No Result
View All Result
୧୭ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) କୁଡୁମୁଲୁଗୁମ୍ମା :- ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୂଲ୍ୟରେ ମାଲକାନଗିରି ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆହ୍ବାନ କ୍ରମେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁଡୁମୁଲୁଗୁମ୍ମା ପକ୍ଷରୁ ଯକ୍ଷ୍ମା ରୋଗୀ ମାନଙ୍କ ଉତ୍ତମ ପୋଷଣ ଓ ନିରନ୍ତର ସେବା ଯୋଗାଇ ଦେବା ନିମନ୍ତେ କିଛି ବଦାନ୍ୟ ବ୍ୟକ୍ତିଙ୍କୁ କାର୍ଯ୍ୟକ୍ରମ ସହ ସାମିଲ୍ କରି ଯକ୍ଷ୍ମା ରୋଗୀ ମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ଯୁବ ସମାଜସେବୀ ତଥା ଡାକ୍ତର ସନ୍ତୋଷ କୁମାର ଷଡଙ୍ଗୀ ଙ୍କ ନିମନ୍ତ୍ରଣ କ୍ରମେ ଉତ୍ସବ ରେ କୁଡୁମୁଲୁଗୁମ୍ମା ସ୍ୱାସ୍ଥ୍ୟ କ୍ଷେତ୍ର ଅନ୍ତର୍ଭୁକ୍ତ ସମସ୍ତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ସ୍ୱାସ୍ଥ୍ୟ ସେଵିକା ସାମାଜିକ କର୍ମୀ, ସାମ୍ବାଦିକ ବନ୍ଧୁ ମାନେ ଯୋଗଦାନ କରିବା ସହ ନିମନ୍ତ୍ରିତ ଅତିଥି ଭାବେ ଫାଣ୍ଡି ଅଧିକାରୀ ସର୍ବ ଶ୍ରୀ ଅଜିତ କୁମାର ଷଡଙ୍ଗୀ, ଡାରଉଇନ୍ ସ୍ନାତକ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଅଶୋକ ପ୍ରଧାନ, ସ୍ଥାନୀୟ କବି ତଥା ସାହିତ୍ୟିକ ଶ୍ରୀ ବଳରାମ ପୂଜାରୀ, ସ୍ଥାନୀୟ ଶିକ୍ଷକ ଶ୍ରୀ ସୁଧାକର ନାୟକ,ଏଲ ଟି ଶ୍ରୀ ପଦ୍ମ ଚରଣ ପଣ୍ଡା,ଏସଟିଏସ ଶ୍ରୀ ରଞ୍ଜନ କୁମାର ନାୟକ, ଫାର୍ମାସିଷ୍ଟ ଶ୍ରୀ ସଞୟ କୁମାର ଫୃଷ୍ଟି ପ୍ରମୁଖ ଯୋଗଦାନ କରି ଏହି ବ୍ୟାପକ ସେବା ଅଭିଯାନ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ।
ଡଃ ସନ୍ତୋଷ କୁମାର ଷଡଙ୍ଗୀ ଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆସିଥିବା ଯକ୍ଷ୍ମା ରୋଗୀ ମାନଙ୍କୁ ଉପସ୍ଥିତ ଅତିଥିମାନେ ପୋଷ୍ୟ ଭାବେ ଗ୍ରହଣ କରିବା ସହ ଜୀବନ କୌଶଳ ଓ ରୋଗ ସହ ଲଢେଇ କରିବାକୁ ଉତ୍ସାହ ଓ ପ୍ରେରଣା ଯୋଗାଇଥିଲେ । ଆଗାମୀ ଛଅ ମାସ ଯାଏଁ ନିୟମିତ ଔଷଧ ଠିକ୍ ଭାବରେ ସେବନ ସହ ପୋଷାକତତ୍ତ୍ୱ ଥିବା ପ୍ୟାକେଟ୍ ର ସଦ୍ ବିନିଯୋଗ କରି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ପୋଷ୍ୟ ଭାବେ ସର୍ବମୋଟ ୧୭ ଜଣଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ । ଅନ୍ୟ ପୋଷ୍ୟ ଗ୍ରହୀତା ମାନଙ୍କ ମଧ୍ୟରେ ଶ୍ରୀମତୀ ମମତା ପାଣିଗ୍ରାହୀ, ଶ୍ରୀ ଗୈାରୀ ଶଙ୍କର ବେହେରା, ଶ୍ରୀ ବିଭୂତି ଭୂଷଣ ସୁତାର, ଶ୍ରୀମତୀ ଅଭିପ୍ସା ଦାସ, ଶ୍ରୀ ନବଘନ ଖିଲ, ଶ୍ରୀମତୀ ନଳିନୀ ବେହେରା, ଶ୍ରୀ ରଞ୍ଜନ କୁମାର ନାୟକ, ଶ୍ରୀ ସୁଶାନ୍ତ କୁମାର ନାୟକ ଓ ଶ୍ରୀମତୀ ଆର.କବିତା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ଏହି ମହାଘ୍ର ପଦକ୍ଷେପ କୁ ସମଗ୍ର ମାଲକାନଗିରି ଜିଲ୍ଲାର ବୁଦ୍ଧିଜୀବୀ ମାନେ ପ୍ରସଂଶା କରିବା ସହ ଡଃ ଷଡ଼ଙ୍ଗୀ ମୋହଦୟ ଙ୍କ କାର୍ଯ୍ୟଶୈଳୀ କୁ ସମ୍ମାନ ଅର୍ପଣ କରିଛନ୍ତି।


No Result
View All Result