• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଜୁ ଜନତା ଦଳ ୧୦୦ ବର୍ଷ ପର୍ଯ୍ୟନ୍ତ ଓଡିଶାର ସେବା କରିଚାଲିବ  – ନବୀନ ପଟ୍ଟନାୟକ

Proprietor Abhimanyu Maharana by Proprietor Abhimanyu Maharana
December 26, 2022
in ଓଡ଼ିଶା, ପୁରୀ, ମହାନଗର, ରାଜନୀତି, ହୋମ୍
0
ବିଜୁ ଜନତା ଦଳ ୧୦୦ ବର୍ଷ ପର୍ଯ୍ୟନ୍ତ ଓଡିଶାର ସେବା କରିଚାଲିବ  – ନବୀନ ପଟ୍ଟନାୟକ
Share on FacebookShare on TwitterWhatsapp

ବିଜୁ ଜନତା ଦଳର ରଜତ ଜୟନ୍ତୀ ଉତ୍ସବ  

ଓଡିଶା ବାସୀଙ୍କ ସେବାରେ ପଚିଶ ବର୍ଷ : ମା ମାନେ ଆଗେଇ ଆସନ୍ତୁ – ଦାୟିତ୍ଵ ନିଅନ୍ତୁ . ଓଡିଶା  ବାସୀଙ୍କ ବିଶ୍ବାସ ଆମର ଶକ୍ତି : ମା ମାନଙ୍କ ଉନ୍ନତି ହିଁ ଓଡିଶାକୁ ଆଗକୁ ନେଇଯିବଚାଷୀ , କଳାକାର , professionals, କଳାକାର  ,କ୍ରୀଡାବିତ୍  ,  ସବୁ  ବର୍ଗର  ଲୋକ  , ବିଶେଷ  କରି  ଯୁବ  ପାଢୀଙ୍କୁ  ବିଜୁ ଜନତା  ଦଳ ରେ  ସାମିଲ  ହେବାକୁ  ଆହ୍ଵାନ . ରାଷ୍ଟ୍ରୀୟ ଦଳ ନୁହେଁ, ଏକ ଆଞ୍ଚଳିକ ଦଳ ବିଜେଡି ହିଁ ଓଡିଶାର ସ୍ବାର୍ଥ ପାଇଁ ଲଢେଇ କରିପାରିବ ଆମର ଏକମାତ୍ର ସ୍ବାର୍ଥ ହେଉଛି ଓଡିଶାର ଉନ୍ନତି .

୨୬ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ବର :- ବିଜୁ ଜନତା ଦଳ ଆଜି ଗୌରବମୟ ୨୫ ବର୍ଷ ପୂରଣ କରି ୨୬ ବର୍ଷରେ ପହଞ୍ଚିଛି । ଏହି ଅବସରରେ ପୁରୀର ତାଳବଣିଆ ଠାରେ ଦଳର ଏକ ବିଶାଳ ରାଜ୍ୟସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଓଡିଶାବାସୀଙ୍କ ସେବା କରି ଚାଲିବ।

ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ – ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଧାମ ଶ୍ରୀକ୍ଷେତ୍ରକୁ ମୁଁ ଆପଣମାନଙ୍କୁ ସ୍ବାଗତ କରୁଛି । ଜୟ ଜଗନ୍ନାଥ

