No Result
View All Result
୧୪ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକରେ ବ୍ଲକସ୍ତରୀୟ ଗଜପତି ଉତ୍ସବ ପାଳନ କରିବା ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ଲରିମନ ଖର୍ସେଲଙ୍କ ନେତୃତ୍ବରେ ଥିବା ଏକ ଖସଡା ପ୍ରସ୍ତୁତ କରାଯାଇଥିଲା । ଆର. ଉଦୟଗିରି ଗ୍ରାମର ଥିବା ବଣିକ ସଘଂ ଓ ଗ୍ରାମବାସୀ ଉସ୍ଥିତ ଗଜପତି ମହାରାଜାଙ୍କ ସ୍ତୃତିରେ ଲୋକ କଳାକୁ ଉତ୍ସବରେ ଅଧିକ ପ୍ରାଧାନ୍ୟ ଦେବାକୁ ଅତିଥୀ ମାନେ କହିଥିଲେ । ଉତ୍ସବ ପାଳନ ନେଇ ବିଭିନ୍ନ କମିଟି ଗଠନ କରି ଦାୟିତ୍ବ ଦିଆଯାଇଛି । ରାମଗିରି ସ୍ଥିତ କୁରେଇଶୁଣି ମନ୍ଦିରରୁ ମଶାଲ ଶୋଭାଯାତ୍ରା ବାହାରି ସମସ୍ତ ପଞ୍ଚାୟତ ଭ୍ରମଣ କରିବା ସହ ବ୍ଲକରେ ଥିବା ବରିଷ୍ଠ ନାଗରିକ,
ଶ୍ରେଷ୍ଠ ପଞ୍ଚାୟତ, ଶ୍ରେଷ୍ଠ ବିଦ୍ୟାଳୟ ଓ ଶ୍ରେଷ୍ଠ ଛାତ୍ରଛାତ୍ରୀ ଭଳି ଅନେକ ପୁରସ୍କୁତ କରାଯିବାର ସ୍ତିର କରାଯାଇଥିଲା । ଏହି ବୈଠକରେ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରଣ ଶବର, ବିଜଲକ୍ଷ୍ମ୍ରି ପଟ୍ଟନାୟକ, ଜିଲ୍ଲାପରିଷଦ ସଭ୍ୟ ଯୁଧିଷ୍ଠିର ବଡମୁଣ୍ଡି, ସାସଦ ପ୍ରତିନିଧି ଜଗବନ୍ଧୁ ଦାସ, ବିଧାୟକ ପ୍ରତିନିଧି ଗୋପାଳ କୃଷ୍ଣ ଦେଳେଇ ପ୍ରମୁଖ ମଞ୍ଚାଧିନଥିବା ବେଳେ ଏଥିରେ ସ୍ଥନୀୟ ପୁଲିଷ ଅଧିକାରୀ, ସାନୀୟ ଜନସାଧାରଣ, ବ୍ଲକ କର୍ମଚାରୀ ଓ ଅନ୍ୟ ବିଭାଗର କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ ।

No Result
View All Result