• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କୋସଲାଞ୍ଚଳର ଆଇନଜୀବୀ, ବୁଦ୍ଧିଜୀବୀ, ଯୁବ, ଛାତ୍ର, ଚାଷୀ, ଶ୍ରମିକ ଓ ସାଧାରଣ ଜନତାଙ୍କ ପାଇଁ ଏକମାତ୍ର ବିକଳ୍ପ ହେଲା ସ୍ୱତନ୍ତ୍ର କୋଶଳ ରାଜ୍ୟ – ପ୍ରମୋଦ ମିଶ୍ର

Proprietor Abhimanyu Maharana by Proprietor Abhimanyu Maharana
December 25, 2022
in ଓଡ଼ିଶା, ବରଗଡ଼, ହୋମ୍
0
କୋସଲାଞ୍ଚଳର ଆଇନଜୀବୀ, ବୁଦ୍ଧିଜୀବୀ, ଯୁବ, ଛାତ୍ର, ଚାଷୀ, ଶ୍ରମିକ ଓ ସାଧାରଣ ଜନତାଙ୍କ ପାଇଁ ଏକମାତ୍ର ବିକଳ୍ପ ହେଲା ସ୍ୱତନ୍ତ୍ର କୋଶଳ ରାଜ୍ୟ – ପ୍ରମୋଦ ମିଶ୍ର
Share on FacebookShare on TwitterWhatsapp

୨୫ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ବଲାଙ୍ଗିର :- ଆଇନ୍‌ଜୀବୀ ଆନ୍ଦୋଳନ ଓ ହାଇକୋର୍ଟ ବେଂଚ ଦାବୀ ଉପରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ମତ ଦୀର୍ଘ ୬୩ବର୍ଷର ଦାବୀ ଓ ଦୁଇଦଶନ୍ଧିର ହାଇକୋର୍ଟ ବେଂଚ ଆନ୍ଦୋଳନକୁ ବହୁତ୍ ଜୋର୍ ଧକ୍କା ଦେଇଛି । ଏହାଛଡ଼ା ଆଇନ୍‌ଜୀବୀମାନଙ୍କ ଗିରଫଦାରୀ ଓ ଲାଇସେନ୍ସ ରଦ୍ଧ ଘଟଣା ସମଗ୍ର ଆଇନ୍‌ଜୀବୀ ଗୋଷ୍ଠୀ ଓ କୋସଲାଞ୍ଚଳର ଜନସାଧାରଣଙ୍କୁ ଆହତ କରିଛି । ହାଇକୋର୍ଟ ବେଂଚ ଦାବୀ କେବଳ ଆଇନଜୀବୀମାନଙ୍କ ନ ଥିଲା, ଏହା କୋସଲାଞ୍ଚଳର ୨.୫ କୋଟି ଜନସାଧାରଣ ଓ ଆଇନ୍ ଆଶ୍ରିତ ସାଧାରଣ ଜନତାଙ୍କ ହୃଦୟର ଦାବୀ ଥିଲା । ହାଇକୋର୍ଟ ବେଂଚ ପ୍ରତିଷ୍ଠା ସରକାରଙ୍କ କାମ । ଦାବୀର ତାର୍କିକ ନ୍ୟାୟସଂଗତ ଯୁକ୍ତିକୁ ଗ୍ରହଣ କରି ରାଜ୍ୟ ସରକାର ୨/୨ ଥର ବେଂଚ ପ୍ରତିଷ୍ଠା ସମ୍ପର୍କରେ ପତ୍ରାଳାପ ମଧ୍ୟ କରିଥିଲେ ।

