୨୫ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ଗୋବିନ୍ଦ ମୃତ୍ୟୁ ଘଟଣା ,ବଲାଙ୍ଗୀର ଜିଲ୍ଲାପାଳଙ୍କୁ ସମସ୍ତ ବ୍ୟବସ୍ଥା କରିବାକୁ ଜେଲ ନିର୍ଦେଶକ ନିର୍ଦେଶ ଦେଇଛନ୍ତି । ଏନଏଚଆରସିଙ୍କ ଗାଇଡଲାଇନ ଅନୁଯାୟୀ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦେଶ ରହିଛି । ଗତ ୨୦ ତାରିଖରେ କଣ୍ଟାବାଞ୍ଜି ଜେଲରେ ଗୋବିନ୍ଦର ମୃତ୍ୟୁ ହୋଇଥିଲା । ମୃତ୍ୟୁ ହେବା ପରେ ଗୋବିନ୍ଦର ପକେଟରୁ ଏକ ମାଟିଆ ରଙ୍ଗର ଏନଭଲପ ମିଳିଥିଲା ।
ଲଫାଫା ଭିତରେ ମିଳିଥିବା ଦୁଇ ପୃଷ୍ଠାର ଚିଠି ତାଙ୍କ ମୃତ୍ୟୁ ସହ ସଂପର୍କ ରହିଥିବା ପରିବାରବର୍ଗ ତଥା ସଂପର୍କୀୟ ଆଶଙ୍କା କରୁଛନ୍ତି। ତେଣୁ ଚିଠିକୁ ଦେଖିବା ପାଇଁ ସମ୍ପର୍କୀୟମାନେ ଚେଷ୍ଟା କରିଛନ୍ତି। ପୁଲିସକୁ ନେହୁରା ହୋଇଛନ୍ତି; ତଥାପି ଚିଠିଟି ଦେଖିବାକୁ ଦିଆଗଲା ନାହିଁ ବୋଲି କହିଛନ୍ତି ଗୋବିନ୍ଦଙ୍କ କକା ଶ୍ବଶୁର ମହେନ୍ଦ୍ର ସାହୁ । ଗତ ଚାରି ଦିନ ଧରି ମହାଲିଙ୍ଗ ଅଞ୍ଚଳରେ ଗୋବିନ୍ଦଙ୍କ ଆତ୍ମହତ୍ୟାକୁ ନେଇ ଲୁଚା ଛପାରେ ଟୁପରୁଟାପୁରୁ ଚାଲିଥିଲା । ହେଲେ ଶନିବାର କ୍ରାଇମ ବ୍ରାଞ୍ଚ ଟିମ୍ ଗୋବିନ୍ଦଙ୍କ ହାତଲେଖା ଖୋଜିବା ପରେ ଚିଠିକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହେଇଯାଇଛି ।














