ମିଳିଥିବା ସୁଚନା ଅନୁସାରେ କୋଟଗଡ ବ୍ଲକ ଦୁର୍ଗାପାଂଗା ପଂଚାୟତ ବଣ୍ଡାପିପିଲି ଗ୍ରାମରେ ରବିବାର ଜନଜାତି ସାପ୍ତାହିକୀ ହାଟ ବସିଥିଲା । ପ୍ରାୟ ମଧ୍ୟାହ୍ନ ସାଢ଼େ ୧୨ଟାରେ ଦୁଇ ବନ୍ଧୁକ ଧାରୀ ସେଠାରେ ଆସି ପହଂଚି ରମେଶଙ୍କୁ ଖୋଜିଥିଲେ । ରମେଶଙ୍କ ଘର ହାଟ ହେଉଥିବା ଜାଗା ସମ୍ମୁଖରେ ମାଓବାଦୀ ଙ୍କୁ ଦେଖି ରମେଶ ଦୌଡି ପଳାଉଥିଲେ । ଏହି ସମୟରେ ସେମାନେ ପିଛା କରି ମାତ୍ର ୩୦ ମିଟର ଦୂରରେ ରମେଶଙ୍କୁ ଗୁଳି କରି ହତ୍ୟା କରିଥିଲେ । ହତ୍ୟାକାଣ୍ଡ ସ୍ଥାନରେ ଆଉ ୫ ଜଣ କ୍ୱାର୍କ ବିଭୂତି ମଣ୍ଡଳ, ଚୌକିଦାର ଟିକି, କପିଳ, ପଙ୍କଜ ମୁଣ୍ଡା, ଯୁଗେନ୍ଦ୍ର ମୁଣ୍ଡା ପୋଲିସ ଇନଫର୍ମର ସାଜିଥିବାରୁ ସେମାନଙ୍କୁ ହତ୍ୟା କରାଯିବ ।
କାରଣ ସେମାନେ ସାଧାରଣ କୁଟିଆ ଆଦିବାସୀଙ୍କୁ କିଛି ଟଙ୍କା , ମୋବାଇଲ ଲୋଭ ଦେଖାଇ ପୋଲିସକୁ ଖବର ଦେଉଛନ୍ତି । ଏମାନଙ୍କୁ ରମେଶ ଭଳି ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବାଂଶଧାରା ଡିଭିଜନ ପୋଷ୍ଟର ତଳେ ଉଲ୍ଲେଖ ରହିଛି । ଅପରପକ୍ଷେ ରମେଶଙ୍କ ଦୁଇ ଜଣ ସ୍ତ୍ରୀ ଅଛନ୍ତି । ପ୍ରଥମ ସ୍ତ୍ରୀଙ୍କର ଦୁଇଟି ପୁଅ ଥିବା ବେଳେ ଦ୍ୱିତୀୟ ସ୍ତ୍ରୀଙ୍କ ଗୋଟିଏ ପୁଅ ରହିଛନ୍ତି । ରମେଶ ଗତ ୧୦ ବର୍ଷ ହେବ କଳାହାଣ୍ଡିରୁ ଏଠାକୁ ଆସି ଠିକାଦାରୀ କରିବା ସହ ବଢ଼େଇ କାମ କରୁଥିଲେ ।
ସୁଚନାଯୋଗ୍ୟ, ମାଓବାଦୀମାନେ ଗତ କିଛି ଦିନ ହେବ କନ୍ଧମାଳ ଜିଲାର ପରିବେଶକୁ ଅଶାନ୍ତ କରି ରଖିଛନ୍ତି । ସେମାନେ ପ୍ରତିଶୋଧ ପରାୟଣ ହୋଇ ଗୋଟିଏ ପରେ ଗୋଟିଏ କାଣ୍ଡ ଭିଆଉଛନ୍ତି । ଗତ ଫେବୃୟାରୀ ୧୫ରେ ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ଥାନା ଭଣ୍ଡରଙ୍ଗି ପଂଚାୟତ ଗୁମି ଗ୍ରାମରେ ପୋଲିସ ଇନର୍ଫମର ସନ୍ଦେହରେ କପିଳ ମାଝି(୩୨)ଙ୍କୁ ହତ୍ୟା କରିଥିଲେ ।

© 2023 Odisha Taza News.