କେନ୍ଦ୍ର ସରକାର ମଧ୍ୟ ୨ଥର ସ୍ଥାନ ନିରୂପଣ ପାଇଁ ପତ୍ରାଳାପ କରିଥିଲେ । ଏଥିପାଇଁ ରାଜ୍ୟସରକାର ଏକ ପାଲ୍ କମିଶନ ମଧ୍ୟ ଗଠନ କରିଥିଲେ । କିନ୍ତୁ ବୋଧହୁଏ ଏ ସମସ୍ତ ତଥ୍ୟ ମାନ୍ୟବର ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ଠିକ୍ ରୂପେ ଉପସ୍ଥାପିତ ହୋଇପାରିଲା ନାହିଁ । ଫଳତଃ ୮୫ଭାଗର ଉର୍ଦ୍ଧ୍ୱ ବ୍ୟକ୍ତି ଏ ଅଞ୍ଚଳରେ ଦାରିଦ୍ର‌୍ୟର ସୀମାରେଖା ତଳେ ଥିବା ସତ୍ତ୍ୱେ ତଥା ଆଦିବାସୀ, ଦଳିତ ଓ ଅର୍ଥନୈତିକ ରୂପେ ଅନୁନ୍ନତ କୋସଲାଞ୍ଚଳରେ ହାଇକୋର୍ଟ ବେଂଚ ସ୍ଥାପନର ଦାବୀ ନ୍ୟାୟିକ ସ୍ୱୀକୃତି ପାଇପାରିଲା ନାହିଁ । ଏହା କୋସଲାଞ୍ଚଳର ଇତିହାସରେ ଏକ ସର୍ବବୃହତ ଦୁର୍ଘଟଣା ଅଟେ ।

ଏଥିରୁ ଗୋଟିଏ କଥା ସ୍ପଷ୍ଟଯେଯ ସମ୍ବିଧାନର ଧାରା ୩ ଅନୁଯାୟୀ ସ୍ୱତନ୍ତ୍ର କୋସଲ ପ୍ରଦେଶ ଗଠନ ପାଇଁ ସମ୍ମିଳିତ ଲଢ଼େଇ କରିବା ଛଡ଼ା ଏ ଅଞ୍ଚଳର ଅନ୍ୟଗତି ନାହିଁ । ତେଣୁ ହାଇକୋର୍ଟ ବେଂଚ ପାଇଁ ଲଢ଼ୁଥିବା ବାର ଏସୋସିଏସନ୍ ଓ ସିଏସି ସମ୍ମିଳିତ ଭାବରେ ସ୍ୱତନ୍ତ୍ର କୋସଲ ପ୍ରଦେଶ ପାଇଁ ଲଢ଼େଇ କରିବା ଆବଶ୍ୟକ । କାରଣ ବେଂଚ ନୁହେଁ ସ୍ୱତନ୍ତ୍ର ରାଜ୍ୟ ଗଠନ ହେଲେ ଏ ଅଞ୍ଚଳରେ ପୂର୍ଣ୍ଣାଙ୍ଗ ହାଇକୋର୍ଟ ପ୍ରତିଷ୍ଠା ହୋଇପାରିବ । ଏକଥା ଅନଃସ୍ୱୀକାର୍ଯ୍ୟ ଯେ କୋସଲାଞ୍ଚଳ ଉଗ୍ର ଆଞ୍ଚଳିକ ବୈଷମ୍ୟର ଶିକାର ହୋଇଛି । ୧୯୩୬ର ଓଡ଼ିଶା ଗଠନ ଓ ୧୯୪୮ର ଗଡ଼ଜାତ ମିଶ୍ରଣ ପରେ ଏ ଅଞ୍ଚଳର ଚାଷୀ, ମୂଲିଆ, ଯୁବକ, ଛାତ୍ର ଓ ବୁଦ୍ଧିଜୀବୀମାନେ ନିରନ୍ତର ଏହି ବୈଷମ୍ୟର ଶୀକାର ହୋଇ ତଳିତଳାନ୍ତ ହୋଇଛନ୍ତି । ଏହି କଥାକୁ ଦେଶର ବହୁ ସାମ୍ବିଧାନିକ ସଂସ୍ଥା, କମିଟି ଓ କମିଶନମାନେ ସ୍ୱୀକାର କରିଛନ୍ତି । ଆଞ୍ଚଳିକ ବୈଷମ୍ୟର ଉଗ୍ରତାକୁ ସ୍ୱୀକାର କରି ନିଜେ ରାଜ୍ୟ ସରକାର ମଧ୍ୟ ପ୍ରଥମେ ଘଡ଼େଇ କମିଶନ ଓ ପରେ ଆଞ୍ଚଳିକ ବୈଷମ୍ୟ କମିଶନ ଗଠନ କରିଛନ୍ତି । ଏଭଳିକି ରାଜ୍ୟ ସରକାର “ପଶ୍ଚିମ ଓଡ଼ିଶା ବିକାଶ ପରିଷଦ’ ଗଠନ କରଥିବାବେଳେ କେନ୍ଦ୍ର ସରକାର କେବିକେ ଯୋଜନା ଲାଗୁ କରିଥିଲେ ।

