଥିବା ଅଭିଯୋଗରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଅଭିଯୁକ୍ତଙ୍କର ତଲାସି ବେଳେ ଇନଫୋଭ୍ୟାଲି ଥାନା ପୁଲିସ ସେମାନଙ୍କ ନିକଟରୁ ୨୭.୭୦ଗ୍ରାମ ଓଜନର ବ୍ରାଉନ ସୁଗାର, ଦୁଇଟି ମୋଟରସାଇକେଲ ଏବଂ ୧,୨୦୦ଟଙ୍କା ଜବତ କରିଥିଲେ ।
ପଚରା ଉଚରା ସମୟରେ, ଅଭିଯୁକ୍ତ ମାନେ ସାଧାରଣ ଲୋକଙ୍କୁ ବିକ୍ରି କରିବା ଉଦ୍ଦେଶ୍ୟରେ ବେଆଇନ ଭାବରେ ଏହି ବ୍ରାଉନ ସୁଗାରକୁ ପାଖରେ ରଖିଥିବା ଏବଂ ପୂର୍ବରୁ ଏହି ବ୍ୟାପାର ନିୟମିତ ଭାବେ କରିଆସୁଥିବା କଥା ମଧ୍ୟ ସ୍ଵୀକାର କରିଥିଲେ । ଏହି ଘଟଣାରେ ଇନଫୋଭ୍ୟାଲି ଥାନା ପୁଲିସ ଏକ ବେଆଇନ ବ୍ରାଉନସୁଗାର ବିକ୍ରି ଜନିତ ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଏଯାବତ, ମୋଟ ୯୪ଟି ବେଆଇନ ବ୍ରାଉନସୁଗାର ବିକ୍ରି ମାମଲା ପଞ୍ଜୀକୃତ ହୋଇଥିବା ବେଳେ ୧୭୨ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ଠାରୁ ମୋଟ ୨କେଜି ୫୫୮ଗ୍ରାମ ୩୭୦ମିଲିଗ୍ରାମ ଓଜନର ବ୍ରାଉନସୁଗାର, ୭,୬୩,୦୩୦/-ଟଙ୍କା, ୩୧୦ଗ୍ରାମ ସୁନା, ୪୫୦ଗ୍ରାମ ରୁପା, ୮୨ଟି ମୋବାଇଲ ଫୋନ ଏବଂ ୪୦ଟି ଦୁଇ/ତିନି/ଚାରି ଚକିଆ ଯାନ, ଗୋଟିଏ ଲାପଟପ ଏବଂ ଗୋଟିଏ ବନ୍ଧୁକ ଜବତ କରାଯାଇଛି । ଜନସାଧାରଣମାନେ ମୋବାଇଲ, ଗାଡି, ସୁନା/ରୂପା ଗହଣା ଚୋରୀ ତଥା ଛିନତାଇ କିମ୍ବା ନିଶା କାରବାର ବିଷୟରେ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟସ୍ଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି ।
Name & Address of Accused person:
-
Rajesh Das (22), S/O- Manguli Charan Das of Vill- Amaraula, PS- Astarang, Dist- Puri, At/Pr- Badabari, PS- Khandagiri, Bhubaneswar UPD.
-
Ajay Malik (22), S/O- Maharigi Mallik of Vill- Kantakai, PS- Banki, Dist- Cuttack, At/Pr- Badabari, PS- Khandagiri, Bhubaneswar UPD.
-
Sakti Santanu @Gugu Panda (27), S/O- Dhruba Charan Panda, Vill- Dakhina Munda Muhan, PS- Info Valley, Bhubaneswar UPD.
Article Seized:
-
70Grams of Contraband Brown Sugar.
-
3nos of Mobile Phones.
-
One Honda Shine M/C, bearing Regd. No.OD-33-Z-7312.
-
One TVS XL 100 M/C, bearing Regd. No.OD-02-AQ-6351.
-
Cash of 1,200/-
Ref: Info Valley PS Case No-15, dtd.26.12.2022, U/S-21 (b) NDPS Act.
PO: Near Laxmi Puja Mandap, Janla, PS- Info Valley, Bhubaneswar UPD.














