୧୭ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :- ଆର,ଉଦୟଗିରି ବ୍ଲକ ଡାବରାଗୁଡା ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଡାବାରାଗୁଡା ସରପଞ୍ଚ ଜିକେରିଆ ରଇତ, ପଞ୍ଚାୟତ ନିର୍ବାହୀ ଅଧିକାରୀ ସଶାଙ୍କ ସେଖର ସୁବୁଦ୍ଧି, ସମିତିସଭ୍ୟା ମାନୁଏଲ ଗମାଙ୍ଗ,
ଯୋଗାଣ ସହାୟକ ଓ ଜିଆରଏସ୍ ପ୍ରମୁଖ ଯୋଗ ଦେଇ ଗ୍ରାମ ସଭାରେ ଗ୍ରାମ ପଞ୍ଚାୟତର ଉନ୍ନତିମୂଳକ ଯୋଜନା ଉପରେ ଆଲୋଚନା ହୋଇଥିଲା । ମହାମ୍ଭାଗାନ୍ଧୀ କର୍ମ ନିଶ୍ଚିତ ଯୋଜନା, ସାମାଜିକ ସୁରକ୍ଷା ଯୋଜନା ଆଦି ସହ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ବିଭିନ୍ନ ଗ୍ରାମର ଜନ ସାଧାରଣ ଉପସ୍ଥିତ ରହି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ନିଜର ମତ ବ୍ୟକ୍ତ କରିଥିଲେ । ସେହିପରି ପଞ୍ଚାୟତର ବିଭିନ୍ନ ରାଜସ୍ବ ଗ୍ରାମରେ ତଳିତମାସ ପହିଲାରୁ ୮ ତାରିଖ ପର୍ଯ୍ୟନ୍ତ ପଲ୍ଲିସଭା ଅନୁଷ୍ଠିତ ହୋଇଯାଇଥିବା ବେଳେ ଗ୍ରାମସଭା ଅନୁଷ୍ଠିତ ହୋଇଥିବାର ସୂଚନା ପ୍ରଦାନ କରାଯାଇଛି ।

© 2023 Odisha Taza News.