ଆଜି ବିଜେଡି ଓଡିଶାବାସୀଙ୍କ ସେବାର ୨୫ ବର୍ଷ ପାଳନ କରୁଛି । ଓଡିଶାର ସାଢେ ଚାରି କୋଟି ଜନତା ଆମକୁ ୨୫ ବର୍ଷ ତାଙ୍କର ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ମୁଁ ତାଙ୍କ ପାଖରେ ଋଣୀ । ବିଜେଡି ସବୁବେଳେ ଓଡିଶାବାସୀଙ୍କ ପାଖରେ ଋଣୀ । ମୋତେ ସଦାବେଳେ ଅନ୍ୟ ପାର୍ଟିର ନେତାମାନେ କୁହନ୍ତି… ପାର୍ଲିଆମେଣ୍ଟରେ… ବିଭିନ୍ନ ମିଟିଂରେ … କି BJD is the most successful regional party ever.କି ବିଜେଡି ଲୋକଙ୍କ ବିଶ୍ବାସକୁ base କରି ଲୋକଙ୍କ ସେବାରେ ବହୁତ ବର୍ଷ ହେଲା କାମ କରିଚାଲିଛି । ଯଦି ଆମେ ବିଚାର କରିବା କି କେଉଁ କାରଣ ପାଇଁ ବିଜେଡି ଲୋକଙ୍କ ଆଶୀର୍ବାଦ ବର୍ଷ ବର୍ଷ ଧରିକି ପାଇପାରିଛି…. ତାହେହେଲେ କିଛି ନିର୍ଦ୍ଦିଷ୍ଟ ଦିଗ ବା କାରଣ ବାହାରିବ । ପ୍ରଥମ – ଗୋଟିଏ regional partyର ମୁଖ୍ୟ କର୍ତ୍ତବ୍ୟ ହେଉଛି – ରାଜ୍ୟବାସୀଙ୍କୁ ଆଖିରେ ରଖି ତାଙ୍କ ସେବାକୁ only agenda ରଖିକି କାମ କରିବା । ମୁଁ ଜାଣେ ବିଜେଡି କେବେ ବି ଏହି agendaରୁ ହଟି ନାହିଁ ।

ଆମର ପ୍ରଥମ କର୍ତ୍ତବ୍ୟ ହେଉଛି –

ଆମ ରାଜ୍ୟ ଓ ରାଜ୍ୟବାସୀ

ଓଡିଶାର ସ୍ବାର୍ଥ

ଓଡଶାର ଉନ୍ନତି

ଓଡଶାର ଗୌରବ

ଓଡଶାର ଭାଷା

ଓଡଶାର ସଂସ୍କୃତି

ଓଡିଆର ସ୍ବାଭିମାନ ପାଇଁ ବିଜେଡି କାମ କରି ଆସୁଛି ।ଦ୍ବିତୀୟ ହେଲା  –  ବିଜୁ ବାବୁଙ୍କ ଆଦର୍ଶ । ମୁଁ ସବୁବେଳେ କହିଆସୁଛି Biju Babu was not a leader, he was a phenomenon and he was completely futuristic – way ahead of his times.  ଏବଂ ତାଙ୍କର ପ୍ରତ୍ୟେକ ରକ୍ତବିନ୍ଦୁରେ ଓଡିଶାର ଉନ୍ନତି ଓ ଓଡିଶାର ସ୍ବାଭିମାନ ଭର୍ତ୍ତି ହୋଇ ରହିଥିଲା । ସେ ମହାନ ଜନନାୟକ ଯେଉଁ ରାସ୍ତା ଦେଖାଇଛନ୍ତି, ସେହି ରାସ୍ତାରେ ତାଙ୍କ ନାମରେ ଗଠିତ ଦଳ କାମ କରୁଛି ଓ ଆଗକୁ ମଧ୍ୟ କରିବ । ତୃତୀୟ ହେଲା – ସ୍ବଚ୍ଛ ଓ ନିର୍ମଳ ଶାସନ ଆମର vested interest ହେଉଛି ଓଡିଶାର ଉନ୍ନତି । ଓଡିଶାବାସୀଙ୍କ ଉନ୍ନତି । ଏହାଛଡା ଆମ ଦଳର ଦ୍ବିତୀୟ vested interest ନାହିଁ ।

