ଅଙ୍ଗନୱାଡ଼ି କର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ, ଦରମା ବୃଦ୍ଧି, ମିନି ଅଙ୍ଗନୱାଡି କର୍ମୀଙ୍କୁ ମୂଖ୍ୟ କର୍ମୀର ମାନ୍ୟତା ସହ ୮ ଦଫା ଦାବି ନେଇ ଗତ ନଭେମ୍ବର ୨୧ ରୁ ବିଧାନସଭା ଆଗରେ ଧାରଣା ଦେଇଛନ୍ତି l ଏଥିସହ ରାଜ୍ୟର ସମସ୍ତ ବ୍ଲକର ଆଇସିଡିଏସ କାର୍ଯ୍ୟାଳୟ ଆଗରେ ମଧ୍ୟ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି l ତେବେ ଆନ୍ଦୋଳନକୁ ଏକ ମାସ ବିତିଯାଇଥିଲେ ମଧ୍ୟ ସେମାନଙ୍କ ଦାବି ପ୍ରତି ରାଜ୍ୟ ସରକାର ଗୁରୁତ୍ବ ଦେଉନଥିବା ଅଭିଯୋଗ କରିଛନ୍ତି ଅଙ୍ଗନୱାଡି କର୍ମୀ l ତେଣୁ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବା ପାଇଁ ରାଜ୍ୟର ସମସ୍ତ ବିଧାୟକଙ୍କ ବାସଭବନ ଆଗରେ ଧାରଣା ଦେଇଥିବା କହିଛନ୍ତି ଅଙ୍ଗନୱାଡି କର୍ମୀ ଓ ସହାୟିକା l
ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ବାସଭବନ ଆଗରେ ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି l ବିଧାନସଭାରେ ସେମାନଙ୍କ ଦାବି ଉପସ୍ଥାପନ କରିବା ସହ ସରକାରଙ୍କ ଅବଗତ କରାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ l ଏହି ଅବସରରେ ଅଙ୍ଗନୱାଡି କର୍ମୀ ସଂଘର ମୋହନା ବ୍ଲକ ସଭାନେତ୍ରୀ ପବିତ୍ରା ନାୟକ, ଆର. ଉଦୟଗିରି ବ୍ଲକ ସଭାନେତ୍ରୀ ଟୁନି ଦୋରା, ନୂଆଗଡ ବ୍ଲକ ସଭାନେତ୍ରୀ ସୁଜାତା ମାଝୀ ପ୍ରମୁଖ ଯୋଗଦେଇଥିଲେ l

© 2023 Odisha Taza News.