No Result
View All Result
୨୧ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ମାଣିକପୁର ପଞ୍ଚାୟତ କୁ ଲାଗି ରହିଥିବା ଲଖାରି ଅଭୟାରଣ୍ୟ ପାରଳାଖେମୁଣ୍ଡି ବନଖଣ୍ଡ ଏବଂ ଚନ୍ଦ୍ରଗିରି ବନାଞ୍ଚଳ ଅଧୀନରେ ଆସୁଛି।ଏହାର ବନାଞ୍ଚଳ ଅଧିକାରୀ ଗଞ୍ଜାମ ଜିଲ୍ଲା ପୁଡ଼ାମାରି ଠାରେ ଅବସ୍ଥିତ।ଏହି ଅଭୟାରଣ୍ୟ କେବଳ ହାତୀ ମାନଙ୍କ ନିମନ୍ତେ ଗଠନ ହୋଇଛି।ଏହି ଅଭୟାରଣ୍ୟ ଆନୁମାନିକ ୨୮୫୦୦ବର୍ଗ ହେକ୍ଟୋର ମଧ୍ୟରେ ଅବସ୍ଥିତ।ବର୍ତ୍ତମାନ ଓଡ଼ିଶାରେ ଏହି ଅଭୟାରଣ୍ୟ କୁ ମିଶାଇ ସର୍ବମୋଟ ଅଠରଟି ଅଭୟାରଣ୍ୟ ଥିବା ସୂଚନା ମିଳିଛି।
ରାଜ୍ୟ ଏବଂ କେନ୍ଦ୍ର ସରକାର ସବୁ ଅଭୟାରଣ୍ୟ ନିମନ୍ତେ ଗୋଟିଏ ନିୟମ ପ୍ରଣୟନ କରିଛନ୍ତି।ଏହି ସବୁ ଅଭୟାରଣ୍ୟ ମଧ୍ୟରେ କୌଣସି ପରିସ୍ଥିତିରେ ମଧ୍ୟ ଉନ୍ନୟନ ମୂଳକ କାର୍ଯ୍ୟ କିମ୍ବା ଜନବସତି ହୋଇପାରିବ ନାହିଁ।କିନ୍ତୁ ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗ ସବୁ ନିୟମ ଜାଣି ମଧ୍ୟ କିପରି ଲଖାରି ଅଭୟାରଣ୍ୟ ମଧ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅଧାପନ୍ତରିଆ ଭାବେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତା ନିର୍ମାଣ କରି ଦୀର୍ଘ ଦିନ ହେଲା ବନ୍ଦ କରିଛି ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ରହୁଥିବା ଲୋକମାନେ ସେହି ରାସ୍ତା ଦେଇ ଯା ଆସ କରିପାରୁ ନାହାନ୍ତି।
ଲଖାରି ଅଭୟାରଣ୍ୟ ଚାରିପାଖ ପାହାଡ଼ ଥିବାବେଳେ ମଧ୍ୟ ଭାଗରେ ବିସ୍ତୀଣ୍ଣ ସମତଳ ଜାଗା ରହିଛି। କାମାରାଖାଲି ପର୍ବତ ନିକଟରୁ ଝୁଲନାଳ ନାମରେ ଏକ ନାଳ ବାହାରିଛି ସେହି ନାଳକୁ ବର୍ତ୍ତମାନ ସେହି ଅଞ୍ଚଳରେ ବୁଲୁଥିବା ହାତୀ ମାନେ ପାଣି ପିଇବାକୁ ଆସନ୍ତି।ସେହି ଅଭୟାରଣ୍ୟ ମଧ୍ୟରେ କମରାଖାଲି ଏବଂ ବାଲିଗଣ୍ଡା ଦୁଇ ଗ୍ରାମର ଶତାଧିକ ଲୋକ ବାସ କରନ୍ତି।ସେହି ମାନେ ବର୍ତ୍ତମାନ ସୁଦ୍ଧା ପାନୀୟ ଜଳ, ବିଦ୍ୟୁତ, ରାସ୍ତା, ଶିକ୍ଷା କୌଣସି ସୁବିଧା ନ ପାଇ ଅସୁବିଧାରେ ଚଳୁଥିବା ଦେଖିବାକୁ ମିଳୁଛି।ଜିଲାପାଳ ଏବଂ ବିଭାଗୀୟ ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟିଦେଇ ଅଧାପନ୍ତରିଆ ରହିଥିବା ରାସ୍ତା ସହ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାକୁ ଅଞ୍ଚଳ ବାସୀ ଅନୁରୋଧ କରିଛନ୍ତି।

No Result
View All Result