No Result
View All Result
୧୮ ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ କଇଁପୁର ସ୍ଥିତ ଗ୍ରାମବିକାଶର ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟ ଠାରେ ବାର ଦିନିଆ ଆପଦ ମିତ୍ର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଏହି ମାସ 7ତାରିଖ ଠାରୁ ଆରମ୍ଭ ହୋଇ ଆଜି 18 ତାରିଖ ଯାଏ 12 ଦିନିଆ ତାଲିମ କାର୍ଯ୍ୟକ୍ରମ ଶେଷ ହୋଇଯାଇଛି । ବିଭିନ୍ନ ସମୟରେ ବନ୍ୟା,ବାତ୍ୟା ଭଳି କୌଣସି ନା କୌଣସି ରାୟଗଡ ବ୍ଲକରେ ଦୈବୀ ଦୁର୍ବିପାକ ଘଟିଥାଏ । ଏହି ସମୟରେ ସରକାର ଲୋକଙ୍କୁ ସଚେତନ କରାଇ ଥାଏ ଓ ଲୋକଙ୍କୁ ଉଦ୍ଧାର କରିଥାଏ ।
ସେଭଳି ସମୟରେ ଲୋକଙ୍କୁ ଉଦ୍ଧାର କରିବା କି ଅନ୍ୟ ସାହାଯ୍ୟ ସୁବିଧା କରିବା ପାଇଁ ସ୍ଥାନୀୟ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ତାଲିମ ଦେଇ ତାର ନିରାକରଣ କରିବା ନିମନ୍ତେ ସରକାର ଏହି ତାଲିମ କାର୍ଯ୍ୟକ୍ରମ କରିଛନ୍ତି । ବ୍ଲକ ରେ ଥିବା ସ୍ଥାନୀୟ ଅଞ୍ଚଳର ଶିକ୍ଷିତ 18 ରୁ 35 ବର୍ଷ ହୋଇଥିବା 35 ଜଣ ଯୁବକ ଓ 5 ଜଣ ଯୁବତୀ ମୋଟ 40 ଜଣଙ୍କୁ ଏହି ତାଲିମ ପ୍ରଦାନ କରାଯାଇଛି । ଏହି ତାଲିମ ମାନଙ୍କ ମଧ୍ୟରେ ଅଗ୍ନିସମନ୍ଧିୟ, ପାହାଡ ଧସିବା, ପାଣିରୁ ଉଦ୍ଧାର କରିବା ଓ ଉଛ ସ୍ଥାନରେ ଫସି ରହିଥିବା ଲୋକଙ୍କୁ କିପରି ଉଦ୍ଧାର କରିବା, ପ୍ରାଥମିକ ଚିକିତ୍ସା, ଜୀବନ ରକ୍ଷା ଶୈଳୀ, ଖୋଜିବା ଓ ଉଦ୍ଧାର କରିବା ଆଦି ଏହିପରି ବିଭିନ୍ନ ପ୍ରକାର କୌଶଳ ମାନ ତାଲିମ ପ୍ରଦାନ କରାଯାଇଛି ।
ଭୁବନେଶ୍ୱରରୁ ଆସିଥିବା 7 ଜଣିଆ ତାଲିମ ପ୍ରଦାନ ଦେବା ପ୍ରତିନିଧି ଆସି ଏହି ତାଲିମ ପ୍ରଦାନ କରିଛନ୍ତି । ଆଜି ତାଲିମ ପ୍ରଦାନର ଶେଷ ଦିନରେ ଗଜପତି ADM ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ଏମାର୍ଜେନ୍ସି ଅଫିସର ପ୍ରଭାସ କୁମାର,OSDMA ସଂଯୋଜକ ପ୍ରଦସ ଶତପଥୀ, BDO ରାଜା ରଞ୍ଜିତ ପ୍ରତାପ ବଳ, କଇଁପୁର ସରପଞ୍ଚ,WEO ବିଷ୍ଣୁ ସେଠୀ ,ପଞ୍ଚାୟତ PEO ରାସ ବିହାରୀ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ଓ ସମସ୍ତ ତାଲିମ୍ ନେଇଥିବା ଯୁବକ ଯୁବତୀ ମାନଙ୍କୁ ଗୋଟିଏ ଲେଖାଏଁ ଲାଇଫ ଯାକେଟ ସହ କିଟ୍ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ଆଗମୀ ଦିନରେ ଅଞ୍ଚଳରେ ଯୋଦୀ କୌଣସି ବନ୍ୟା ବାତ୍ୟା କି ଦୁର୍ବିପାକ ଘଟେ ସେଥିପାଇଁ ଏହି ତାଲିମ୍ ନେଇଥିବା ଯୁବକ ଯୁବତୀ ମାନେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ନିୟୋଜିତ କରାଯିବ

No Result
View All Result