No Result
View All Result
୨୩ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ଟାଟା ପାୱାର୍ ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଏହାର କର୍ମଚାରୀ, ଭେଣ୍ଡର ଏବଂ ଗ୍ରାହକମାନଙ୍କ ମଧ୍ୟରେ ବିଶ୍ୱ ତାପନ, ଜଳବାୟୁ ପରିବର୍ତନକୁ ନେଇ ସଚେତନତା ବୃଦ୍ଧି କରିବା, ଶକ୍ତି ଉତ୍ସକୁ ସଂରକ୍ଷଣ କରିବାର ଆବଶ୍ୟକତା ଏବଂ ସେଥିପାଇଁ ରହିଥିବା ପଥର ପ୍ରସାର କରିବା ଲକ୍ଷ୍ୟ ନେଇ ୨୦୨୨ ଡିସେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଶକ୍ତି ସଂରକ୍ଷଣ ସପ୍ତାହ ପାଳନ କରାଯାଇଛି । କଟକର ନରାଜ ସ୍ଥିତ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ରରେ ଶକ୍ତି ସଂରକ୍ଷଣ ଉପରେ ଏକ ସଚେତନତା ଅଧିବେଶନ ଆୟୋଜନ କରାଯାଇଛି ।
କଂପାନିର ପ୍ରମୁଖ ଅଭିଯାନ ‘କ୍ଲବ୍ ଏନର୍ଜି’ର ଅଂଶ ସ୍ୱରୂପ ଟାଟା ପାୱାର୍ କ୍ଲବ୍ ଏନର୍ଜି ଉପରେ ଏକ ସଚେତନତା ମଡ୍ୟୁଲ୍, ଶକ୍ତି ସଂରକ୍ଷଣ ଉପରେ ଅଧିବେଶନ, ବର୍ଜ୍ୟ ପରିଚାଳନା, ସ୍ୱଚ୍ଛତାର ଗୁରୁତ୍ୱ, ପରିବେଶର ସୁରକ୍ଷା ଉପରେ ଅଧିବେଶନ ଆଦି ଅନୁଗୁଳ ଡିଭିଜନର ବିଭିନ୍ନ ସ୍କୁଲ ଯଥା ହିଙ୍ଗୁଳା ହାଇସ୍କୁଲ, ବ୍ରାହ୍ମଣବିଲି ହାଇସ୍କୁଲ, ପତିତପାବନ ହାଇସ୍କୁଲ, ବାସୁଦେବପୁର ହାଇସ୍କୁଲ ଏବଂ ପଂଚାୟତିରାଜ ସ୍କୁଲ କୁଟେଶ୍ୱରରେ ଆୟୋଜନ କରାଯାଇଥିଲା । ଏହି ଭାବ ବିନିମୟ ଭିତିକ ଅଧିବେଶନଗୁଡ଼ିକରେ ପାଖାପାଖି ୩୬୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ନିରନ୍ତର ଶକ୍ତି ସଂରକ୍ଷଣ ଉପରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ସମ୍ବଳ ସଂରକ୍ଷଣ କ୍ଲବ୍ର ପ୍ରସାର କରିବା ଲାଗି କ୍ଲବ୍ ଏନର୍ଜି ଅଭିଯାନରେ ଲକ୍ଷ୍ୟ ରଖାଯାଇଛି ।
ଗ୍ରାମାଂଚଳର ଗ୍ରାହକମାନଙ୍କ ମଧ୍ୟରେ ଶକ୍ତି ସଂରକ୍ଷଣକୁ ନେଇ ସଚେତନତାର ପ୍ରସାର କରିବା ଲାଗି ୪୫ ‘ଗାଁ ଚାଲ ଶିବିର’ ଆୟୋଜନ କରାଯାଇଥିଲା । ଏହି ଶିବିରଗୁଡ଼ିକରେ ୧୬୫୦ରୁ ଅଧିକ ଗ୍ରାହକ ଅଂଶଗ୍ରହଣ କରିଥିଲେ । ଗ୍ରାହକ ସେବା କେନ୍ଦ୍ରଗୁଡ଼ିକରେ ଗ୍ରାହକ ସଚେତନତା ଶିବିର ଆୟୋଜନ କରାଯାଇଥିଲା ଯେଉଁଠାରେ ୧୫୦୦ରୁ ଅଧିକ ଲୋକ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିଥିଲେ । ଗ୍ରାହକମାନଙ୍କ ଲାଗି ଏକ ଅନଲାଇନ୍ କୁଇଜ୍ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା । ଶକ୍ତି ସଂରକ୍ଷଣ ସପ୍ତାହ ପାଳନର ଅଂଶ ସ୍ୱରୂପ, ଟିପିସିଓଡିଏଲ୍ ପକ୍ଷରୁ ଶକ୍ତି ସଂରକ୍ଷଣ ଉପରେ “ଶ୍ରେଷ୍ଠ ପ୍ରଥା କାର୍ଯ୍ୟକାରିତା’ (ବେଷ୍ଟ୍ ପ୍ରାକ୍ଟିସ୍ ଇମ୍ପେ୍ଲମେଂଟେଡ୍) ଏବଂ ଚ୍ୟାଲେଂଜ୍ (ଆହ୍ୱାନ) ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।
