୧୫ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ରାମଗିରି ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସରରେ ସ୍ବତନ୍ତ୍ର ରକ୍ତ ଆନିମିଆ ଓ ରକ୍ତ ହୀନତା ରୋଗ ନିରୂପଣ ଶିବିର ଅନୁଷ୍ଠିତ ହୋଇଥିଲା । ବ୍ଲକର ୧୭ ଗୋଟି ପଞ୍ଚାୟତରୁ ୭ ଶହରୁ ଉଦ୍ଧ୍ବ ଲୋକେ ଆସିଥିଲେ । ଏଥରୁ ରକ୍ତ ଆନିମିଆ ଓ ରକ୍ତ ହିନତା ବିଭାଗରୁ ୩୧୪ ଜଣ, ସ୍ବାସ୍ଥ୍ୟ ପରିକ୍ଷଣତାରୁ ୧୮୧ ଜଣ, ମଧୁବାବୁ ପେନ୍ସନ୍ ଯୋଜନାରେ ୧୦ ଜଣ, ଆଧାର କାର୍ଡ ପାଇଁ ୧୫ ଜଣ,
ଜଙ୍ଗଲ ଜମି ପଟାପାଇଁ ୨୯ ଜଣ, ଶିଶୁ ଶୁରକ୍ଷା ବିକାଶରୁ ୨ ଜଣ, ନୂତନ ଆଧାର କାର୍ଡ ପଞ୍ଜିକରଣ ପାଇଁ ୧୪ ଜଣ, ଭୋଟ କାର୍ଡ ପାଇଁ ୧୮ ଜଣ ଓ ମଧୁବାବୁ ପେନ୍ସନ୍ ଯୋଜନାରେ ନୂତନ ଭାବେ ସାମିଲି ହେବା ପାଇଁ ୧୨ ଜଣ ମିଶି ସମୁଦାୟ ୫୯୩ ଜଣ ହିତଅଧିକାରଙ୍କୁୀ ପଞ୍ଜିକୂତ କରାଯାଇଥିଲା ।
ଅମ୍ଳାନ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ରକ୍ତ ଆନିମିଆ ଓ ରକ୍ତ ହିନତା ଲୋକଙ୍କ ରକ୍ତ ପରିକ୍ଷା କରାଯାଇଥିଲା । ତେବେ ଏହାର ନିରାକାରଣ ପାଇଁ ସ୍ବାସ୍ଥ୍ୟ କେନ୍ଦୁ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଶିବିରରେ କୁହାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଜୀଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ନାୟକ,
ବିଡିଓ ଲରିମନ ଖର୍ସେଲ, ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରଣ ଶବର, ଡାକ୍ତର ନିବେଦିତା ପଣ୍ଡା ଓ ରାମଗିରି ଜିଲ୍ଲା ପରିଷଦ ସଭ୍ୟ ଦଣ୍ଡପାଣି ବଡମୁଣ୍ଡି ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରୁନ୍ ଉଦୟଭାନୁ ପରିଚାଳନା କରିଥିଲେ ତାଙ୍କୁ ସହଯୋଗ କରିଥିଲେ ରାମଗିରି ପଞ୍ଚାୟତର ପିଇଓ ମନୋଜ କୁମାର ପରିଛା ।