ତା ସତ୍ତ୍ୱେ ସରକାରମାନଙ୍କ ଆନ୍ତରିକତା ଅଭାବରୁ ତଥା ଅନ୍ୟାନ୍ୟ ସାମ୍ବିଧାନିକ ସଂସ୍ଥାମାନଙ୍କ ନୀରବତା ତଥା ସ୍ଥାଣୁତା ଯୋଗୁଁ ଅବସ୍ଥା ସୁଧୁରିବା ବଦଳରେ ଖରାପ ହେବାରେ ଲାଗିଛି । ପ୍ରଥମେ କୋଶଳ ପାର୍ଟି, ପରେ କୋସଲୀ ଏକତା ମଞ୍ଚ, କୋସଲ କ୍ରାନ୍ତିଦଳ, କୋସଲ ରାଏଜ କ୍ରିୟାନୁଷ୍ଠାନ କମିଟୀ ଓ ଶେଷରେ କୋସଲ ରାଜ୍ୟ ସମନ୍ୱୟ ସମିତି ନାମରେ ଏହି ଆନ୍ଦୋଳନ କ୍ରମାଗତ ଭାବରେ ବଢ଼ିଚାଲିଛି । ଏବେ ଆଞ୍ଚଳିକସ୍ତରରେ ଯୁବକମାନେ ଛୋଟ ଛୋଟ କୋସଲବାଦୀ ସଂଗଠନ କରି ବିଭିନ୍ନ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରୁଛନ୍ତି । କିନ୍ତୁ ପ୍ରଶ୍ନ ଉଠେ ଆମର ଏ ଅବସ୍ଥା ପାଇଁ ଦାୟୀ କିଏ ଓ ଆମେ କ’ଣ କରିବାର ଦରକାରର ।

ଏକଥା ଧ୍ରୁବ ସତ୍ୟ ଯେ ଆମର ଏତାଦୃଶ ଅବସ୍ଥା ପାଇଁ ବିଭିନ୍ନ ସମୟରେ ଦିଲ୍ଲୀ ଓ ଭୁବନେଶ୍ୱରରେ କ୍ଷମତାରେ ରହିଥିବା ରାଜନୈତିକ ଦଳ ଓ ସେମାନଙ୍କ ସରକାର ଦାୟୀ । କିନ୍ତୁ ଆମର ଏ ଅଞ୍ଚଳର ରାଜନେତା, ଦଳୀୟ ନେତା ଓ କର୍ମୀ, ସାଧାରଣ ଜନତା ମଧ୍ୟ ନିଜ ମୁଣ୍ଡରୁ ଦୋଷ ଖସାଇପାରିବେ ନାହିଁ । ଏ ଅଞ୍ଚଳର ରାଜନେତାମାନେ ଆଜିଯାଏଁ ସ୍ୱତନ୍ତ୍ର ରାଜ୍ୟ ଆନ୍ଦୋଳନରେ ସକ୍ରିୟ ଯୋଗଦାନ କରୁନାହାଁନ୍ତି ଏବଂ ଜନସାଧାରଣ ସେମାନଙ୍କୁ ସହୁଛନ୍ତି । ଅନ୍ୟପକ୍ଷରେ ରାଜ୍ୟର ନାମକରଣ, ଭାଷାର ନାମକରଣ, ବେଂଚ ସ୍ଥାପନର ସ୍ଥାନ ଏଭଳି ବିଭିନ୍ନ ପ୍ରସଙ୍ଗରେ ଆମେ ବିଭାଜିତ । ଏଭଳିକି ରାଜ୍ୟ ମୁକ୍ତି ଆନ୍ଦୋଳନ ପ୍ରସଙ୍ଗରେ ଆମେ ବିରାଜିତ ।