ଏହି ପ୍ରତିଯୋଗିତାରେ ଗ୍ରାହକଙ୍କ ପାଇଁ କିମ୍ବା ସଂସ୍ଥା ଭିତରେ ପ୍ରଭାବ ସୃୃଷ୍ଟି କରିବାର ସମ୍ଭାବନା ଥିବା ଶ୍ରେଷ୍ଠ ପ୍ରଥାଗୁଡ଼ିକୁ ଚିହ୍ନଟ କରିବାକୁ କୁହାଯାଇଥିଲା ଯଥା ନିଜ କୋଠାରେ ଶକ୍ତି ଉପଯୋଗିତା କମ୍ କରିବା, ଅଧିକ ବିଦ୍ୟୁତ୍ ଅପଚୟ କରୁଥିବା ପୁରୁଣା ଡିଭାଇସ୍କୁ ବଦଳାଇ ବିଇଇ ଷ୍ଟାର ରେଟିଂ ଡିଭାଇସ୍ ଲଗାଇବା, ଅଧିକ ଶକ୍ତି ଦରକାର କରୁଥିବା ଇଲେକ୍ଟ୍ରିକ୍ ଆପ୍ଲାଏନ୍ସେସ୍ର ବ୍ୟବହାର କମ୍ କରିବା ଇତ୍ୟାଦି । କମ୍ ଶକ୍ତି ବ୍ୟବହାର କରି କାର୍ଯ୍ୟାଳୟ / ଗୃହ / ବାହ୍ୟ ସ୍ଥାନରେ ସର୍ବୋଚ୍ଚ ଫଳାଫଳ ହାସଲ କରିବା ଲାଗି ଅଭିନବ ଉପାୟ ଉପରେ ‘ଚ୍ୟାଲେଞ୍ଜ’ ପ୍ରତିଯୋଗିତା ପର୍ଯ୍ୟବେସିତ ଥିଲା ।
ଶକ୍ତି ସଂରକ୍ଷଣର ଗୁରୁତ୍ୱ ସମ୍ପର୍କରେ ଟିପିସିଓଡିଏଲ୍ର ସିଇଓ ଶ୍ରୀଯୁକ୍ତ ଏମ୍ ସେନ୍ବାଗମ୍ କହିଛନ୍ତି ଯେ, “ପ୍ରାକୃତିକ ସମ୍ବଳକୁ ଅତି ହାଲୁକା ଢଙ୍ଗରେ ଗ୍ରହଣ କରିବା ଅନୁଚିତ । ଆମେ ସ୍ୱଚ୍ଛ ଓ ସବୁଜ ଶକ୍ତି ଆଡ଼କୁ ପର୍ଯ୍ୟାୟକ୍ରମେ ଅଗ୍ରସର ହେଉଥିବା ବେଳେ ଆଗାମୀ ପିଢ଼ି ପାଇଁ ଏକ ଉତମ ଭବିଷ୍ୟତକୁ ନିଶ୍ଚିତ କରିବା ଲାଗି ଆମକୁ ଶକ୍ତି ସଂରକ୍ଷଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଛାତ୍ରଛାତ୍ରୀମାନେ ଏହି ଅଭିଯାନର ବାର୍ତାବହ ହେବା ଉଚିତ । ଆମ କ୍ଲବ୍ ଏନର୍ଜି ପ୍ରୋଗ୍ରାମ ଜରିଆରେ ଆମେ ତାହା ସୃଷ୍ଟି କରିଛୁ ।’’
About TPCODL :-
TP Central Odisha Distribution Limited (TPCODL) is a joint venture between Tata Power and the Government of Odisha with the majority stake being held by Tata Power Company (51%). TPCODL serves a population of 1.36 Crores with Customer Base of 26 Lakh and a vast Distribution Area of 29,354 Sq. Kms. Tata Power has a vast experience in electricity distribution in Mumbai, Delhi and Ajmer, and has been a benchmark performer in Delhi for the last 19 years .
TP Central Odisha Distribution Limited, is focused on providing reliable power supply, enhanced customer services and reducing the existing AT &’C losses in a systematic manner. The company is working towards achieving this by upgrading the present distribution infrastructure, adopting new technologies and providing various digital services to the customers .

No Result
View All Result