ଚତୁର୍ଥ ହେଲା – ମହିଳା ସଶକ୍ତିକରଣ

୨୦୦୦ ମସିହାରୁ ଯେତେବେଳେ ଓଡିଶାବାସୀ ଆମକୁ ଆଶୀର୍ବାଦ କରିଆସିଛନ୍ତି, ସେତେବେଳେ ଠାରୁ ମା ମାନଙ୍କ ସଶକ୍ତିକରଣକୁ ଆମେ ଗୁରୁତ୍ବ ଦେଇ ଆସିଛୁ । ଆମର ଦୃଢ ବିଶ୍ବାସ, ମା ମାନଙ୍କ ଉନ୍ନତି ହିଁ ଓଡିଶାକୁ ଆଗକୁ ନେଇଯିବ। ସେଥିପାଇଁ ମିଶନ ଶକ୍ତି ଆଜି ମହିଳା ସଶକ୍ତିକରଣ ଦିଗରେ ଗୋଟିଏ ଗଣଆନ୍ଦୋଳନରେ ପରିଣତ ହୋଇଛି ।

ମୁଁ ସବୁବେଳେ କହିଛି :-

ମା ମାନେ ସଶକ୍ତ ହେଲେ, ପରିବାର ସଶକ୍ତ ହେବ।

ମା ମାନେ ସଶକ୍ତ ହେଲେ, ରାଜ୍ୟ ସଶକ୍ତ ହେବ।

ମା ମାନେ ସଶକ୍ତ ହେଲେ, ସେ ଦେଶ ସଶକ୍ତ ହେବ।

ଗୋଟେ ନ  ହେଲେ , ଅନ୍ୟ ଟି ହେବ ନାହିଁ ।

ବିଜେଡି ପାଇଁ ସବୁ ବର୍ଗର ଉନ୍ନତି ଗୁରୁତ୍ବପୂର୍ଣ୍ଣ ।

ସେ ଆମର ଆଦିବାସୀ ଭାଇଭଉଣୀ ହୁଅନ୍ତୁ…..

