୨୨ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ସରକାରୀ ମେହେନ୍ଦ୍ର ଗିରି ପୌର ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ, ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶା, ଭୁବନେଶ୍ୱର ଆନୁକୂଲ୍ୟରେ ଅନୁଷ୍ଟିତ କର୍ମ ଶାଳାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୋଷ କୁମାର ନାୟକଙ୍କ ପୌରହିତ୍ୟରେ ଉଜାପନୀ କାର୍ଯ୍ୟକ୍ରମ ହୋଇଥିଲା। ଛାତ୍ରୀ /ଛାତ୍ର ଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ଉଦ୍ରେକ କରିବା ପାଇଁ ଏହି ଭଳି ବିଜ୍ଞାନ ମେଳା ର ଯଥେଷ୍ଟ ଆବଶ୍ୟକ ରହିଛି ବୋଲି ବକ୍ତାମାନେ କହିଥିଲେ ।
ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଆମ୍ପଲୁ ରବି କୁମାର ବିଜ୍ଞାନ ମେଳାର ଉଦେଶ୍ୟ ଜ୍ଞାପନ କରିଥିଲେ ଜିଲ୍ଲା ର ସାତଟି ବ୍ଲକ ରୁ ପୂର୍ଵ ରୁ ମନୋନୀତ ହୋଇଥିବା ଟେକ୍ନୋଲୋଜି ଓ toy ମୁଖ୍ୟ ବିଷୟ ଉପରେ ଆଧାରିତ ୧୦୮ ଟି ପ୍ରକଳ୍ପରୁ ୧୪ଟି ପ୍ରକଳ୍ପ ରାଜ୍ୟସ୍ତରୀୟ ପାଇଁ ମୋନାନିତ ହୋଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ସସ୍ମିତା ଗନ୍ତାୟତ, ଅବିନାଶ ସାମଲ ମଞ୍ଚାସିନ ଥିଲେ। ସମସ୍ତ ସଭା କାର୍ଯ୍ୟକୁ ପୁରାତନ ଛାତ୍ର ବିଚିତ୍ରାନନ୍ଦ ବେବର୍ତ୍ତା ସଂଯୋଜନା କରିଥିଲେ। ଶେଷରେ ପ୍ରଫୁଲ କୁମାର ବାରାଡ ଧନ୍ୟବାଦ ଅର୍ପଣ କରିଥିଲେ। ବିଚାରକ ଭାବେ ଅବିନାଶ ସାମଲ,ଜୁନିଅର ବୋଜ୍ଞାନିକ,ରାଜ ଲକ୍ଷ୍ମୀ ପଣ୍ଡା,କଳ୍ପନା ବେହେରା,ଟି.ସତ୍ୟନାରାୟଣ ରାଓ ଓ ସୁନନ୍ଦା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।