ତେବେ ଆମ ସମସ୍ୟାର ସମାଧାନ କରିବ କିଏ । ନିର୍ବାଚିତ ନେତାମାନେ ନିଜର ସ୍ଥିତି, ପ୍ରତିପତ୍ତି ତଥା ନିଜ ନିଜର ପୁଅମାନଙ୍କୁ ସ୍ଥାପିତ କରିବାରେ ବ୍ୟସ୍ତ । ଜନସାଧାରଣ ପ୍ରତିକ୍ରିୟାହୀନ ହୋଇ ରହିଛନ୍ତି ଏବଂ ସଂଗଠକମାନେ ନିଜ ନିଜର ସ୍ଥିତି ଓ ରାଜନୈତିକ ଭବିଷ୍ୟତ ପାଇଁ ଯଦି କେବଳ ଲାଗିବେ ତେବେ ଆଗାମୀ ପିଢ଼ି ଆମକୁ କ୍ଷମା କରିବେ ନାହିଁ । ଯିଏ ପ୍ରକୃତ ବିପ୍ଳବୀ ସେ ମିଥ୍ୟା ପ୍ରଚାର, ଆତ୍ମବଡ଼ିମା କିମ୍ବା ନିଜର ସ୍ୱାର୍ଥ କଥା ଚିନ୍ତା କରେନାହିଁ । ତେଣୁ ଯେଉଁମାନେ ବାସ୍ତବରେ କୋସଲବାଦୀ ସେମାନେ ସବୁପ୍ରକାର ବିଚାର ବିଭ୍ରାଟକୁ ଉର୍ଦ୍ଧ୍ୱକୁ ଆସି ଏକତ୍ରିତ ହେବାସହ ବୃହତ କୋସଲ ଆନ୍ଦୋଳନ ପ୍ରସ୍ତୁତି ପାଇଁ ତିଆରି ହେବା ଆବଶ୍ୟକ ।

ଏହାଛଡ଼ା ଏ ଅଞ୍ଚଳର ରାଜନେତା, ନିର୍ବାଚିତ ପ୍ରତିନିଧି, ସାମାଜିକ ସଂଗଠନ, ବୁଦ୍ଧିଜୀବୀ, ବିଭିନ୍ନ ପ୍ରସଙ୍ଗରେ ଆନ୍ଦୋଳନ କରୁଥିବା ସଂଗଠନ କେବଳ କୋସଲ ରାଜ୍ୟ ଦାବୀ ନେଇ ଲଢ଼େଇ କରିବା ଆବଶ୍ୟକ । ତେଣୁ କୋସଲ ରାଜ୍ୟ ସମନ୍ୱୟ ସମିତି ସବୁ ମୁକ୍ତିକାମୀ ଲୋକଙ୍କୁ ଏକତ୍ରିତ ହୋଇ ବିଶାଳ କୋସଲ ଆନ୍ଦୋଳନରେ ଝାସ ଦେବାକୁ ଆହ୍ୱାନ କରିବା ସହ ଏହି ପ୍ରସଙ୍ଗରେ ଅଗାମୀ ଦିନରେ ୨ୟ କୋସଲ ମହାପଞ୍ଚାୟତ କରିବାକୁ ନିଷ୍ପତ୍ତି କରିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

September 18, 2026
ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

September 18, 2026
ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା

ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା

September 18, 2026
ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

September 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

September 18, 2026
ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

September 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version