No Result
View All Result
୨୫ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ୟୁ ଟେକ କମ୍ପ୍ୟୁଟର ସେଣ୍ଟର ଠାରେ ଗ୍ରାହକ ପଞ୍ଚାୟତ ଗଜପତି ତରଫରୁ ଜାତୀୟ ଖାଉଟି ଦିବସ ପାଳିତ ହୋଇ ଯାଇଛି । ଉକ୍ତ ସଚେତନ ସଭାରେ ଏକ ଶହରୁ ଅଧିକ ସଚେତନ ଗ୍ରାହକ ଭାଗ ନେଇଥିଲେ। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଏଲ.ଆଇ.ସି ର ଶାଖା ପରିଚାଳକ ଦୀପ ନାରାୟଣ ମିତ୍ର ,ମୁଖ୍ୟ ବକ୍ତା ଭାବେ ଡକ୍ଟର ଭୁବନେଶ୍ୱର ପଟ୍ଟନାୟକ,ଗ୍ରାହକ ପଞ୍ଚାୟତର ସଭାପତି ହରି ମୋହନ ପଟ୍ଟନାୟକ, ଗ୍ରାହକ ପଞ୍ଚାୟତର ସମ୍ପାଦକ ଡକ୍ଟର ମଧୁସୂଦନ ନାୟକ,ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ସଙ୍ଘଠନର ସମ୍ପାଦକ ବିଘ୍ନରାଜ୍ ପଣ୍ଡା, ଉକ୍ତ ସଭାରେ ବ୍ୟାଙ୍କିଙ୍ଗ ଲୋକପାଳ ବୀମା ଲୋକ ପାଳଙ୍କ କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଥିଲା ।
ଏହା ସହ ବୀମା ସପ୍ତାହ, ସାମୁହିକ ବୀମା ଇତ୍ୟାଦି ଉପରେ ଆଲୋକପାତ କରିଥିଲେ । ଏହା ସହ ଏଲ ଆଇ ସି ଓ ଏସ ବି ଆଇ ଦ୍ୱାରା ଚାଳିତ ସାମୁହିକ ବୀମାର ବ୍ୟବସ୍ଥା ଉପରେ ଆଲୋଚନା କରାଗଲ । ଏତଦ ବ୍ୟତୀତ ଫୋନ ମାଧ୍ୟମରେ ଗ୍ରାହକ ମାନଙ୍କୁ ଏ.ଟି.ଏମ୍ ଓ ଗ୍ୟାସ ସମ୍ବନ୍ଧିୟ ଲୋକଙ୍କୁ ହଇରାଣ ହରକତ ବିଷୟ ନେଇ ଆଲୋକପାତ କରାଗଲା । ଉକ୍ତ କାର୍ଯ୍ୟକ୍ରମକୁ ରାମ ଚନ୍ଦ୍ର ଦାସ,ଲୋକ ନାଥ ମିଶ୍ର, ଜୟ କୃଷ୍ଣ ପଟ୍ଟନାୟକ ପରିଚାଳନା କରିଥିଲେ । ଶେଷରେ ଗ୍ରାହକ ପଞ୍ଚାୟତ ର ସଦସ୍ୟ ପ୍ରସାଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । 

No Result
View All Result