ଦଳିତ ଭାଇଭଉଣୀ ହୁଅନ୍ତୁ……

ବା ଖ୍ରୀଷ୍ଟିଆନ ମୁସଲିମ ଭାଇଭଉଣୀ ହୁଅନ୍ତୁ ।

ସମସ୍ତଙ୍କ ଉନ୍ନତି ହେଲେ ଓଡିଶାର ଉନ୍ନତି ହେବ ।ଏବଂ ବିଜେଡି ସବୁବେଳେ ମାଲକାମଗିରିରୁ ମୟୁରଭଂଜ ପର୍ଯ୍ୟନ୍ତ ……. ବରଗଡରୁ ପୁରୀ ପର୍ଯ୍ୟନ୍ତ …….. ସବୁ ଗାଁ,  ସବୁ ସହର  ଓ ସବୁ ଅଞ୍ଚଳର ଉନ୍ନତି ପାଇଁ କାମ କରିଆସିଛି । Inclusive growth ଓ regional imbalance ଦୂର କରିବା ଆମର କର୍ତ୍ତବ୍ୟ । BJD stands for the entire Odisha……. Not just one group or one region or one class. ଓଡିଶାର ଯାହା ଯାହା ସମସ୍ୟା ରହିଛି…… ତାକୁ ଦୂରଦୃଷ୍ଟିରେ ରଖିକି….. professionalism ସହିତ ଆମ ଦଳ  କାମ କରୁଛି ।ସେ ବନ୍ୟା, ବାତ୍ୟା ହେଉ – disaster managementରେ ଓଡିଶା ସାରା ପୃଥିବୀରେ ସୁନାମ କରିଛି । ଖାଦ୍ୟ ନିରାପତ୍ତା ପାଇଁ ଆମେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲୁ । ଏବେ ଆମେ ଅନ୍ୟ ରାଜ୍ୟକୁ ଚାଉଳ ପାଠଉଛୁ । ଆମ ଭିତ୍ତିଭୂମି ଏବଂ ସ୍ବଚ୍ଛ ଶାସନକୁ ଦେଖିକି  –  ବହୁତ investment ଆମ ପାଖକୁ ଆସୁଛି –  ପିଲାମାନଙ୍କୁ ଚାକିରୀ ମିଳିବ…. ରାଜ୍ୟର ଉନ୍ନତି ହେବ ।ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ।  ସେଥିପାଇଁ କୋଭିଡ ମହାମାରୀ ଟାଇମରେ testingରୁ treatment ସେଥିପାଇଁ freeରେ ଦିଆଗଲା ।  ଓଡିଶା ଅନ୍ୟ ରାଜ୍ୟ ମାନଙ୍କୁ oxygen supply କଲା । BSKY ଭଲି କ୍ରାନ୍ତିକାରୀ scheme ଲାଗୁ କରାଗଲା । ଆମର commitment ହେଉଛି – ପ୍ରତ୍ୟେକ ଜୀବନ ମୂଲ୍ୟବାନ । ତାକୁ base କରି କି କାମ କରୁଛୁ । ଦେଶ ବିଦେଶରେ ଆମ ସରକାର ଓ ଆମ governance modelକୁ ସମସ୍ତେ ପ୍ରଶଂସା କରୁଛନ୍ତି ।It’s a professionally run Government. Which runs on the principles of 5T.  It’s a Government sensitive to people’s aspirations and needs, which has initiatives like Mo Sarkar to get citizen feedback. ମୁଁ ଯାହା ବି କହିଲି … ସେ ସବୁ ଗୋଟେ ପଟରେ….. କିନ୍ତୁ, ତାକୁ ଲୋକଙ୍କ ପାଖକୁ ପହଞ୍ଚାଇବା…. ଲୋକଙ୍କ ହୃଦୟକୁ ଛୁଇଁବାର ଦାୟିତ୍ବ ନେଇଛନ୍ତି ବିଜେଡିର କର୍ମୀମାନେ । ଆର ବିଜୁ ପରିବାରର – ବିଜେଡିର ଲକ୍ଷ ଲକ୍ଷ କର୍ମୀ –  You are the soul of BJD.  ଆପଣମାନେ ଶକ୍ତି ଦେଉଛନ୍ତି ବିଜେଡିକୁ । ଆପଣମାନେ field levelରେ oppositionର ମୁକାବିଲା କରୁଛନ୍ତି ଓ ଆମ ଦଳର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ସକ୍ଷମ ହୋଇଛନ୍ତି ।ସେଥିପାଇଁ ଏହି ଦଳ ଲୋକଙ୍କର ବିଶ୍ବାସର ପାତ୍ର ହୋଇଛି । ବିଜେଡି କେବେ ବି ଜଣେ ଦୁଇ ଜଣଙ୍କ ଉପରେ ନିର୍ଭର କରି ନାହିଁ ଏବଂ ଭବିଷ୍ୟତରେ ବି କରିବ ନାହିଁ । ଏହା ଏକ ସାମାଜିକ ଆନ୍ଦୋଳନ । ଓଡିଶାବାସୀଙ୍କ ଆଶା, ବିଶ୍ବାସ ଓ ସ୍ବାଭିମାନକୁ ଆଗେଇ ନେବାର ଗୋଟେ ଆନ୍ଦୋଳନ । ଏହି ଆନ୍ଦୋଳନରେ ପ୍ରତ୍ୟେକ ଘରର participation ରହିବା କଥା । ଆମ ସ୍ବପ୍ନର ଓଡିଶା ଗଠନ କରିବାରେ ସହାୟକ ହୁଅନ୍ତୁ । ଆଉ ୧୨ ବର୍ଷ ପରେ ଓଡିଶା ଗଠନର ୧୦୦ ବର୍ଷ ପାଳନ କରାଯିବ । ୨୦ ବର୍ଷ ଆଗରୁ ଓଡିଶା କୋଉଠି ଥିଲା, ଆଜି କୋଉଠି ଅଛି। ମୁଁ ସେ କଥା କହିବା ଦରକାର ନାହିଁ । ଆପଣମାନେ … ସାରା ବିଶ୍ବ …. ତାହା ଜାଣିଛି ଓ ଦେଖୁଛି ।ମୁଁ  ଆହ୍ଵାନ  କରୁଛି  ,ଅନୁରୋଧ  କରୁଛି, ଓଡିଶାର ଉନ୍ନତିରେ ଯାହାର ବିଶ୍ବାସ ଅଛି,  ଓଡିଶା  ମା  ର  ସେବା  କରିବାକୁ  ଚାହୁଁଛନ୍ତି  .ସେମାନେ ସମସ୍ତେ ଆସନ୍ତୁ, ବହୁ  ସଂଖ୍ୟାରେ  ଆସନ୍ତୁ, ବିଜୁ ଜନତା ଦଳରେ ସାମିଲ ହୁଅନ୍ତୁ ।ସେ professional ହୁଅନ୍ତୁ…social worker ହୁଅନ୍ତୁ….. artiste ହୁଅନ୍ତୁ…. sports persons, ଚାଷୀ   …ସେ ଯିଏ ବି ହୁଅନ୍ତୁ, ଯେ କୌଣସି field ରେ ଥାନ୍ତୁ.. ଆସନ୍ତୁ, ବିଶେଷ  କରି  ଯୁବ  ପିଢି  ,ଯେଉଁମାନେ  ନୂଆ  ଓଡ଼ିଶାର  ସ୍ଵପ୍ନ  ଦେଖୁଛନ୍ତି,  ସେମାନେ, ବିଜୁ ଜନତା ଦଳରେ ସାମିଲ ହୁଅନ୍ତୁ ।ଏ ଦଳ ବିଜୁ  ଜନତା  ଦଳ  ଓଡିଶା  ର  ଦଳ  କାରଣ national partyର agendaରେ national politics ହିଁ ରହିବ ।  ସେମାନଙ୍କ agendaରେ ଓଡିଶା କେବେ ବି ଫୋକସରେ ରହିବ ନାହିଁ। କେବଳ ଗୋଟିଏ regional party … ବିଜୁ ଜନତା ଦଳ ହିଁ ଓଡିଶାର ଉନ୍ନତି କରିପାରିବ।

ମୋର  ବିନମ୍ର  ଅନୁରୋଧ ,ମା ମାନେ  ଆଗେଇ  ଆସନ୍ତୁ . ଦାୟିତ୍ଵ  ନିଅନ୍ତୁ . ମା  ମାନଙ୍କ ଆଶୀର୍ବାଦ  ରହିଲେ ପଚିଶ ବର୍ଷ  କଣ, ପଚାଶ ବର୍ଷ କଣ , ବିଜୁ  ଜନତା  ଦଳ ଶହେବର୍ଷ ବି  ସେବା  କରି  ଚାଲିବ .ଶଙ୍ଖ  ଚିହ୍ନ  ସବୁବେଳେ  ଓଡ଼ିଆ  ସ୍ୱାଭିମାନ ର ଜୟ ନାଦ କରିଚାଲି ଥିବ  .

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

OWM’s 3rd Annual function highlights professional responsibilities and personal happiness

March 16, 2026

‘କୁହୁଡ଼ି’ ରେ ଉଦଘାଟିତ ହେଲା ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

‘କୁହୁଡ଼ି’ ରେ ଉଦଘାଟିତ ହେଲା ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

March 16, 2026
ଜୟ ମହାବୀର ବରିଷ୍ଠ ନାଗରିକ ମଞ୍ଚ ଦଶପଲ୍ଲା ନୂତନ କର୍ମକର୍ତ୍ତା ନିର୍ବାଚନ ଚୟନ ବୈଠକ

ଜୟ ମହାବୀର ବରିଷ୍ଠ ନାଗରିକ ମଞ୍ଚ ଦଶପଲ୍ଲା ନୂତନ କର୍ମକର୍ତ୍ତା ନିର୍ବାଚନ ଚୟନ ବୈଠକ

March 16, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

OWM’s 3rd Annual function highlights professional responsibilities and personal happiness

March 16, 2026
ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version